ଜମି ପାଇଁ ଯମ ପାଲଟିଲା ମଣିଷ: ଜେସିବି ମଡାଇ ଲୋକଙ୍କୁ ହତ୍ୟା ଉଦ୍ୟମ

ବଲାଙ୍ଗିର: ବଲାଙ୍ଗିର ତୁରେଇକେଲାରେ ଅଭାବନୀୟକାଣ୍ଡ।  ଜମି ବିବାଦକୁ ନେଇ ଲୋକଙ୍କ ଉପରେ ଜେସିବି ମଡାଇ ଦେବା ଉଦ୍ୟମ ଅଭିଯୋଗ। ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଓ ତୁରେଇକେଲା ଗାଁ ମଝିରେ ଥିବା ଜମିକୁ ନେଇ ଆଜି ବିବାଦ ଉଗ୍ର ରୂପ ଧାରଣ କରିଥିଲା ଭାଲୁମୁଣ୍ଡାର ମେହେର ପରିବାର ଓ ତୁରେଇକେଲାର ପୁଟେଲ ପରିବାର ମଧ୍ୟରେ ଏହି ଜମିକୁ ନେଇ ଅନେକ ଦିନରୁ ବିବାଦ ଥିଲା। ଆଜି ମେହର ପରିବାରର ସଦସ୍ୟମାନେ ୩ଟି ଜେସିବି ମେସିନ୍ ନେଇ ଜମିରେ କାମ […]

balangi

Rakesh Mallick
  • Published: Sunday, 09 July 2017
  • , Updated: 10 July 2017, 07:53 AM IST

ବଲାଙ୍ଗିର: ବଲାଙ୍ଗିର ତୁରେଇକେଲାରେ ଅଭାବନୀୟକାଣ୍ଡ।  ଜମି ବିବାଦକୁ ନେଇ ଲୋକଙ୍କ ଉପରେ ଜେସିବି ମଡାଇ ଦେବା ଉଦ୍ୟମ ଅଭିଯୋଗ। ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଓ ତୁରେଇକେଲା ଗାଁ ମଝିରେ ଥିବା ଜମିକୁ ନେଇ ଆଜି ବିବାଦ ଉଗ୍ର ରୂପ ଧାରଣ କରିଥିଲା ଭାଲୁମୁଣ୍ଡାର ମେହେର ପରିବାର ଓ ତୁରେଇକେଲାର ପୁଟେଲ ପରିବାର ମଧ୍ୟରେ ଏହି ଜମିକୁ ନେଇ ଅନେକ ଦିନରୁ ବିବାଦ ଥିଲା।

ଆଜି ମେହର ପରିବାରର ସଦସ୍ୟମାନେ ୩ଟି ଜେସିବି ମେସିନ୍ ନେଇ ଜମିରେ କାମ କରିବାକୁ ଯାଇଥିବା ବେଳେ ପୁଟେଲ ପରିବାରର ସଦସ୍ୟ ଏହାକୁ ବିରୋଧ କରିଥିଲେ। ଲୋକଙ୍କୁ ଭୟଭୀତ କରିବାକୁ ତାଙ୍କୁ ଜେସିବି ମେସିନ୍ ନେଇ ଗୋଡାଇ ଥିଲେ ଡ୍ରାଇଭର।

ଲୋକେ ପ୍ରାଣ ବିକଳରେ ଦୌଡିବା ବେଳେ ଏଠାରେ ଥିବା ତାରବାଡ଼ରେ ଲାଗି ୮ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ ହୋଇଛି। ତଦନ୍ତ ପରେ କାଯର୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି।

Related story