ମରିଗଲା ମାନବିକତା: କୁଷ୍ଠ ଆକ୍ରାନ୍ତଙ୍କ ଶବକୁ କାନ୍ଧ ଦେଲେନି ଜାତିଭାଇ

Ordigital Desk
  • Published: Wednesday, 16 August 2017
  • , Updated: 16 August 2017, 01:40 PM IST
<p>ବୌଦ୍ଧ: କୁଷ୍ଠ ରୋଗୀଙ୍କ ପ୍ରତି ଲୋକଙ୍କ ଭାବନା ପରିବର୍ତ୍ତନ ପାଇଁ ବହୁ ସଚେତନତା କରାଯାଉଛି। ହେଲେ ଏହାର ଫଳ କିଛି ମିଳୁନାହିଁ। ଜୀବିତ ଅବସ୍ଥାରେ ଏହି ରୋଗୀଙ୍କୁ ସମାଜ ବାସନ୍ଦ କରୁଥିବା ବେଳେ ମୃତ୍ୟୁ ପରେ ବି ଆଡ ଆଖିରେ ଚାହୁଁ ନାହିଁ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ। ଏଠାରେ ଜଣେ କୁଷ୍ଠ ଆକ୍ରାନ୍ତ ବ୍ୟକ୍ତିଙ୍କ ଶବ ସଂସ୍କାରରେ ଜାତିଭାଇ ସାମିଲ ହୋଇନାହାନ୍ତି।</p> <p>ଘଟଣାଟି ବୌଦ୍ଧ ଜିଲ୍ଲା ମନମୁଣ୍ଡା ପଞ୍ଚାୟତ ବାସୁଦେବପଲ୍ଲୀ ଗାଁର। କୁଷ୍ଠରେ ଆକ୍ରାନ୍ତ ଗାଁର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ସଂସ୍କାର ପାଇଁ ପରିବାର ଲୋକେ ଜାତିଭାଇଙ୍କୁ ଡାକିଥିଲେ। ହେଲେ କେହି ସଂସ୍କାର କାର୍ଯ୍ୟରେ ସାମିଲ ହୋଇ ନଥିଲେ। ଫଳରେ ମୃତକଙ୍କ ପୁଅ, ଝିଅ ଓ ଜ୍ୱାଇଁ ତାଙ୍କୁ କାନ୍ଧରେ ନେଇ ମଶାଣୀକୁ ନେଇ ସଂସ୍କାର କରିଥିଲେ।<br /> ନିଜକୁ ସଭ୍ୟ ସମାଜର ପ୍ରାଣୀ ବୋଲି କହୁଥିବା ମଣିଷ ବେଳେ ବେଳେ ଏମିତି କାମ କରିଥାଏ, ଯାହା ସବୁ ମାନବିକତାକୁ ମାରି ଦେଇଥାଏ। କେଉଁଠି ଶିଶୁକନ୍ୟାକୁ ରାସ୍ତାରେ ଫିଙ୍ଗି ଦିଆଯାଉଛି ତ ଆଉ କେଉଁଠି ଅଧାବଟରେ ଶବ ଛାଡି ଆମ୍ବୁଲାନ୍ସ ଚାଲିଯାଉଛି। ବାରମ୍ବାର ଏପରି ଘଟଣା ଘଟୁଛି। ଏଥିପାଇଁ ସଚେତନତା ମଧ୍ୟ ଜୋରସୋରରେ ହେଉଛି। ହେଲେ ଯେମିତି ଲାଗୁଛି ଏହି ଶିକ୍ଷିତ ସମାଜ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଦେଇଛି।</p>

Related story