କିରୋସିନି ଓ କୃଷି କୋଟା କାଟକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ୱର: କେନ୍ଦ୍ର ଅବହେଳାକୁ ନେଇ ଆଜି ବିଜେଡିର ଦୁଇ ବରିଷ୍ଠ ମନ୍ତ୍ରୀ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଖାଦ୍ୟ ଯୋଗାଣ ମନ୍ତ୍ରୀ କିରୋସିନି କୋଟା ଓ କୃଷି ମନ୍ତ୍ରୀ କୃଷି ଅନୁଦାନ କାଟ୍‌କୁ ନେଇ କେନ୍ଦ୍ର ଅବହେଳାର ଅଭିଯୋଗ ଉଠାଇ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି।ରାଜ୍ୟକୁ ପ୍ରତିମାସ ମିଳୁଥିବା କିରୋସିନି କୋଟାରେ କେନ୍ଦ୍ର ସରକାର କାଣ୍ଟଛାଣ୍ଟ କରିଛନ୍ତି। ଏହାକୁ ରାଜ୍ୟ ସରକାର ସହଜରେ ହଜମ କରିନାହାନ୍ତି। ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଅଭିଯୋଗ କରିଛନ୍ତି, […]

kirosin

Rakesh Mallick
  • Published: Friday, 08 July 2016
  • , Updated: 08 July 2016, 10:18 PM IST

ଭୁବନେଶ୍ୱର: କେନ୍ଦ୍ର ଅବହେଳାକୁ ନେଇ ଆଜି ବିଜେଡିର ଦୁଇ ବରିଷ୍ଠ ମନ୍ତ୍ରୀ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଖାଦ୍ୟ ଯୋଗାଣ ମନ୍ତ୍ରୀ କିରୋସିନି କୋଟା ଓ କୃଷି ମନ୍ତ୍ରୀ କୃଷି ଅନୁଦାନ କାଟ୍‌କୁ ନେଇ କେନ୍ଦ୍ର ଅବହେଳାର ଅଭିଯୋଗ ଉଠାଇ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି।ରାଜ୍ୟକୁ ପ୍ରତିମାସ ମିଳୁଥିବା କିରୋସିନି କୋଟାରେ କେନ୍ଦ୍ର ସରକାର କାଣ୍ଟଛାଣ୍ଟ କରିଛନ୍ତି। ଏହାକୁ ରାଜ୍ୟ ସରକାର ସହଜରେ ହଜମ କରିନାହାନ୍ତି। ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଅଭିଯୋଗ କରିଛନ୍ତି, “ଗତ ଏପ୍ରିଲରେ କେନ୍ଦ୍ର ସରକାର ଧାର୍ଯ୍ୟ କୋଟାରୁ ୪୮୭୨ ଲିଟର କିରୋସିନି କାଟି ଦେଇଛନ୍ତି। ଜୁଲାଇରେ ବି ୪୬୩୨ ଲିଟର କାଟିଛନ୍ତି। ୨୦୧୫ ଏପ୍ରିଲରେ ୧୦୨୦ ଲିଟର କିରୋସିନ କାଟି ଦେଇଥିଲେ। କେନ୍ଦ୍ର ସରକାର କିରୋସିନିରେ ଡାଇରେକ୍ଟ ବେନିଫିଟ୍‌ (ଡିବିଟି) ଲାଗୁ କରିବାକୁ ଘୋଷଣା କରିଥିଲେ ମଧ୍ୟ ଏ ନେଇ ଆବଶ୍ୟକ ତଥ୍ୟ ଦେଉନାହାନ୍ତି।”

ସେ କହିଛନ୍ତି, “କେନ୍ଦ୍ର ସରକାର ୩ଟି ପର୍ଯ୍ୟାୟରେ କିରୋସିନି କାଟିବାକୁ ଆମେ ଗ୍ରହଣ କରିପାରୁ ନାହୁଁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟର କଥା। ଏପରି କିରୋସିନି କୋଟା କାଟି ଦିଆଯିବା ଦ୍ୱାରା ଓଡ଼ିଶାର ହିତାଧିକାରୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।”

ଅନ୍ୟପକ୍ଷରେ କୃଷି ଓ କୃଷକ ପାଇଁ କେନ୍ଦ୍ରର ମନୋଭାବକୁ ନେଇ ମୋଦିଙ୍କୁ ରାଜ୍ୟ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଟାର୍ଗେଟ କରିଛନ୍ତି। “ବିଜେପି ପକ୍ଷରୁ ରାଜ୍ୟରେ ଆୟୋଜିତ କୃଷକ ସମାବେଶରେ ଯୋଗଦେଇ ମୋଦି ବଡ଼ ବଡ଼ କଥା କହୁଥିବା ବେଳେ ୨ ବର୍ଷରେ ୧୦୦୨.୩୮ କୋଟି ଟଙ୍କା କୃଷି କ୍ଷେତ୍ରରେ କାଟିଛନ୍ତି” ବୋଲି ସେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ଚଳିତବର୍ଷ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ କେନ୍ଦ୍ର ସର୍ବାଧିକ ୨୨୧ କୋଟି ଟଙ୍କା କାଟିଥିବା ବେଳେ ନ୍ୟାସନାଲ ଫୁଡ ସିକ୍ୟୁରିଟି ମିଶନରେ ୮୩ କୋଟି ଟଙ୍କା କମ ଦେଇଛନ୍ତି।”

ଦୁଇ ମନ୍ତ୍ରୀଙ୍କ ଏପରି ଅଭିଯୋଗକୁ ରାଜ୍ୟ ବିଜେପି ପକ୍ଷରୁ ସମାଲୋଚନା କରାଯାଇଛି। ଏହି ଦୁଇବର୍ଷରେ କୃଷି କ୍ଷେତ୍ରରେ ଅନୁଦାନ କମିନାହିଁ ବରଂ ବଢିଛି ବୋଲି ବିଜେପି ଯୁକ୍ତି ବାଢିଛି।

ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, “ରାଜ୍ୟ ସରକାରଙ୍କ ପାଖରେ ଅଭିଯୋଗ ଛଡା କିଛି ନାହିଁ। ରାଜ୍ୟବାସୀଙ୍କୁ କେବଳ ବିଭ୍ରାନ୍ତ କରୁଛନ୍ତି। କେନ୍ଦ୍ର କିଛି ବି ଟଙ୍କା କାଟିନାହିଁ। ପୂର୍ବ ଅପେକ୍ଷା ମୋଦି ସରକାର ଅଧିକ ଦେଉଛନ୍ତି। କିରୋସିନି ଯେଉଁ ପରିମାଣରେ ପରିବେଶ ଦୂଷିତ କରୁଛି ସେଥିରୁ ଓଡ଼ିଶାକୁ ସୁରକ୍ଷା ମିଳିବା ଦରକାର। ସେଥିପାଇଁ କେନ୍ଦ୍ର ଯୋଜନା କରିଛି, ଓଡ଼ିଶା କେତେ ଅଧିକା ଗ୍ୟାସ୍‌ ପାଇପାରିବ।”

Related story