କିଲର୍‌ ସାଜୁଛି ଲଭର: ବିବାହିତ ପ୍ରେମିକଙ୍କ ବିଭତ୍ସ କାଣ୍ଡ

ଭୁବନେଶ୍ୱର/ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ପ୍ରେମିକ ପାଲଟିଲା ଜହ୍ଲାଦ। ପ୍ରେମ ପରେ ସାଜିଲା ହତ୍ୟାକାରୀ। ଦୁଇ ଦିନରେ ନଜରକୁ ଆସିଛି ଏମିତି ୨ଟି ଘଟଣା। ଭୁବନେଶ୍ୱର କାନନବିହାର ଅଞ୍ଚଳରେ ଯୁବତୀଙ୍କୁ ଗଳାକାଟି ହତ୍ୟା ଘଟଣାରେ ନୃଶଂସ ପ୍ରେମିକକୁ ଧରି ଘଟଣାର ପର୍ଦ୍ଦାଫାସ୍ କରିଛି କମିଶନରେଟ୍ ପୋଲିସ। ସେମିତି ଖୋର୍ଦ୍ଧା ଜିଲ୍ଲା ତାପଙ୍ଗରେ ହତ୍ୟା ପରେ ପ୍ରେମିକାକୁ ବଜୁରୀ ଗଦାରେ ପୋତିଥିବା ପ୍ରେମିକ ସବୁ ସତ ମାନିଯାଇଛି। ଭୁବନେଶ୍ୱରରେ ଏକ ଘରୋଇ ନର୍ସିଂହୋମ୍‌ରେ ଲ୍ୟାବ୍ ଟେକ୍ନିସିଆନ୍‌ ଭାବେ କାମ କରୁଥିଲେ ଏରସମା […]

bbsr crime.13

Rakesh Mallick
  • Published: Wednesday, 04 October 2017
  • , Updated: 04 October 2017, 02:45 PM IST

ଭୁବନେଶ୍ୱର/ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ପ୍ରେମିକ ପାଲଟିଲା ଜହ୍ଲାଦ। ପ୍ରେମ ପରେ ସାଜିଲା ହତ୍ୟାକାରୀ। ଦୁଇ ଦିନରେ ନଜରକୁ ଆସିଛି ଏମିତି ୨ଟି ଘଟଣା। ଭୁବନେଶ୍ୱର କାନନବିହାର ଅଞ୍ଚଳରେ ଯୁବତୀଙ୍କୁ ଗଳାକାଟି ହତ୍ୟା ଘଟଣାରେ ନୃଶଂସ ପ୍ରେମିକକୁ ଧରି ଘଟଣାର ପର୍ଦ୍ଦାଫାସ୍ କରିଛି କମିଶନରେଟ୍ ପୋଲିସ। ସେମିତି ଖୋର୍ଦ୍ଧା ଜିଲ୍ଲା ତାପଙ୍ଗରେ ହତ୍ୟା ପରେ ପ୍ରେମିକାକୁ ବଜୁରୀ ଗଦାରେ ପୋତିଥିବା ପ୍ରେମିକ ସବୁ ସତ ମାନିଯାଇଛି।

ଭୁବନେଶ୍ୱରରେ ଏକ ଘରୋଇ ନର୍ସିଂହୋମ୍‌ରେ ଲ୍ୟାବ୍ ଟେକ୍ନିସିଆନ୍‌ ଭାବେ କାମ କରୁଥିଲେ ଏରସମା ଅଞ୍ଚଳର ହସିନା ଦାସ। ସେଠାରେ ପ୍ରଦ୍ୟୁମ୍ନ ପରିଡ଼ା ସୁପରଭାଇଜର ଭାବେ କାମ କରୁଥିଲେ। ଏହା ଭିତରେ ଉଭୟ ପରସ୍ପରକୁ ଭଲ ପାଇ ବସିଥିଲେ। କିଛି ଦିନର ସମ୍ପର୍କ ପରେ ପ୍ରଦ୍ୟୁମ୍ନ ବିବାହିତ ବୋଲି ହସିନା ଜାଣିବାକୁ ପାଇଥିଲେ। ଏହା ପରେ ସେ ପ୍ରଦ୍ୟୁମ୍ନଙ୍କଠାରୁ ଦୂରେଇବା ଆରମ୍ଭ କରିଥିଲେ। ହେଲେ ପ୍ରେମରେ ଅନ୍ଧ ପ୍ରଦ୍ୟୁମ୍ନ ତାଙ୍କୁ ସଂପର୍କ ରଖିବାକୁ ବାଧ୍ୟ କରୁଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ୱାର ବଚସା ହେଉଥିଲା। ପ୍ରଦ୍ୟୁମ୍ନ ଗତ ୨୫ ତାରିଖ ରାତିରେ ହସିନାଙ୍କ ରୁମ୍‌କୁ ଯାଇଥିଲେ। ଏପରି ଆସିବାକୁ ହସିନା ବିରୋଧ କରିବା ସହ ଆଉ ସମ୍ପର୍କ ନବଢ଼ାଇବା ପାଇଁ ଚେତାଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରଦ୍ୟୁମ୍ନ ଏକ ପରିବା କଟା ଛୁରିରେ ହସିନାର ଗଳା କାଟି ହତ୍ୟା କରିଥିଲା।

ଠିକ୍ ସେମିତି ଆଉ ଜଣେ ଜହ୍ଲାଦ ପ୍ରେମିକର ବର୍ବରକାଣ୍ଡ ନଜରକୁ ଆସିଛି ଖୋର୍ଦ୍ଧା ତାପଙ୍ଗରୁ। ପ୍ରେମିକାଙ୍କୁ ପଥରରେ ଛେଚି ହତ୍ୟା କରିବା ପରେ ବଜୁରୀ ଗଦାରେ ମୃତଦେହ ଲୁଚାଇ ଥିଲା। ୪ ଦିନ ପରେ ମୃତଦେହ ଉଦ୍ଧାର କରିଛି ପୋଲିସ।

ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳର ଅକ୍ଷୟ ମଲ୍ଲିକ ନାମକ ବିବାହିତ ଯୁବକ ଚଣ୍ଡିଖୋଲର ସୁକୁମାରୀ ଦାସଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାପଙ୍ଗ ଆଣିଥିଲା। ପ୍ରାୟ ବର୍ଷେ କାଳ ଉଭୟେ ଏକାଠି ରହିବା ପରେ ଗତ ୨୯ ତାରିଖରେ ଦୁହିଁଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅକ୍ଷୟ, ସୁକୁମାରୀଙ୍କୁ ପଥରରେ ଛେଚି ହତ୍ୟା କରିଥିଲା।

Related story