ଜାଣନ୍ତୁ କେଉଁ ବାରରେ କାହାକୁ ଦାନ କଲେ ମିଳିଥାଏ ଶୁଭଫଳ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଦାନ କରିବା ଏକ ପୁଣ୍ୟ କାମ। ଦାନ ନେଉଥିବା ବ୍ୟକ୍ତି ଆମକୁ ଆଶିର୍ବାଦ କରିଥାନ୍ତି। ଯଦିଓ ଆଜିକାଲି କମ୍ ଲୋକ ଦାନ କରିବାକୁ ପସନ୍ଦ କରୁଛନ୍ତି, ଏହି କାରଣରୁ ଆଧୁନିକ ଯୁଗରେ ପାଳନ ହେଉଛି ‘joy of giving’ ସପ୍ତାହ। ଅର୍ଥାତ ଅନ୍ୟକୁ ଦେବାରେ ଆନନ୍ଦ ରହିବା ଉଚିତ୍‌। କିଛି ଲୋକ ଅଛନ୍ତି ଯେଉଁମାନେ ଦାନ ପରି ଏକ ଧର୍ମ କରି ପୁଣ୍ୟ ଅର୍ଜନ କରିବାକୁ ଚାହାଁନ୍ତି। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଦାନ କରୁଥିବା ବ୍ୟକ୍ତି, ଦାନ କରିବା ସମୟରେ ଧ୍ୟାନ ଦେବା ଉଚିତ୍‌। ଯେତେବେଳେ ବି ଆପଣଙ୍କୁ ଅନ୍ୟମାନଙ୍କୁ ଦାନ କରିବାର ସୁଯୋଗ ମିଳୁଛି, ତେବେ ନିର୍ଦ୍ଧିଷ୍ଟ ବାର ଅନୁସାରେ ଦାନ କରନ୍ତୁ। ବୁଧୁବାର ‘କିନ୍ନର’, ଶନିବାର ‘ଛୋଟା ବ୍ୟକ୍ତି’ ଓ ରିବିବାର ଦିନ ‘ଦୃଷ୍ଟିଶକ୍ତି ହୀନ ବ୍ୟକ୍ତି’ଙ୍କୁ ଦାନ କରିବାକୁ ଚେଷ୍ଟା କରନ୍ତୁ । ଏହାଦ୍ୱାରା ଦାନିର ମଙ୍ଗଳ ହୋଇଥାଏ।