କୁନ୍ଦୁଲି ଗଣଦୁଷ୍କର୍ମ ପ୍ରତିବାଦରେ ମାଓବାଦୀଙ୍କ ପକ୍ଷରୁ ସୋମବାର କୋରାପୁଟ ବନ୍ଦ

କୋରାପୁଟ: କୋରାପୁଟ ଜିଲ୍ଲା କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ପ୍ରତିବାଦରେ ଆସନ୍ତା ୧୬ ତାରିଖ ସୋମବାର ମାଓବାଦୀମାନେ କୋରାପୁଟ ଜିଲ୍ଲାରେ ବନ୍ଦ ଡାକରା ଦେଇଛନ୍ତି। ମାଓବାଦୀ ସଂଗଠନ ଆନ୍ଧ୍ର ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ୍ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏହା ସହିତ ଗଣଦୁଷ୍କର୍ମରେ ନକ୍ସଲଙ୍କ ସମ୍ପୃକ୍ତି ନ ଥିବା କହି ଅଡିଓ ଟେପ୍ ଜାରି କରିଛି ମାଓବାଦୀଙ୍କ ଏହି କମିଟି। କମିଟିର ଜଗବନ୍ଧୁ ନାମକ ଜଣେ ସଦସ୍ୟ ଏହି ଅଡିଓ ଟେପ୍ ଜାରି କରିବା […]

maoist,,

Rakesh Mallick
  • Published: Saturday, 14 October 2017
  • , Updated: 14 October 2017, 09:06 AM IST

କୋରାପୁଟ: କୋରାପୁଟ ଜିଲ୍ଲା କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ପ୍ରତିବାଦରେ ଆସନ୍ତା ୧୬ ତାରିଖ ସୋମବାର ମାଓବାଦୀମାନେ କୋରାପୁଟ ଜିଲ୍ଲାରେ ବନ୍ଦ ଡାକରା ଦେଇଛନ୍ତି। ମାଓବାଦୀ ସଂଗଠନ ଆନ୍ଧ୍ର ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ୍ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏହା ସହିତ ଗଣଦୁଷ୍କର୍ମରେ ନକ୍ସଲଙ୍କ ସମ୍ପୃକ୍ତି ନ ଥିବା କହି ଅଡିଓ ଟେପ୍ ଜାରି କରିଛି ମାଓବାଦୀଙ୍କ ଏହି କମିଟି। କମିଟିର ଜଗବନ୍ଧୁ ନାମକ ଜଣେ ସଦସ୍ୟ ଏହି ଅଡିଓ ଟେପ୍ ଜାରି କରିବା ସହ ଘଟଣାରେ ନକ୍ସଲଙ୍କ ହାତ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ମିଥ୍ୟାରେ ସେମାନଙ୍କୁ ବଦନାମ କରାଯାଉଛି ବୋଲି  ସେ କହିଛନ୍ତି। ନକ୍ସଲ୍ ଏଭଳି କାମ କରନ୍ତି ନାହିଁ ଏବଂ ଏହି ଘଟଣାକୁ ନିନ୍ଦା କରୁଛୁ, ଲୋକଙ୍କ ଦାବି ଓ ଆନ୍ଦୋଳନକୁ ଆମେ ସମର୍ଥନ କରୁଛୁ ବୋଲି ଅଡିଓ ଟେପ୍‌ରେ କୁହାଯାଇଛି।

 

Related story