ଚିଟ୍‌ଫଣ୍ଡ୍‌ ଷ୍ଟାଇଲରେ ଠକେଇ, କୋଟିଏ ଟଙ୍କା ଧରି ଛୁ

ବଲାଙ୍ଗିର: ପୁଣି ଚିଟଫଣ୍ଡ୍ ଷ୍ଟାଇଲରେ ଠକେଇ। ମହିଳାଙ୍କୁ କମ୍ ସୁଧରେ ଋଣ ଲୋଭ ଦେଖାଇ କମ୍ପାନୀ ଠକି ନେଇଛି ପାଖାପାଖି କୋଟିଏ ଟଙ୍କା। ମାତ୍ର ୧୫ ଦିନ ଭିତରେ ୭୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ଟଙ୍କା ଆଦାୟ କରିବା ପରେ ସମସ୍ତଙ୍କ ଆଖିଲେ ଧୂଳି ଦେଇ ବଲାଙ୍ଗିର ସହରରୁ ଚମ୍ପଟ ମାରିଛି ଠକ କମ୍ପାନୀ ବନ୍ଧନ ଫାଇନାନସିଆଲ ପ୍ରାଇଭେଟ୍ ଲିମିଟେଡ୍। ବଲାଙ୍ଗିର ସହରର ପ୍ୟାଲେସ ଲାଇନରେ ଏକ ଭଡ଼ା ଘର ନେଇ ବନ୍ଧନ […]

balangir

Rakesh Mallick
  • Published: Thursday, 01 June 2017
  • , Updated: 01 June 2017, 08:32 AM IST

ବଲାଙ୍ଗିର: ପୁଣି ଚିଟଫଣ୍ଡ୍ ଷ୍ଟାଇଲରେ ଠକେଇ। ମହିଳାଙ୍କୁ କମ୍ ସୁଧରେ ଋଣ ଲୋଭ ଦେଖାଇ କମ୍ପାନୀ ଠକି ନେଇଛି ପାଖାପାଖି କୋଟିଏ ଟଙ୍କା। ମାତ୍ର ୧୫ ଦିନ ଭିତରେ ୭୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ଟଙ୍କା ଆଦାୟ କରିବା ପରେ ସମସ୍ତଙ୍କ ଆଖିଲେ ଧୂଳି ଦେଇ ବଲାଙ୍ଗିର ସହରରୁ ଚମ୍ପଟ ମାରିଛି ଠକ କମ୍ପାନୀ ବନ୍ଧନ ଫାଇନାନସିଆଲ ପ୍ରାଇଭେଟ୍ ଲିମିଟେଡ୍।

ବଲାଙ୍ଗିର ସହରର ପ୍ୟାଲେସ ଲାଇନରେ ଏକ ଭଡ଼ା ଘର ନେଇ ବନ୍ଧନ ଫାଇନାନସିଆଲ ପ୍ରାଇଭେଟ୍ ଲିମିଟେଡ ଅଫିସ ଖୋଲିଥିଲା । କମ୍ପାନୀର ମୁଖ୍ୟ ଥଲା ଇଶ୍ୱରଚନ୍ଦ୍ର ଦାସ। ମହିଳାଙ୍କୁ ଋଣ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ସେମାନଙ୍କଠାରୁ ଆଧାରକାର୍ଡ ଓ ଅନ୍ୟ ଡକ୍ୟୁମେଣ୍ଟ ଆଦାୟ କରୁଥିଲା କମ୍ପାନୀ। ଏସବୁର ଯାଞ୍ଚ୍ ପାଇଁ ଜଣେ ସ୍ଥାନୀୟ ଯୁବତୀଙ୍କୁ ଚାକିରି ବି ଦେଇଥିଲା। ହେଲେ ମାତ୍ର ଦୁଇ ସପ୍ତାହ ଭିତରେ ସମସ୍ତଙ୍କ ଆଖିରେ ଧୂଳି ଦେଇ ଅଫିସରେ ତାଲା ଝୁଲାଇ କମ୍ପାନୀ ମୁଖ୍ୟ ଫେରାଇ ହୋଇଯାଇଛନ୍ତି।

Related story