ଭୁଲରେ ମଧ୍ୟ ଏହି ଦିଗକୁ ଗୋଡ଼ କରି ଶୁଅନ୍ତୁ ନାହିଁ

ଶୋଇବା ଆମ ଦୈନନ୍ଦିନ ଜୀବନର ଏକ ଜରୁରୀ ପକ୍ରିୟା। ଶୋଇବା ସମୟରେ ଅସାବଧାନତା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। ଶୋଇବା ସମୟରେ ମୁଣ୍ଡ ଓ ଗୋଡ଼ କେଉଁ ଦିଗରେ ରଖିବେ ସେ ନେଇ ଶାସ୍ତ୍ରରେ କିଛି ନିୟମ ରହିଛି। ଆସନ୍ତୁ ଜାଣିବା ସେହି ନିୟମ ଗୁଡ଼ିକ ବିଷୟରେ:- ଗରୁଡ଼ ପୁରାଣ ଅନୁସାରେ ଦକ୍ଷିଣ ଦିଗର ସ୍ୱାମୀ ହେଉଛନ୍ତି ମୃତ୍ୟୁର ଦେବତା ଯମରାଜ। କୌଣସି ଲୋକର ମୃତ୍ୟୁ ପରେ ମୁଣ୍ଡ ଉତ୍ତର ଦିଗକୁ ଓ ଗୋଡ଼କୁ  ଦକ୍ଷିଣ ଦିଗକୁ […]

Sleeping

Sleeping

Rakesh Mallick
  • Published: Friday, 02 February 2018
  • Updated: 02 February 2018, 11:56 AM IST

Sports

Latest News

ଶୋଇବା ଆମ ଦୈନନ୍ଦିନ ଜୀବନର ଏକ ଜରୁରୀ ପକ୍ରିୟା। ଶୋଇବା ସମୟରେ ଅସାବଧାନତା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। ଶୋଇବା ସମୟରେ ମୁଣ୍ଡ ଓ ଗୋଡ଼ କେଉଁ ଦିଗରେ ରଖିବେ ସେ ନେଇ ଶାସ୍ତ୍ରରେ କିଛି ନିୟମ ରହିଛି। ଆସନ୍ତୁ ଜାଣିବା ସେହି ନିୟମ ଗୁଡ଼ିକ ବିଷୟରେ:-

ଗରୁଡ଼ ପୁରାଣ ଅନୁସାରେ ଦକ୍ଷିଣ ଦିଗର ସ୍ୱାମୀ ହେଉଛନ୍ତି ମୃତ୍ୟୁର ଦେବତା ଯମରାଜ। କୌଣସି ଲୋକର ମୃତ୍ୟୁ ପରେ ମୁଣ୍ଡ ଉତ୍ତର ଦିଗକୁ ଓ ଗୋଡ଼କୁ  ଦକ୍ଷିଣ ଦିଗକୁ ରଖାଯାଇଥାଏ। ଏଥିପାଇଁ ଶୋଇବା ସମୟରେ ଗୋଡ଼କୁ ଦକ୍ଷିଣ ଦିଗକୁ ରଖିବାକୁ ବାରଣ କରାଯାଇଛି। ଆହୁରି ମଧ୍ୟ ଦକ୍ଷିଣ ଦିଗ ଆଡ଼କୁ ଗୋଡ଼ କରି ଶୋଇବା ଦ୍ୱାରା ଚୁମ୍ୱକୀୟ ଶକ୍ତି ପାଦରୁ ପ୍ରବେଶ କରି ମୁଣ୍ଡ ଯାଏଁ ପହଞ୍ଚିଥାଏ। ଏପରି କ୍ଷେତ୍ରରେ ମାନସିକ ଅଶାନ୍ତି ବଢ଼ିଥାଏ।

କେମିତି ଶୋଇଲେ ଭଲ

ଦକ୍ଷିଣ ଦିଗ ଆଡ଼କୁ ମୁଣ୍ଡ ଏବଂ ଉତ୍ତର ଦିଗ ଆଡ଼କୁ ଗୋଡ଼ ରଖି ଶୋଇବା ଭଲ। ଏପରି ଶୋଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ। ଆମ ଚାରିପାଖରେ କିଛି ଚୁମ୍ୱକୀୟ ଶକ୍ତି ରହିଥାଏ। ଏହି ଶକ୍ତି ଦକ୍ଷିଣରୁ ଉତ୍ତର ଦିଗ ଆଡ଼କୁ ପ୍ରବାହିତ ହୋଇଥାଏ। ଏଣୁ ଏହି ଦିଗରେ ମୁଣ୍ଡ କରି ଶୋଇବା ଦ୍ୱାରା ଖାଦ୍ୟ ଠିକ୍‌ ଭାବେ ହଜମ ହୋଇଥାଏ। ସକାଳେ ଉଠିବା ପରେ ମୁଣ୍ଡ ଶାନ୍ତ ଓ ସତେଜ ରହେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos