ଟ୍ରେନ୍‌ ସିଟି ଦିଏ ଭିନ୍ନ ଭିନ୍ନ ସଂକେତ: ଜାଣନ୍ତୁ କ'ଣ ?

ଟ୍ରେନ୍ ହର୍ଣ୍ଣତ ଆପଣ ଶୁଣୁଥିବେ। କିନ୍ତୁ କେବେ ଧ୍ୟାନ ଦେଇଛନ୍ତି ଏ ସବୁ ହର୍ଣ୍ଣର ଅର୍ଥ କଣ? ଟ୍ରେନ୍ ଦୁଇ, ତିନି ,ଚାରି କିମ୍ବା ଲଗାତାର ହର୍ଣ୍ଣ ମାଧ୍ୟମରେ କଣ ସଂକେତ ଦିଏ? ପ୍ରକୃତରେ ଟ୍ରେନ୍‌ ଦେଉଥିବା ପ୍ରତ୍ୟକ ସିଟି ପଛରେ କିଛି ନା କିଛି କାରଣ ରହିଛି। ଟ୍ରେନ୍ ଚାଳକ ଏହି ହର୍ଣ୍ଣ ମାଧ୍ୟମରେ କିଛି ସୂଚନା ଦିଅନ୍ତି। ଏବେ ଜାଣନ୍ତୁ ଏହା ପଛରେ ଥିବା ସୂଚନା ସମ୍ପର୍କରେ। ଛୋଟ ହର୍ଣ୍ଣ- ଛୋଟ ହର୍ଣ୍ଣ ଅର୍ଥ […]

train horn img

train horn img

Rakesh Mallick
  • Published: Wednesday, 07 February 2018
  • Updated: 07 February 2018, 06:02 PM IST

Sports

Latest News

ଟ୍ରେନ୍ ହର୍ଣ୍ଣତ ଆପଣ ଶୁଣୁଥିବେ। କିନ୍ତୁ କେବେ ଧ୍ୟାନ ଦେଇଛନ୍ତି ଏ ସବୁ ହର୍ଣ୍ଣର ଅର୍ଥ କଣ? ଟ୍ରେନ୍ ଦୁଇ, ତିନି ,ଚାରି କିମ୍ବା ଲଗାତାର ହର୍ଣ୍ଣ ମାଧ୍ୟମରେ କଣ ସଂକେତ ଦିଏ? ପ୍ରକୃତରେ ଟ୍ରେନ୍‌ ଦେଉଥିବା ପ୍ରତ୍ୟକ ସିଟି ପଛରେ କିଛି ନା କିଛି କାରଣ ରହିଛି। ଟ୍ରେନ୍ ଚାଳକ ଏହି ହର୍ଣ୍ଣ ମାଧ୍ୟମରେ କିଛି ସୂଚନା ଦିଅନ୍ତି। ଏବେ ଜାଣନ୍ତୁ ଏହା ପଛରେ ଥିବା ସୂଚନା ସମ୍ପର୍କରେ।

ଛୋଟ ହର୍ଣ୍ଣ-

ଛୋଟ ହର୍ଣ୍ଣ ଅର୍ଥ ଟ୍ରେନ୍‌ଟି ଯାତ୍ରା ପାଇଁ ପ୍ରସ୍ତୁତ ମୋଡ୍‌ରେ ଅଛି। ଆଗାମୀ ଷ୍ଟେସନ୍‌କୁ ଯାତ୍ରା ପାଇଁ ଏହି ଟ୍ରେନ୍‌କୁ ପ୍ରସ୍ତୁତ କରାଯ।ଉଛି ବୋଲି ସୂଚନା ଦିଆଯାଏ।

ଦୁଇଟି ଛୋଟ ହର୍ଣ୍ଣ-

ଯଦି ମୋଟରମ୍ୟାନ ଦୁଇଟି ଛୋଟ ହର୍ଣ୍ଣ ଦେଉଛନ୍ତି ତେବେ ଜାଣିନିଅନ୍ତୁ ଯେ ଟ୍ରେନ୍‌ ଷ୍ଟାର୍ଟ କରିବା ପାଇଁ ଗାର୍ଡଙ୍କୁ ସିଗନାଲ୍‌ ଦେବା ପାଇଁ କହୁଛନ୍ତି।

ତିନୋଟି ଛୋଟ ହର୍ଣ୍ଣ-

କୋଚିତ୍ ଏହି ହର୍ଣ୍ଣ ଦିଆଯାଏ। କାରଣ ତିନୋଟି ଛୋଟ ହର୍ଣ୍ଣ ଦେବାର ଅର୍ଥ ମୋଟରମ୍ୟାନ ମୋଟର ଉପରୁ ଆୟତ ହରାଇ ବସିଛି। ଏପରି ପରିସ୍ଥିତିରେ ତୁରନ୍ତ ଭାକ୍ୟୁମ୍‌ବ୍ରେକ୍‌ର ବ୍ୟବହାର କରାଯାଏ।

ଚାରଟି ଛୋଟ ହର୍ଣ୍ଣ- ଚାରଟି ଛୋଟ ହର୍ଣ୍ଣ ଦେବା ଅର୍ଥ ଟ୍ରେନ୍‌ରେ କିଛି ଯାନ୍ତ୍ରିକ ସମସ୍ୟା ରହିଛି। ଟ୍ରେନ୍‌ ଆଗକୁ ଯାଇପାରିବନାହିଁ।

ଗୋଟେ ଲମ୍ବା ଓ ଛୋଟ ହର୍ଣ୍ଣ-

ଏହି ହର୍ଣ୍ଣର ଅର୍ଥ ମୋଟରମ୍ୟାନ ଗାର୍ଡଙ୍କୁ ବ୍ରେକ୍‌ ପାଇପ୍‌ ସିଷ୍ଟମକୁ ତିଆରି କରିବା ପାଇଁ ସଂକେତ ଦିଅନ୍ତି। ଏହି ହର୍ଣ୍ଣ ଇଞ୍ଜିନ୍ ଷ୍ଟାର୍ଟ କରିବା ପୂର୍ବରୁ ଦିଆଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos