ବଦଳିଲେ କୋରାପୁଟ ଜିଲ୍ଲାପାଳ

କୋରାପୁଟ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଅବତରଣକୁ ନେଇ ୧୧ ଜଣ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଘଟଣାରେ କୋରାପୁଟ ଜିଲ୍ଲାପାଳ ଜୟକୁମାର ଭିଙ୍କୁ ଆଜି ବଦଳି କରାଯାଇଛି। ଜୟକୁମାରଙ୍କ ସ୍ଥାନରେ ବଲାଙ୍ଗିର ପିଡି ଡିଆରଡିଏ ଅନୁପମ ଶାହାଙ୍କୁ ଅବସ୍ଥାପିତ କରିଛନ୍ତି ରାଜ୍ୟ ସରକାର। ଅନ୍ୟପକ୍ଷରେ ୧୧ ଦିନ ଧରି ଚାଲିଥିବା ଆନ୍ଦୋଳନକୁ ସାମୟିକ ସ୍ଥିଗିତ ରଖିଛି ରାଜ୍ୟ ଅମଲା ସଂଘ। ଆଜି ସଂଘର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କ ସହିତ ଆଲୋଚନା କରିଥିଲା। ଆଲୋଚନା ବେଳେ […]

vlcsnap-

Rakesh Mallick
  • Published: Friday, 03 March 2017
  • , Updated: 03 March 2017, 10:01 PM IST

କୋରାପୁଟ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଅବତରଣକୁ ନେଇ ୧୧ ଜଣ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଘଟଣାରେ କୋରାପୁଟ ଜିଲ୍ଲାପାଳ ଜୟକୁମାର ଭିଙ୍କୁ ଆଜି ବଦଳି କରାଯାଇଛି। ଜୟକୁମାରଙ୍କ ସ୍ଥାନରେ ବଲାଙ୍ଗିର ପିଡି ଡିଆରଡିଏ ଅନୁପମ ଶାହାଙ୍କୁ ଅବସ୍ଥାପିତ କରିଛନ୍ତି ରାଜ୍ୟ ସରକାର। ଅନ୍ୟପକ୍ଷରେ ୧୧ ଦିନ ଧରି ଚାଲିଥିବା ଆନ୍ଦୋଳନକୁ ସାମୟିକ ସ୍ଥିଗିତ ରଖିଛି ରାଜ୍ୟ ଅମଲା ସଂଘ।

ଆଜି ସଂଘର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କ ସହିତ ଆଲୋଚନା କରିଥିଲା। ଆଲୋଚନା ବେଳେ ନିଲମ୍ୱନ ଆଦେଶ ପ୍ରତ୍ୟାହାର ଓ ଜିଲ୍ଲାପାଳଙ୍କ ବଦଳି ପାଇଁ ସଂଘ ଦାବି କରିଥିଲା। ଏଥିପାଇଁ ସଂଘ ୪୮ ଘଣ୍ଟା ମହଲତ ଦେଇଥିଲେ। ତେବେ ମହଲତ ନପୁରୁଣୁ ଜିଲ୍ଲାପାଳ ଜୟକୁମାରଙ୍କୁ ବଦଳି କରାଯାଇଛି।

ରାଜ୍ୟ ରାଜସ୍ୱ ଅମଲା ସଂଘର ସାଧାରଣ ସମ୍ପାଦକ ନରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି,“ଆମର ଦାବି ରାଜ୍ୟ ସରକାର ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେଥିପାଇଁ ସେମାନେ ୪୮ ଘଣ୍ଟା ସମୟ ଦେଇଛୁ। ୪୮ ଘଣ୍ଟା ମଧ୍ୟରେ ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନ କରାଯିବ।”

Related story