ହୃତପିଣ୍ଡ ସମ୍ପର୍କରେ ରୋଚକ କଥା: ଜାଣନ୍ତୁ କେଉଁ ବାରରେ ହୋଇଥାଏ ବେଶୀ ହୃଦଘାତ

ମଣିଷ ଶରୀରରେ ଥିବା ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟରୁ ହୃତପିଣ୍ଡ ଅନ୍ୟତମ। ଏହା ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଗ। ଅନ୍ୟ କିଛି ଅଙ୍ଗ ଆଘାତ ହେଲେ ଆମେ ହୁଏତ ବଞ୍ଚିପାରିବା କିନ୍ତୁ ହୃଦପିଣ୍ଡରେ କିଛି ସମସ୍ୟା ହେଲେ ବଞ୍ଚିବା କଷ୍ଟ। ତେଣୁ ସବୁବେଳେ ହୃତପିଣ୍ଡକୁ ନେଇ ସଚେତନ ରହିବା ଆବଶ୍ୟକ। ତେବେ ସଚେତନତା ଆବଲମ୍ବନ କରିବା ପୂର୍ବରୁ ପ୍ରଥମେ ହୃତପିଣ୍ଡ ବିଷୟରେ ବିସ୍ତାର ଭାବେ ଜାଣିବା ଦରକାର। ତେବେ ଚାଲନ୍ତୁ ଜାଣିବା ହୃତପିଣ୍ଡ ସହ ଜଡିତ […]

heart

Rakesh Mallick
  • Published: Wednesday, 11 April 2018
  • , Updated: 11 April 2018, 06:12 PM IST

ମଣିଷ ଶରୀରରେ ଥିବା ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟରୁ ହୃତପିଣ୍ଡ ଅନ୍ୟତମ। ଏହା ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଗ। ଅନ୍ୟ କିଛି ଅଙ୍ଗ ଆଘାତ ହେଲେ ଆମେ ହୁଏତ ବଞ୍ଚିପାରିବା କିନ୍ତୁ ହୃଦପିଣ୍ଡରେ କିଛି ସମସ୍ୟା ହେଲେ ବଞ୍ଚିବା କଷ୍ଟ। ତେଣୁ ସବୁବେଳେ ହୃତପିଣ୍ଡକୁ ନେଇ ସଚେତନ ରହିବା ଆବଶ୍ୟକ। ତେବେ ସଚେତନତା ଆବଲମ୍ବନ କରିବା ପୂର୍ବରୁ ପ୍ରଥମେ ହୃତପିଣ୍ଡ ବିଷୟରେ ବିସ୍ତାର ଭାବେ ଜାଣିବା ଦରକାର। ତେବେ ଚାଲନ୍ତୁ ଜାଣିବା ହୃତପିଣ୍ଡ ସହ ଜଡିତ ଥିବା କିଛି ଗୁରୁତ୍ୱପୂର୍ଣ୍ଣ କଥା।

୧) ଜଣେ ବ୍ୟକ୍ତିର ହୃତପିଣ୍ଡ ୧ମିନିଟ୍‌ରେ ୭୨ଥର ତଥା ଗୋଟେ ଦିନରେ ୧୦୦.୦୦୦ଥର ଏବଂ ୩୬୦ ଦିନରେ ଲକ୍ଷାଧିକ ଥର ଧକ୍‌ଧକ୍‌ ହୋଇଥାଏ।

୨) ଏହା ଶରୀରରୁ ରକ୍ତ ଗ୍ରହଣ କରିଥାଏ।

୩) ହୃତପିଣ୍ଡରେ ୪ଟି କକ୍ଷ ଥାଏ। ଏଥିରୁ ଦୁଇଟି ରକ୍ତ ନେବା ପାଇଁ ଏବଂ ଅନ୍ୟ ଦୁଇଟି ରକ୍ତି ଛାଡିବା କାର୍ଯ୍ୟ କରିଥାଏ।

୪) ପୁରୁଷର ହୃତପିଣ୍ଡ ୩୦୦ରୁ ୩୫୦ ଗ୍ରାମ ଥିବାବେଳେ ମହିଳାଙ୍କର ହୃତପିଣ୍ଡର ଓଜନ ୨୫୦ରୁ ୩୦୦ ଥାଏ।

୫) ଶରୀରର ବାମ ପଟ  ଛାଡି ହାଡ ଟିକେ ଛୋଟ ଥାଏ, କାରଣ ସେପଟେ ହୃତପିଣ୍ଡ ରହିଥାଏ।

୬)ଆପଣ ଚାହାଁନ୍ତୁ କି ନାହିଁ ହୃତପିଣ୍ଡ ସବୁବେଳେ ଧଡକିବ।

୭) ଗୋଟେ ଦିନରେ ହୃତପିଣ୍ଡ ଆମକୁ ଏତେ ଶକ୍ତି ପ୍ରଦାନ କରେ ଯାହାଦ୍ୱାରା ଗୋଟେ ଟ୍ରକକୁ ୩୨ କିଲୋମିଟର ପର୍ଯ୍ୟନ୍ତ ଟାଣି ହେବ।

୮) ଆମ ହୃତପିଣ୍ଡ ୭୫ ଟ୍ରିଲିୟନ କୋଶିକାକୁ ରକ୍ତ ପହଁଞ୍ଚାଇଥାଏ।

୯)  ଯହି ହୃତପିଣ୍ଡକୁ ଶରୀର ବାହାରେ ରଖାଯିବ ଏବଂ ଅକ୍ସିଜେନ୍‌ ଦିଆଯିବ ତେବେ ସେ ଶରୀର ବାହାରେ ମଧ୍ୟ ହଲ୍‌ଚଲ୍‌ ହେବ।

୧୦) ଗୋଟେ ନବଜାତ ଶିଶୁ ଶରୀରରେ ଏକ କପ ରକ୍ତ ଥାଏ। ଏବଂ ଜଣେ ବୟସ୍କ ବ୍ୟକ୍ତି ଶରୀରରେ ୫ଲିଟର ରକ୍ତ ଥାଏ ଯାହାକୁ ଆମ ଶରୀରରେ ହୃତପିଣ୍ଡ ପହଁଞ୍ଚାଇଥାଏ।

୧୧) କୋକେନ୍‌ ଖାଇବା ଦ୍ୱାରା ଆମ ହୃତପିଣ୍ଡର ଗତି ସକ୍ରିୟ ହୋଇଥାଏ ଏବଂ ମଣିଷ ହୃଦଘାତର ଶିକାର ହୋଇଥାଏ।

୧୨) ଡିସେମ୍ବର ୩, ୧୯୬୭ରେ ଡଃ. କ୍ରଷ୍ଟିଅନ୍‌ ୱନାର୍ଡ ପ୍ରଥମ ଥର ହୃତପିଣ୍ଡର ପ୍ରତ୍ୟାରୋପଣ କରିଥିଲେ।

୧୩) ମହିଳାଙ୍କ ହୃତପିଣ୍ଡ ପୁରୁଷ ମାନଙ୍କ ଅପେକ୍ଷା ଜୋରରେ ଧଡକିଥାଏ।

୧୪) ଫ୍ରେଞ୍ଚ ଚିକିତ୍ସକ  ରେନେ ଲଏନକ (୧୭୮୧-୧୮୨୬) ସ୍ଟେଥୋସ୍କୋପର ସନ୍ଧାନ କରିଥିଲେ।

୧୫) ବିଶ୍ୱାସ ନହେଲେ ମଧ୍ୟ ଅଧିକାଂଶ ସମୟରେ ହାର୍ଟଆଟାକ୍‌ ସୋମବାର  ଦିନ ୮ରୁ ୯ ଭିତରେ ହୋଇଥାଏ।

୧୬) ସପ୍ତାହକୁ ୩ଥର ସମ୍ଭୋଗ କଲେ ହୃଦଘାତର ସମସ୍ୟା କମ୍ ହୋଇଥାଏ।

୧୭) ଚକୋଲେଟ୍‌ ଖାଇବା ଦ୍ୱାରା ହାର୍ଟଆଟାକ୍‌ କମ୍‌ ହୁଏ।

୧୮) ବୈଜ୍ଞାନିକ ମାନେ ଏକ କୃତ୍ରିମ ହୃତପିଣ୍ଡ ତିଆରି କରିଛନ୍ତି । ଯାହାକୁ ଖୁବ୍‌ ଶୀଘ୍ର ମଣିଷ ଶରୀରରେ ପ୍ରତ୍ୟାରୋପଣ କରାଯିବ।

Related story