ଦାଉ ସାଧିଲା ଦଇବ: ମା’ଙ୍କ ଦଶାହ ଯାଇନି, ଆଖି ବୁଜିଲେ ୩ ଭାଇ

ଜଳେଶ୍ୱର: ଦାଉ ସାଧିଲା ଦଇବ। ମା’ଙ୍କ ଦଶାହ ଯାଇନି। ତାଙ୍କ ପରେ ତାଙ୍କର ଆଉ ୩ ଭେଣ୍ଡିଆ ପୁଅ ଅକାଳରେ ଝଡ଼ି ପଡ଼ିଲେ। ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କଡୁଆଳି ପଞ୍ଚାୟତ ଚକେଇସଠ ଗାଁରେ ଘଟିଛି। ଆଜକୁ ୫ ଦିନ ତଳେ ରାମଚନ୍ଦ୍ର ମାହାନାଙ୍କ ମା’ଙ୍କ ବିୟୋଗ ହୋଇଯାଇଥିଲା। ମା’ଙ୍କ ବିୟୋଗରେ ସମଗ୍ର ପରିବାର ଭାଙ୍ଗି ପଡ଼ିଥିଲା। ଆଜି ରାମଚନ୍ଦ୍ର, ସୌରଭ ଓ ଚନ୍ଦନ (୩ ଭାଇ) ମା’ଙ୍କ ଦଶାହ ପାଇଁ ବାଇକ୍‌ରେ […]

dead

Rakesh Mallick
  • Published: Saturday, 10 June 2017
  • , Updated: 11 June 2017, 07:59 AM IST

ଜଳେଶ୍ୱର: ଦାଉ ସାଧିଲା ଦଇବ। ମା’ଙ୍କ ଦଶାହ ଯାଇନି। ତାଙ୍କ ପରେ ତାଙ୍କର ଆଉ ୩ ଭେଣ୍ଡିଆ ପୁଅ ଅକାଳରେ ଝଡ଼ି ପଡ଼ିଲେ। ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କଡୁଆଳି ପଞ୍ଚାୟତ ଚକେଇସଠ ଗାଁରେ ଘଟିଛି।

ଆଜକୁ ୫ ଦିନ ତଳେ ରାମଚନ୍ଦ୍ର ମାହାନାଙ୍କ ମା’ଙ୍କ ବିୟୋଗ ହୋଇଯାଇଥିଲା। ମା’ଙ୍କ ବିୟୋଗରେ ସମଗ୍ର ପରିବାର ଭାଙ୍ଗି ପଡ଼ିଥିଲା। ଆଜି ରାମଚନ୍ଦ୍ର, ସୌରଭ ଓ ଚନ୍ଦନ (୩ ଭାଇ) ମା’ଙ୍କ ଦଶାହ ପାଇଁ ବାଇକ୍‌ରେ ନିମନ୍ତ୍ର କରିବାକୁ ଯାଉଥିଲେ। ଏହି ସମୟରେ ଘଡଘଡ଼ି ସହ ବର୍ଷା ହୋଇଥିଲା। କିନ୍ତୁ ବର୍ଷା କେଉଁଠି ଅଟକି ନ ଥିଲେ। ତେବେ ହଠାତ ବଜ୍ରପାତ ହେବାରୁ ୩ ଭାଇ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଜଳେଶ୍ୱରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Related story