ପ୍ରଥମ ପ୍ରତିକ୍ରିୟା ରଖିଲେ କୁନ୍ଦୁଲି ଗଣଦୁଷ୍କର୍ମ ପୀଡିତା: କହିଲେ-ପୋଲିସ୍‌ ଅସଲ ଲୋକଙ୍କୁ ଧରିନି

କୋରାପୁଟ: ପୋଲିସ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି କୁନ୍ଦୁଲି ଗଣଦୁଷ୍କର୍ମ ପୀଡିତା। ସେ କହିଛନ୍ତି,“ଅସଲ ଆସାମୀଙ୍କୁ ପୋଲିସ୍‌ ଗିରଫ ନ କରି ମୋ ସମ୍ପର୍କୀୟଙ୍କୁ ଧରି ପଚରାଉଚୁରା କରୁଛି। ଯଦି ସମ୍ପର୍କୀୟମାନେ ଏଭଳି  କାଣ୍ଡ କରିଥାନ୍ତେ ତେବେ ଏତଲାରେ ସେମାନଙ୍କ ନାଁ ଦିଆଯାଇଥାନ୍ତା।” ସେ ଆହୁରି କହିଛନ୍ତି,“ବିନା କାରଣରେ ସମ୍ପର୍କୀୟ ଓ ଗାଁ ଲୋକଙ୍କୁ ପୋଲିସ୍‌ ହଇରାଣ କରୁଥିବାରୁ ମୋ ପରିବାର ଲୋକଙ୍କୁ ଗାଁରେ ଅନେକ ଅପବାଦ ଶୁଣିବାକୁ ମିଳୁଛି। ମୁଁ ଏଥିପାଇଁ ମାନସିକ ସ୍ତରରେ ଭାଙ୍ଗି […]

koraput-rape.13-3-768x543

Rakesh Mallick
  • Published: Friday, 27 October 2017
  • , Updated: 27 October 2017, 02:00 PM IST

କୋରାପୁଟ: ପୋଲିସ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି କୁନ୍ଦୁଲି ଗଣଦୁଷ୍କର୍ମ ପୀଡିତା। ସେ କହିଛନ୍ତି,“ଅସଲ ଆସାମୀଙ୍କୁ ପୋଲିସ୍‌ ଗିରଫ ନ କରି ମୋ ସମ୍ପର୍କୀୟଙ୍କୁ ଧରି ପଚରାଉଚୁରା କରୁଛି। ଯଦି ସମ୍ପର୍କୀୟମାନେ ଏଭଳି  କାଣ୍ଡ କରିଥାନ୍ତେ ତେବେ ଏତଲାରେ ସେମାନଙ୍କ ନାଁ ଦିଆଯାଇଥାନ୍ତା।”

ସେ ଆହୁରି କହିଛନ୍ତି,“ବିନା କାରଣରେ ସମ୍ପର୍କୀୟ ଓ ଗାଁ ଲୋକଙ୍କୁ ପୋଲିସ୍‌ ହଇରାଣ କରୁଥିବାରୁ ମୋ ପରିବାର ଲୋକଙ୍କୁ ଗାଁରେ ଅନେକ ଅପବାଦ ଶୁଣିବାକୁ ମିଳୁଛି। ମୁଁ ଏଥିପାଇଁ ମାନସିକ ସ୍ତରରେ ଭାଙ୍ଗି ପଡ଼ିଛି।”

ଏହା ସହ ୪ ଜଣ ଯବାନ ଦୁଷ୍କର୍ମ କରିଥିବା କଥା ପୀଡିତା ପୁଣି ଥରେ ଦୋହରାଇଛନ୍ତି।

ସୁସ୍ଥ ହେବା ପରେ ପୀଡିତା ଆଜି କୋରାପୁଟ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି।  ଡିସଚାର୍ଜ ପରେ ଧାରା ୧୬୪ରେ ବୟାନ ରେକର୍ଡ ପାଇଁ କୋରାପୁଟ ଜେଏମ୍‌ଏଫସି କୋର୍ଟରେ ହାଜର ହୋଇଛନ୍ତି।

Related story