ରାଜକ୍ଷମା ଆବେଦନ ପୂର୍ବରୁ ଫାଶୀ ନୁହେଁ: କୁଳଭୂଷଣ ମାମଲାର ଭିନ୍ନ ମୋଡ଼

ନୂଆଦିଲ୍ଲୀ: କୂଳଭୁଷଣ ମାମଲାର ଭିନ୍ନ ମୋଡ଼। ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ଫାଶୀ ଦଣ୍ଡାଦେଶ ଉପରେ  ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍‌(ଆଇସିଜେ) ରୋକ୍‌ ଲଗାଇଥିବା ବେଳେ ପାକିସ୍ତାନ ତାଙ୍କୁ ରାଜକ୍ଷମା ଆବେଦନ କରିବାକୁ ପ୍ରସ୍ତାବ ଦେଇଛି । ରାଜକ୍ଷମା ଆବେଦନ ପୂର୍ବରୁ କୂଳଭୁଷଣଙ୍କୁ ଫାଶୀ ଦିଆଯିବ ନାହିଁ ବୋଲି ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ନଫିଜ୍‌ ଜାକାରିଆ ଗୁରୁବାର କହିଛନ୍ତି । ସେ କହିଛନ୍ତି ଯେ, ଆଇସିଜେର ନିର୍ଦ୍ଦେଶ ସତ୍ତ୍ୱେ କୁଳଭୂଷଣଙ୍କୁ ରାଜକ୍ଷମା ଆବେଦନ […]

kulbhusan

Rakesh Mallick
  • Published: Thursday, 01 June 2017
  • , Updated: 01 June 2017, 06:56 PM IST

ନୂଆଦିଲ୍ଲୀ: କୂଳଭୁଷଣ ମାମଲାର ଭିନ୍ନ ମୋଡ଼। ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ଫାଶୀ ଦଣ୍ଡାଦେଶ ଉପରେ  ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍‌(ଆଇସିଜେ) ରୋକ୍‌ ଲଗାଇଥିବା ବେଳେ ପାକିସ୍ତାନ ତାଙ୍କୁ ରାଜକ୍ଷମା ଆବେଦନ କରିବାକୁ ପ୍ରସ୍ତାବ ଦେଇଛି । ରାଜକ୍ଷମା ଆବେଦନ ପୂର୍ବରୁ କୂଳଭୁଷଣଙ୍କୁ ଫାଶୀ ଦିଆଯିବ ନାହିଁ ବୋଲି ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ନଫିଜ୍‌ ଜାକାରିଆ ଗୁରୁବାର କହିଛନ୍ତି । ସେ କହିଛନ୍ତି ଯେ, ଆଇସିଜେର ନିର୍ଦ୍ଦେଶ ସତ୍ତ୍ୱେ କୁଳଭୂଷଣଙ୍କୁ ରାଜକ୍ଷମା ଆବେଦନ ପାଇଁ ସୁଯୋଗ ଦିଆଯିବ। ଏଥିପାଇଁ  କୁଳଭୂଷଣ ପ୍ରଥମେ ପାକିସ୍ତାନ ସେନା ମୁଖ୍ୟ ଏବଂ ପରେ ରାଷ୍ଟ୍ରପତିଙ୍କ ନିକଟରେ ଏହି ଆବେଦନ କରିପାରିବେ। ଏହିପରିପ୍ରେକ୍ଷୀରେ  ସେ ଭାରତ ସରକାର ଏବଂ ଗଣମାଧ୍ୟମକୁ କଡ଼ା ସମାଲୋଚନା କରିଥିଲେ।

କହିଥିଲେ କୁଳଭୂଷଣ ମାମଲାରେ ଭୁଲ ତଥ୍ୟ ଉପସ୍ଥାପନ କରାଯାଉଛି । କୁଳଭୂଷଣଙ୍କ କ୍ଷେତ୍ରରେ ଆଇସିଜେରେ ପାକିସ୍ତାନର ପରାଜୟ ହେଲା ବୋଲି ଭାରତୀୟ ଗଣମାଧ୍ୟମରେ ବିଭ୍ରାନ୍ତିକର ତଥ୍ୟ ପ୍ରକାଶ ପାଉଛି। ଜାକାରିଆଙ୍କ କହିବା ଅନୁଯାୟୀ ମାମଲାର ସମ୍ପୂର୍ଣ୍ଣ ଶୁଣାଣି ପୂର୍ବରୁ  କୁଳଭୂଷଣଙ୍କୁ ଫାଶୀ ଦିଆଯିବା ଉପରେ ଆଇସିଜେ ରୋକ୍‌ ଲଗାଇଛନ୍ତି। ଏହାର ଅର୍ଥ ନୁହେଁ ପାକିସ୍ତାନର ପରାଜୟ ହେଲା।

ସୂଚନା ଅନୁଯାୟୀ ଗତ ମାର୍ଚ୍ଚ ୩ ତାରିଖରେ ପାକିସ୍ତାନ କୁଳଭୂଷଣଙ୍କୁ ଗିରଫ କରିଥିଲା। ପରେ ପାକିସ୍ତାନ ମିଲିଟାରୀ କୋର୍ଟରେ ତାଙ୍କୁ ଫାଶୀଦଣ୍ଡାଦେଶ ହୋଇଥିଲା।  ଏହି ରାୟ ବିରୋଧରେ ମେ’ ୮ରେ ଭାରତ ଆଇସିଜେରେ ଦ୍ୱାରସ୍ଥ ହୋଇଥିଲା। ପରେ ମେ’ ୧୮ରେ ହୋଇଥିବା ଶୁଣାଣିରେ କୁଳଭୂଷଣଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିଥିଲା ଆଇସିଜେ।

Related story