ପ୍ରତିମାସ ସିଲିଣ୍ଡର ପିଛା ୪ ଟଙ୍କା ବଢିବ: ରିହାତି ବନ୍ଦ ଲକ୍ଷ୍ୟରେ ସରକାର

ନୂଆଦିଲ୍ଲୀ: ପ୍ରତି ମାସରେ ବଢିବ ଏଲପିଜି ସିଲିଣ୍ଡର ଦର।   ମାସରେ ସିଲିଣ୍ଡର ପିଛା ୪ ଟଙ୍କା ବଢାଇବା ପାଇଁ  ରାଷ୍ଟ୍ରାୟତ ତୈଳ କମ୍ପାନୀ ଗୁଡିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।   ଆସନ୍ତା ବର୍ଷ ମାର୍ଚ୍ଚ ମାସରୁ ସବ୍‌ସିଡ୍ ବନ୍ଦ କରାଯିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ ଆଜି ଲୋକସଭାରେ କହିଛନ୍ତି। ଲୋକଙ୍କୁ ଦିଆଯାଉଥିବା ସିଲିଣ୍ଡରର ଦୁଇ ଗୁଣ ହୋଇ ଯାଉଥିବାରୁ ସବସିଡକୁ ବନ୍ଦ କରାଯିବ ବୋଲି ଲୋକସଭାରେ ସେ କହିଛନ୍ତି।  ବର୍ତ୍ତମାନ ବର୍ଷକୁ ୧୨ଟି ସିଲିଣ୍ଡର […]

gas-1

Rakesh Mallick
  • Published: Monday, 31 July 2017
  • , Updated: 31 July 2017, 10:03 PM IST

ନୂଆଦିଲ୍ଲୀ: ପ୍ରତି ମାସରେ ବଢିବ ଏଲପିଜି ସିଲିଣ୍ଡର ଦର।   ମାସରେ ସିଲିଣ୍ଡର ପିଛା ୪ ଟଙ୍କା ବଢାଇବା ପାଇଁ  ରାଷ୍ଟ୍ରାୟତ ତୈଳ କମ୍ପାନୀ ଗୁଡିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।   ଆସନ୍ତା ବର୍ଷ ମାର୍ଚ୍ଚ ମାସରୁ ସବ୍‌ସିଡ୍ ବନ୍ଦ କରାଯିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ ଆଜି ଲୋକସଭାରେ କହିଛନ୍ତି। ଲୋକଙ୍କୁ ଦିଆଯାଉଥିବା ସିଲିଣ୍ଡରର ଦୁଇ ଗୁଣ ହୋଇ ଯାଉଥିବାରୁ ସବସିଡକୁ ବନ୍ଦ କରାଯିବ ବୋଲି ଲୋକସଭାରେ ସେ କହିଛନ୍ତି।  ବର୍ତ୍ତମାନ ବର୍ଷକୁ ୧୨ଟି ସିଲିଣ୍ଡର ସବସିଡ୍‌ରେ ଲୋକଙ୍କୁ ମିଳୁଛି। ଏହା ବାଦେ ଯାହାର ଆବଶ୍ୟକ ପଡ଼ିବ  ସେମାନେ ମାର୍କେଟ ପ୍ରାଇସ୍‌ରେ ସିଲିଣ୍ଡର କିଣିବେ। ପୂର୍ବରୁ ସରକାର ମାସକୁ ସିଲିଣ୍ଡର

ପିଛା ୨ ଟଙ୍କା ବଢାଇବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଏବେ ୪ ଟଙ୍କା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଦେଶରେ ୧୮.୧୧ କୋଟି ଉପଭୋକ୍ତା ରିହାତିମୂଲ୍ୟରେ ଗ୍ୟାସ୍ କ୍ରୟ କରୁଛନ୍ତି ବୋଲି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହା ପୂର୍ବରୁ ଜିଏସଟି ଲାଗୁ ବେଳେ ସିଲିଣ୍ଡର ପିଛା ୩୨ ଟଙ୍କା ବୃଦ୍ଧି କରାଯାଥିଲା। ଏବେ ରିହାତି ମୂଲ୍ୟରେ (ଦିଲ୍ଲୀ)୧୪.୨ କେଜି ସିଲିଣ୍ଡର  ଗ୍ୟାସ୍ର ଦର ୪୭୭.୪୬ ଟଙ୍କା ରହିଛି। ତେବେ ଗତ ବର୍ଷ ଜୁନ୍‌ ବେଳକୁ  ଏହାର ଦର ୪୧୯.୧୮ ଟଙ୍କା ଥିଲା।

Related story