କୋରାପୁଟ: ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୪ ମୃତ

କୋରାପୁଟ: କୋରାପୁଟ ଜିଲ୍ଲା ଦାମନଯୋଡି ଅନ୍ତର୍ଗତ ମାଥାଲପୁଟ୍‌ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲିବାକୁ ଯାଇଥିବା ୪ଜଣ ବ୍ୟକ୍ତିଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ମୃତକମାନେ ଗୋଟିଏ ଗ୍ରାମର ବୋଲି ଜଣାପଡିଛି। ମାଥାଲପୁଟ୍‌ ଗ୍ରାମର ରାଜୁ ଖରା ନିଜ ଘର ପଛ ପାର୍ଶ୍ୱରେ ପାଇଖାନା ଟାଙ୍କି ନିର୍ମାଣ କରିଥିଲେ। ଆଜି ଉକ୍ତ ଟାଙ୍କିର ସେଣ୍ଟ୍ରିଂ ଖୋଲିବାକୁ ସେ ଟାଙ୍କି ଭିତରକୁ ଯାଇଥିଲେ। ଏହି ସମୟରେ ସେଣ୍ଟ୍ରିଂ ତାଙ୍କ ଉପରେ ଖସି […]

koraput

Rakesh Mallick
  • Published: Tuesday, 04 October 2016
  • , Updated: 04 October 2016, 07:06 PM IST

କୋରାପୁଟ: କୋରାପୁଟ ଜିଲ୍ଲା ଦାମନଯୋଡି ଅନ୍ତର୍ଗତ ମାଥାଲପୁଟ୍‌ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲିବାକୁ ଯାଇଥିବା ୪ଜଣ ବ୍ୟକ୍ତିଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ମୃତକମାନେ ଗୋଟିଏ ଗ୍ରାମର ବୋଲି ଜଣାପଡିଛି।

ମାଥାଲପୁଟ୍‌ ଗ୍ରାମର ରାଜୁ ଖରା ନିଜ ଘର ପଛ ପାର୍ଶ୍ୱରେ ପାଇଖାନା ଟାଙ୍କି ନିର୍ମାଣ କରିଥିଲେ। ଆଜି ଉକ୍ତ ଟାଙ୍କିର ସେଣ୍ଟ୍ରିଂ ଖୋଲିବାକୁ ସେ ଟାଙ୍କି ଭିତରକୁ ଯାଇଥିଲେ। ଏହି ସମୟରେ ସେଣ୍ଟ୍ରିଂ ତାଙ୍କ ଉପରେ ଖସି ପଡ଼ିଥିଲା। ଟାଙ୍କି ଭିତରୁ କିଛି ଶବ୍ଦ ନ ଆସିବାରୁ ଜିର୍ଣ୍ଣ ବାଗ ଭିତରେ ପଶିଥିଲେ। ସେ ମଧ୍ୟ ବାହାରକୁ ଆସି ନ ଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ବଳରାମ ମହାନ୍ତି ଓ ବିଣା ଭଦ୍ରା ଟାଙ୍କି ଭିତରେ ପଶି ବାହାରି ପାରି ନ ଥିଲେ।

ସ୍ଥାନୀୟ ଲୋକେ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ୪ ଜଣଙ୍କୁ ଉଦ୍ଧାର କରି ମାତାଲପୁଟ୍‌ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନଙ୍କୁ ଦାମନଯୋଡ଼ି ନାଲକୋ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲେ। ସେଠାରେ ସେମାନଙ୍କ ମୃତ୍ୟୁ ଘଟିଥିଲା।

Related story