ହାତ ଧରିଲେ ବଂଲାଦେଶରେ, ହଜିଗଲେ ଭାରତରେ: ସ୍ୱାମୀ ସନ୍ଧାନରେ ଆସୁ ଆସୁ ଟ୍ରେନରେ ପ୍ରସବ କରିଦେଲେ ପ୍ରେମିକା

ଅହମ୍ମଦାବାଦ: ପ୍ରେମର ଶକ୍ତି ଅସୀମ। ସେ ଡେଇଁପାରେ ସୀମା ସରହଦ। ମାନେନି ବାଧା କି ବନ୍ଧନ। ଏମିତି ଏକ ଘଟଣାକ୍ରମରେ ଜଣେ ଭାରତୀୟ ଯୁବକଙ୍କ ସହ ଜଣେ ବାଂଲାଦେଶୀ ଯୁବତୀଙ୍କ ମଧ୍ୟରେ ମିସ୍‌ କଲରୁ ପ୍ରେମ ହୋଇଗଲା। ପୁଣି ପ୍ରେମରୁ  ବିବାହ। ଆଉ ଶେଷରେ ଧୋକା। ଘଟଣାଚକ୍ରରେ ସମ୍ପୃକ୍ତ ବାଂଲାଦେଶୀ ଯୁବତୀ ଜଣକ ପ୍ରତାରଣାର ଶିକାର ହୋଇ ଏବେ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି। ମହିଳା ଜଣକ ଜଣେ ପିଲାର ମା’ ମଧ୍ୟ ହୋଇଛନ୍ତି। ପୀଡ଼ିତା ଜଣକ […]

najrin_sultan

Rakesh Mallick
  • Published: Tuesday, 11 April 2017
  • , Updated: 12 April 2017, 07:45 AM IST

ଅହମ୍ମଦାବାଦ: ପ୍ରେମର ଶକ୍ତି ଅସୀମ। ସେ ଡେଇଁପାରେ ସୀମା ସରହଦ। ମାନେନି ବାଧା କି ବନ୍ଧନ। ଏମିତି ଏକ ଘଟଣାକ୍ରମରେ ଜଣେ ଭାରତୀୟ ଯୁବକଙ୍କ ସହ ଜଣେ ବାଂଲାଦେଶୀ ଯୁବତୀଙ୍କ ମଧ୍ୟରେ ମିସ୍‌ କଲରୁ ପ୍ରେମ ହୋଇଗଲା। ପୁଣି ପ୍ରେମରୁ  ବିବାହ। ଆଉ ଶେଷରେ ଧୋକା। ଘଟଣାଚକ୍ରରେ ସମ୍ପୃକ୍ତ ବାଂଲାଦେଶୀ ଯୁବତୀ ଜଣକ ପ୍ରତାରଣାର ଶିକାର ହୋଇ ଏବେ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି। ମହିଳା ଜଣକ ଜଣେ ପିଲାର ମା’ ମଧ୍ୟ ହୋଇଛନ୍ତି।

ପୀଡ଼ିତା ଜଣକ ଏବେ ବାରଦ୍ୱାର ବୋଲି ନିଜ ସ୍ବାମୀଙ୍କୁ ଖୋଜୁଛନ୍ତି। ଘଟଣାଟି ଏମିତି। ନାଜରିନ୍ ସୂଲତାନ ନାମ୍ନୀ ଏହି ଯୁବତୀଙ୍କ ଘର ହେଉଛି ବାଂଲାଦେଶର। ଥରେ ତାଙ୍କ ମୋବାଇଲକୁ ଏକ ମିସ୍‌ କଲ ଆସିଲା। ମିସ କଲ କରିଥିବା ଯୁବକ ଜଣକ ହେଉଛନ୍ତି ଭାରତର ଅମିତ ଚାନ୍ଦଭାଇ। ଅମିତଙ୍କ ଘର ଗୁଜୁରାଟରେ। ଦୁହେଁ ଅଚିହ୍ନା ଅଜଣା ଥିଲେ।  କୌଣସି କାରଣରୁ ଅମିତଙ୍କ ମୋବାଇଲରୁ ନାଜରିନ୍‌ଙ୍କ ମୋବାଇଲକୁ  ମିସ କଲ ହୋଇଯାଇଥିଲା। ପରେ ନାଜରିନ୍‌ କଲ ବ୍ୟାକ୍‌ କରିଥିଲେ। ବାସ ଏତିକିରେ ନାଜରିନ୍‌ଙ୍କ କଣ୍ଠ  ଅମିତଙ୍କ ମନକୁ  ଛୁଇଁଗଲା। ନାଜରିନ୍‌ଙ୍କ ପ୍ରେମରେ ପଡ଼ିଗଲେ ଅମିତି। ଏମିତି କଥା ଆଗକୁ ଯାଉ ଯାଉ ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢିଲା।

ନାଜରିନ୍‌ଙ୍କ ମିଠା ମିଠା କଥା ଅମିତଙ୍କୁ ଖୁବ୍‌ ଆକର୍ଷିତ କଲା। ତା’ପରେ ଭିଜା କରି ଅମିତ ବାଂଲାଦେଶ ପଳାଇଲେ। ସେଠାରେ ନାଜିରିନ୍‌ଙ୍କ ଠିକଣା ଖୋଜି ପହଞ୍ଚି ଗଲେ। ଆଉ ନାଜରିନ୍‌ଙ୍କୁ ମନାଇ ଭାରତ ନେଇ ଆସିଥିଲେ। ଏଠି ତାଙ୍କୁ ଅନେକ ସ୍ଥାନ ବୁଲାଇଲେ ଅମିତ। ଖୁବ୍‌ ମଜାମସ୍ତି କଲେ ଉଭୟେ। ଆଉ ଭିଜା ମିଆଦ ସରିବା ପରେ ବାଂଲାଦେଶରେ ନାଜରିନ୍‌ଙ୍କୁ ଛାଡ଼ିଦେଇ ଆସିଲେ ଅମିତ। ପୁଣି ୨୦୧୬ରେ ଅମିତ ବଂଲାଦେଶ ଗଲେ। ଆଉ ସେଠାରେ ନାଜରିନ୍‌ଙ୍କ ସହ ବିବାହ ହୋଇଗଲା।

ବିବାହର ୪-୫ ମାସ ପରେ ଘର ଆଡ଼େ ବୁଲିଆସିବାକୁ କହି ଅମିତି ଗୁଜୁରାଟ ପଳାଇ ଆସିଲେ। ଆସିଲା ବେଲେ ଖୁବ ଶୀଘ୍ର ଫେରି ଆସିବେ ବୋଲି ନାଜରିନ୍‌ଙ୍କୁ କଥାଦେଇ ଆସିଥିଲେ। ଏଥର କିନ୍ତୁ ଠକିଦେଲେ ଅମିତ। ଆଉ ବାଂଲାଦେଶ ଫେରିଲେନି ସେ। ଇତିମଧ୍ୟରେ ନାଜିରିନ୍‌ ଗର୍ଭବତୀ ହୋଇସାରିଥାନ୍ତି। ସେପଟେ ଅସ୍ତବ୍ୟସ୍ତ ହୋଇ ନାଜରିନ୍‌ ୪ ମାସ ଭିଜା କରି ଭାରତକୁ ନିଜ ସ୍ୱାମୀଙ୍କୁ ଖୋଜିବାକୁ ଆସିଥିଲେ। ନାଜରିନ୍ ଗୁଜୁରାଟର ରାଜକୋଟ ପହଞ୍ଚିବା ପୂର୍ବରୁ ଟ୍ରେନରେ ରାୟଗଡ଼ ଷ୍ଟେଶନରେ ଏକ କନ୍ୟା ସନ୍ତାନ ଜନ୍ମଦେଇଛନ୍ତି। ପିଲା ଜନ୍ମ ହେବା କଥା ସ୍ୱାମୀଙ୍କୁ  ଫୋନରେ ଜଣାଇଥିଲେ । ହେଲେ ତାଙ୍କ ସ୍ୱାମୀ ଖାତିର କରି ନ ଥିଲେ।  ବାଧ୍ୟ ହୋଇ ମହିଳା ଜଣକ ପୋଲିସରେ ଅଭିଯୋଗ କରିଥିଲେ।  ଏବେ ଏହି ଘଟଣାର ପୋଲିସ ତଦନ୍ତ କରୁଛି।

Related story