ଅନ୍ତିମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ: ବିଜେଡି ୬୮ ଓ ବିଜେପି ୫୬ଟିରେ ବିଜୟୀ

ଭୁବନେଶ୍ୱର: ଆଜି ପଞ୍ଚମ ବା ଅନ୍ତିମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ୧୫୦ଟି ଜିଲ୍ଲାପରିଷଦ ଆସନ ପାଇଁ ମତଦାନ ହୋଇଥିଲା। ୪ଟି ପର୍ଯ୍ୟାୟ ପରି ଏଥର ମଧ୍ୟ ବିଜେଡିକୁ କଡ଼ା ଟକ୍କର ଦେଇଥିଲା ବିଜେପି। ଅନୌପଚାରିକ ଭାବେ ଘୋଷଣା କରାଯାଇଥିବା ୧୩୯ ଆସନ ମଧ୍ୟରୁ ବିଜେଡି ୬୮, ବିଜେପି ୫୬, କଂଗ୍ରେସ ୧୨ ଓ ଅନ୍ୟାନ୍ୟ ଦଳ ୩ଟିରେ ବିଜୟୀ ହୋଇଛନ୍ତି। ଚତୁର୍ଥ ପର୍ଯ୍ୟାୟରେ ୧୬୧ଟି ଜିଲ୍ଲାପରିଷଦ ଜୋନରେ ମତଦାନ ହୋଇଥିଲା। ସେଥିରୁ ୧୫୪ଟି ଜିଲ୍ଲାପରିଷଦ ଜୋନରେ ଫଳାଫଳ […]

bhadrak ra polling

Rakesh Mallick
  • Published: Tuesday, 21 February 2017
  • , Updated: 21 February 2017, 10:43 PM IST

ଭୁବନେଶ୍ୱର: ଆଜି ପଞ୍ଚମ ବା ଅନ୍ତିମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ୧୫୦ଟି ଜିଲ୍ଲାପରିଷଦ ଆସନ ପାଇଁ ମତଦାନ ହୋଇଥିଲା। ୪ଟି ପର୍ଯ୍ୟାୟ ପରି ଏଥର ମଧ୍ୟ ବିଜେଡିକୁ କଡ଼ା ଟକ୍କର ଦେଇଥିଲା ବିଜେପି। ଅନୌପଚାରିକ ଭାବେ ଘୋଷଣା କରାଯାଇଥିବା ୧୩୯ ଆସନ ମଧ୍ୟରୁ ବିଜେଡି ୬୮, ବିଜେପି ୫୬, କଂଗ୍ରେସ ୧୨ ଓ ଅନ୍ୟାନ୍ୟ ଦଳ ୩ଟିରେ ବିଜୟୀ ହୋଇଛନ୍ତି।

ଚତୁର୍ଥ ପର୍ଯ୍ୟାୟରେ ୧୬୧ଟି ଜିଲ୍ଲାପରିଷଦ ଜୋନରେ ମତଦାନ ହୋଇଥିଲା। ସେଥିରୁ ୧୫୪ଟି ଜିଲ୍ଲାପରିଷଦ ଜୋନରେ ଫଳାଫଳ ପ୍ରକାଶ ପାଇଥିଲା। ବିଜେଡି ୮୪ଟି, ବିଜେପି ୬୨ଟି, କଂଗ୍ରେସ ୭ଟି ଓ ଅନ୍ୟାନ୍ୟ ଦଳ ଗୋଟିକରେ ବିଜୟୀ ହୋଇଥିଲା।

ତୃତୀୟ ପର୍ଯ୍ୟାୟରେ ୧୭୫ଟି ଜିଲ୍ଲାପରିଷଦ ଜୋନରେ ନିର୍ବାଚନ ହୋଇଥିଲା। ସେଥିରୁ  ୧୭୧ଟିର ଫଳାଫଳ ପ୍ରକାଶ ପାଇଥିଲା। ବିଜେଡି ୮୮ଟି, ବିଜେପି ୬୨ଟି, କଂଗ୍ରେସ ୧୬ଟି ଓ ଅନ୍ୟାନ୍ୟ ୫ଟି ଆସନ ଅକ୍ତିଆର କରିଥିଲା।

ଦ୍ୱିତୀୟ ପର୍ଯ୍ୟାୟରେ ୧୭୨ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହୋଇଥିଲା। ସେଥିରୁ ବିଜେଡି ୯୭ଟି, ବିଜେପି ୫୬ଟି, କଂଗ୍ରେସ ୧୫ଟି ଓ ଅନ୍ୟାନ୍ୟ ପ୍ରାର୍ଥୀ ୪ଟି ଜୋନ ଅକ୍ତିଆର କରିଥିଲା।

ପ୍ରଥମ ପର୍ଯ୍ୟାୟରେ ୧୮୮ ଜିଲ୍ଲା ପରିଷଦ ଜୋନରୁ ବିଜେଡି ୧୦୫ଟିରେ ବିଜୟୀ ହୋଇଥିଲା। ସେହିପରି ବିଜେପି ୬୬, କଂଗ୍ରେସ ୧୦ ଓ ଅନ୍ୟାନ୍ୟ ୩ଟି ଆସନ ଜିତିଥିଲା।

Related story