‘କୁନ୍ଦୁଲି ପୀଡ଼ିତାଙ୍କୁ ମାନସିକ ଚିକିତ୍ସା ଦରକାର’

କଟକ (ଓଡ଼ିଶା ରିପୋର୍ଟର): କୁନ୍ଦୁଲି ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ସ୍ଥିର ରହିଛି। ସେ ଏବେ ସୁସ୍ଥ ଅଛନ୍ତି। ତେବେ ତାଙ୍କୁ ମାନସିକ ଚିକିତ୍ସା ଦରକାର। ତେଣୁ ତାଙ୍କୁ ମାନସିକ ରୋଗ ବିଭାଗକୁ ସ୍ଥାନାନ୍ତର କରାଯିବ। ବର୍ତ୍ତମାନ ତାଙ୍କୁ ICUରେ ରଖିବାର ଆବଶ୍ୟକତା ନାହିଁ ବୋଲି ଏସ୍‌ସିବିର ଡାକ୍ତର ଶ୍ରୀପ୍ରସାଦ ନନ୍ଦ କହିଛନ୍ତି। ଗତ ୧୯ ତାରିଖରେ କୁନ୍ଦୁଲି ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ଏସ୍‌ସିବିକୁ ସ୍ଥାନାନ୍ତରିତ କରାଯାଇଥିଲା। ଏସ୍‌ସିବିରେ ଚିକିତ୍ସା ଚାଲିଥିବା ସତ୍ତ୍ୱେ ତାଙ୍କର […]

koraput-rape-3

Rakesh Mallick
  • Published: Friday, 24 November 2017
  • , Updated: 24 November 2017, 02:59 PM IST

କଟକ (ଓଡ଼ିଶା ରିପୋର୍ଟର): କୁନ୍ଦୁଲି ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ସ୍ଥିର ରହିଛି। ସେ ଏବେ ସୁସ୍ଥ ଅଛନ୍ତି। ତେବେ ତାଙ୍କୁ ମାନସିକ ଚିକିତ୍ସା ଦରକାର। ତେଣୁ ତାଙ୍କୁ ମାନସିକ ରୋଗ ବିଭାଗକୁ ସ୍ଥାନାନ୍ତର କରାଯିବ। ବର୍ତ୍ତମାନ ତାଙ୍କୁ ICUରେ ରଖିବାର ଆବଶ୍ୟକତା ନାହିଁ ବୋଲି ଏସ୍‌ସିବିର ଡାକ୍ତର ଶ୍ରୀପ୍ରସାଦ ନନ୍ଦ କହିଛନ୍ତି।

ଗତ ୧୯ ତାରିଖରେ କୁନ୍ଦୁଲି ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ଏସ୍‌ସିବିକୁ ସ୍ଥାନାନ୍ତରିତ କରାଯାଇଥିଲା। ଏସ୍‌ସିବିରେ ଚିକିତ୍ସା ଚାଲିଥିବା ସତ୍ତ୍ୱେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲେ। ପରେ ତାଙ୍କୁ ମେଡ଼ିସିନ୍‌ ବିଭାଗର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ମେଡିସିନି ବିଭାଗ ମୁଖ୍ୟ ପ୍ରଭାତ ପାଢୀଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଡାକ୍ତରୀ ଟିମ୍‌ ପୀଡ଼ିତାଙ୍କୁ ଚିକିତ୍ସା କରୁଥିଲେ। ଏହି ଟିମ୍‌ରେ ମେଡିସିନ, ନିଶ୍ଚେତକ ଓ ହୃଦରୋଗ ବିଭାଗ ଡାକ୍ତର ରହିଥିଲେ।

ଗତ ୧୫ ତାରିଖରେ ନବମ ଶ୍ରେଣୀ ଛାତ୍ରୀ ଜଣକ ସ୍କୁଲରୁ ଘରକୁ ଫେରୁଥିଲେ। ନିଛାଟିଆ ରାସ୍ତାରେ ଯବାନଙ୍କ ପୋଷାକ ପିନ୍ଧିଥିବା ଅଭିଯୁକ୍ତମାନେ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ଟେକିନେଇ ଜଣେ ପରେ ଜଣେ ବଳାତ୍କାର କରି ପଳାଇ ଯାଇଥିଲେ। ପରେ ନାବାଳିକା ଜଣକ ଘୁଷୁରି ଘୁଷୁରି ରାସ୍ତା ଉପରକୁ ଆସିଥିଲେ। ପଥଚାରୀମାନେ ତାଙ୍କୁ ପଟାଙ୍ଗି ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ପରିବାର ଲୋକଙ୍କୁ ଖବର ଦେଇଥିଲେ।

Related story