କୋରାପୁଟ: ପୂର୍ବତନ ସରପଞ୍ଚଙ୍କୁ ଗଳା କାଟି ହତ୍ୟା

ଜୟପୁର: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ୍ ତେନ୍ତୁଳିଗୁମାର ପୂର୍ବତନ ସରପଞ୍ଚ ଗୋବର୍ଦ୍ଧନ ଭୂମିଆଙ୍କୁ ଗଳାକାଟି ହତ୍ୟା କରାଯାଇଛି। ତାଙ୍କ ମୃତଦେହ ମନ୍ତ୍ରୀଆମ୍ବ ରାସ୍ତାକଡ଼ରୁ ଉଦ୍ଧାର କରାଯାଇଛି। ତାଙ୍କ ମୃତଦେହ ପାଖରେ ତାଙ୍କ ବାଇକ୍‌ଟି ପଡ଼ିଛି। ତାଙ୍କର ଗୋଟିଏ ଗୋଡ଼ ବାଇକ୍‌ ଉପରେ ଥିବା ବେଳେ ଆଉ ଗୋଟିଏ ଗୋଡ଼ ବାଇକ୍ ତଳେ ରହିଛି। ଘଟଣା ପଛରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ତେବେ ହତ୍ୟା ପଛରେ ରାଜନୈତିକ ଶତ୍ରୁତା ବି ଥାଇପାରେ ବୋଲି କୁହାଯାଉଛି। କିନ୍ତୁ […]

sarapancha

Rakesh Mallick
  • Published: Sunday, 13 March 2016
  • , Updated: 13 March 2016, 10:09 AM IST

ଜୟପୁର: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ୍ ତେନ୍ତୁଳିଗୁମାର ପୂର୍ବତନ ସରପଞ୍ଚ ଗୋବର୍ଦ୍ଧନ ଭୂମିଆଙ୍କୁ ଗଳାକାଟି ହତ୍ୟା କରାଯାଇଛି। ତାଙ୍କ ମୃତଦେହ ମନ୍ତ୍ରୀଆମ୍ବ ରାସ୍ତାକଡ଼ରୁ ଉଦ୍ଧାର କରାଯାଇଛି। ତାଙ୍କ ମୃତଦେହ ପାଖରେ ତାଙ୍କ ବାଇକ୍‌ଟି ପଡ଼ିଛି। ତାଙ୍କର ଗୋଟିଏ ଗୋଡ଼ ବାଇକ୍‌ ଉପରେ ଥିବା ବେଳେ ଆଉ ଗୋଟିଏ ଗୋଡ଼ ବାଇକ୍ ତଳେ ରହିଛି। ଘଟଣା ପଛରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ତେବେ ହତ୍ୟା ପଛରେ ରାଜନୈତିକ ଶତ୍ରୁତା ବି ଥାଇପାରେ ବୋଲି କୁହାଯାଉଛି। କିନ୍ତୁ ପୋଲିସ୍ ଏ ନେଇ କିଛି ସ୍ପଷ୍ଟ କରି ନାହିଁ। କେବଳ ତଦନ୍ତ ଚାଲିଛି ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି।

Related story