ପୋଲିସ୍ ଗାଡ଼ି ଉପରକୁ ଗୁଳିମାଡ଼; ଏସ୍‌ଆଇଙ୍କ ବେକରେ ବାଜିଲା ଗୁଳି

ଲମତାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଜଲାପୁଟ ଗାଁରେ ଗତକାଲି ରାତିରେ ପୋଲିସ୍ ଗାଡ଼ି ଉପରକୁ ଗୁଳିମାଡ଼ ହୋଇଛି। ଏଥିରେ ମାଛକୁଣ୍ଡ ଥାନା ଏଏସ୍‌ଆଇ ପ୍ରଦୀପ ନାୟକ ଆହତ ହୋଇଛନ୍ତି। ତାଙ୍କ ବେକରେ ଗୁଳି ବାଜିଛି। ତାଙ୍କୁ ଲମତାପୁଟରେ ପ୍ରାଥମିକ ଚିକିତ୍ସା କରାଯିବା ପରେ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣା ପଛରେ ମାଓବାଦୀଙ୍କ ହାତ ଥିବା ନେଇ ପ୍ରଥମେ ପୋଲିସ୍ ସନ୍ଦେହ କରୁଥିଲା। ତେବେ କୋରାପୁଟ ଏସ୍‌ପି କହିଛନ୍ତି ଯେ ଏହା ଗଞ୍ଜେଇ ମାଫିଆଙ୍କ […]

Rakesh Mallick
  • Published: Thursday, 12 October 2017
  • , Updated: 12 October 2017, 08:51 AM IST

ଲମତାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଜଲାପୁଟ ଗାଁରେ ଗତକାଲି ରାତିରେ ପୋଲିସ୍ ଗାଡ଼ି ଉପରକୁ ଗୁଳିମାଡ଼ ହୋଇଛି। ଏଥିରେ ମାଛକୁଣ୍ଡ ଥାନା ଏଏସ୍‌ଆଇ ପ୍ରଦୀପ ନାୟକ ଆହତ ହୋଇଛନ୍ତି। ତାଙ୍କ ବେକରେ ଗୁଳି ବାଜିଛି। ତାଙ୍କୁ ଲମତାପୁଟରେ ପ୍ରାଥମିକ ଚିକିତ୍ସା କରାଯିବା ପରେ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣା ପଛରେ ମାଓବାଦୀଙ୍କ ହାତ ଥିବା ନେଇ ପ୍ରଥମେ ପୋଲିସ୍ ସନ୍ଦେହ କରୁଥିଲା। ତେବେ କୋରାପୁଟ ଏସ୍‌ପି କହିଛନ୍ତି ଯେ ଏହା ଗଞ୍ଜେଇ ମାଫିଆଙ୍କ କାମ ବି ହୋଇପାରେ।

ପୋଲିସ୍‌ଠାରୁ ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ମାଛକୁଣ୍ଡ ଥାନା ଅଧିକାରୀ ବିମଳ ମହାନ୍ତିଙ୍କ ନେତୃତ୍ୱରେ ଲମତାପୁଟ ଫାଣ୍ଡି ଅଧିକାରୀ ଓ ଜଲାପୁଟ ଫାଣ୍ଡି ଅଧିକାରୀ ମିଳିତ ଭାବେ ଏକ ବୋଲେରୋରେ ପାଟ୍ରୋଲିଂ ପାଇଁ ଜଲାପୁଟ ଅଞ୍ଚଳକୁ ଯାଇଥିଲେ। ଗାଡ଼ିରେ ମୋଟ ୫ ଜଣ ଥିଲେ। ପାଟ୍ରୋଲିଂ ସାରି ଫେରୁଥିବା ବେଳେ ଦୁର୍ବୃତ୍ତମାନେ ସେମାନଙ୍କ ଗାଡ଼ି ଉପରକୁ ଗୁଳିମାଡ଼ କରିଥିଲେ। ଗାଡ଼ିରେ ମୋଟ ଚାରୋଟି ଗୁଳି ବାଜିଥିଲା। ଗୋଟିଏ ଗୁଳି ଏଏସ୍‌ଆଇ ପ୍ରଦୀପ ନାୟକଙ୍କ ବେକରେ ବାଜିଥିଲା। ପୋଲିସ୍ ଘଟଣାର ତଦନ୍ତ କରୁଛି।

Related story