ମୁହଁରୁ ଜାଣନ୍ତୁ କାହାର କେମିତି ସ୍ୱଭାବ

ଜଣେ ବ୍ୟକ୍ତିଙ୍କ ମୁହଁକୁ ଦେଖିଲେ ଆମେ ତାଙ୍କ ବିଷୟରେ ବହୁତ କଥା ଭାବିଥାଉ। କାରଣ ସେ ନିଜେ ଯେତେ କଥା ନ କୁହନ୍ତି  ତା’ଠୁ ଅଧିକ କଥା କହେ ତାଙ୍କ ମୁହଁ। କିନ୍ତୁ ମୁହଁର ଆକୃତି ଦେଖି କାହାରି ସ୍ୱଭାବ ଜାଣିବା କଥା କେବେ ଶୁଣିଛନ୍ତି କି? ଆଜି ଆମେ ଆପଣଙ୍କୁ ବତାଇବୁ ମୁହଁର ଆକାର ଦେଖି କେମିତି ଜାଣିବେ ସେହି ବ୍ୟକ୍ତିଙ୍କ ସ୍ୱଭାବ କ’ଣ। ଅଣ୍ଡାକୃତି ମୁହଁ: ଯେଉଁ ଲୋକଙ୍କ ମୁହଁ ଅଣ୍ଡାକୃତିର ହୋଇଥାଏ ସେମାନଙ୍କ […]

face

face

Rakesh Mallick
  • Published: Wednesday, 27 December 2017
  • Updated: 27 December 2017, 12:20 PM IST

Sports

Latest News

ଜଣେ ବ୍ୟକ୍ତିଙ୍କ ମୁହଁକୁ ଦେଖିଲେ ଆମେ ତାଙ୍କ ବିଷୟରେ ବହୁତ କଥା ଭାବିଥାଉ। କାରଣ ସେ ନିଜେ ଯେତେ କଥା ନ କୁହନ୍ତି  ତା’ଠୁ ଅଧିକ କଥା କହେ ତାଙ୍କ ମୁହଁ। କିନ୍ତୁ ମୁହଁର ଆକୃତି ଦେଖି କାହାରି ସ୍ୱଭାବ ଜାଣିବା କଥା କେବେ ଶୁଣିଛନ୍ତି କି? ଆଜି ଆମେ ଆପଣଙ୍କୁ ବତାଇବୁ ମୁହଁର ଆକାର ଦେଖି କେମିତି ଜାଣିବେ ସେହି ବ୍ୟକ୍ତିଙ୍କ ସ୍ୱଭାବ କ’ଣ।

ଅଣ୍ଡାକୃତି ମୁହଁ: ଯେଉଁ ଲୋକଙ୍କ ମୁହଁ ଅଣ୍ଡାକୃତିର ହୋଇଥାଏ ସେମାନଙ୍କ ସ୍ୱଭାବ ବହୁତ ଆକର୍ଷଣୀୟ ହୋଇଥାଏ। ଫିଲ୍ମ ଇଣ୍ଡଷ୍ଟ୍ରି ଓ ମିଡ଼ିଆ ଇଣ୍ଡଷ୍ଟ୍ରିରେ ଏମାନେ ବେଶ୍‌ ନାଁ କରନ୍ତି। ଏମାନେ ବହୁତ ରାଗି ହୋଇଥାନ୍ତି। ଏହା ସହ ଏମାନେ ବହୁତ ଜିଦଖୋର ମଧ୍ୟ ହୋଇଥାନ୍ତି।

ଲମ୍ବା ମୁହଁ: ଏହି ଆକାରର ମୁହଁ ଥିବା ବ୍ୟକ୍ତି ସବୁ ପରିସ୍ଥିତିକୁ ସାମ୍ନା କରିପାରନ୍ତି।  କିନ୍ତୁ ଏମାନଙ୍କୁ ବୈବାହିକ ଜୀବନରେ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଏମାନଙ୍କ ସ୍ୱାସ୍ଥ୍ୟ ଭଲ ରହେ।

triତିନି କୋଣିଆ ମୁହଁ: ଯେଉଁ ବ୍ୟକ୍ତିଙ୍କ ମୁହଁ ତିନି କୋଣିଆ ହୋଇଥାଏ ସେମାନେ ସମସ୍ତ କାମକୁ ନିଆରା ଅନ୍ଦାଜରେ କରିଥାନ୍ତି। ସେମାନେ ବିଶେଷ କରି କଳା କ୍ଷେତ୍ର ସଫଳତା ହାସଲ କରନ୍ତି। ଏମାନେ ନିଜ କାମରେ ଅନ୍ୟ କାହାର ହସ୍ତକ୍ଷେପ ପସନ୍ଦ କରନ୍ତି ନାହିଁ।

ଚାରି କୋଣିଆ ମୁହଁ: ଏହି ଆକୃତିର ମୁହଁ ଥିବା ବ୍ୟକ୍ତି ଅନେକ ବୁଦ୍ଧିମାନ ହୋଇଥାନ୍ତି। ଏମାନେ ଅନ୍ୟଠୁ କାମ ଆଦାୟ କରିବା ବେଶ୍ ଭଲ ଭାବେ ଜାଣନ୍ତି। ଏମାନେ ସବୁ କାମକୁ ନିଜ ଢଙ୍ଗରେ କରାଇବାକୁ ଚାହାଁନ୍ତି। ଏମାନଙ୍କ ପାଖରେ ନେତୃତ୍ୱ ନେବାର ଦକ୍ଷତା ଥାଏ। ଭାଗ୍ୟ ସବୁବେଳେ ଏମାନଙ୍କ ସାଥ୍‌ ଦେଇଥାଏ।

roundଗୋଲାକାର ମୁହଁ: ଗୋଲାକାର ମୁହଁ ଥିବା ବ୍ୟକ୍ତିମାନଙ୍କ ଭାଗ୍ୟ ବହୁତ ଭଲ ହୋଇଥାଏ। ଏମାନଙ୍କୁ ନିଜ କ୍ୟାରିୟର୍‌ରେ ଭଲ ସଫଳତା ମିଳିଥାଏ। ଏମାନଙ୍କୁ ସବୁ ଜିନିଷ ବେଷ୍ଟ୍‌ ହିଁ ମିଳିଥାଏ। ଏମାନଙ୍କୁ ପରଫେକ୍ଟ ଜୀବନସାଥୀ ମିଳିଥାଏ। ଏମାନେ ପ୍ରେମ ବି ସଫଳ ହୋଇଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos