ବିଜେଡିକୁ ଲୁଲୁଙ୍କ ଖୋଲା ଚ୍ୟାଲେଞ୍ଜ୍: ଖୋର୍ଦ୍ଧାରୁ ଯାଉଛି ଫୁଲବାଣୀ, ମୋତେ ଅଟକାଇକି ଦେଖାଅ

ଖୋର୍ଦ୍ଧା:‘ଖୋର୍ଦ୍ଧାରୁ ଫୁଲବାଣୀ ଯାଉଛି। ସାହସ ଥିଲେ ଅଟକାଇକି ଦେଖାଅ। ତା’ପରେ ସେମାନେ କିପରି ଘରୁ ନ ବାହାରିବେ ତାହା ମୁଁ ଚିନ୍ତା କରିବି।’ ଗୁରୁବାର ବିଜେଡିକୁ ଏହି ଚ୍ୟାଲେଞ୍ଜ୍ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର। ଛାତ୍ର କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ରାଜ୍ୟର ମନ୍ତ୍ରୀମାନଙ୍କୁ ଅଣ୍ଡା ମାଡ଼ କରାଯାଉଥିବା ବେଳେ ଗତକାଲି ବିଜେଡି ପକ୍ଷରୁ କୁହାଯାଇଥିଲା ‘ଯେସାକୁ ତେସା ନୀତି’ ଅବଲମ୍ବନ କରାଯିବ। ଆଉ ବିଜେଡିର ଏହି ଚେତବାନୀକୁ ଲୁଲୁ ଚ୍ୟାଲେଞ୍ଜ୍ କରି ଆଜି […]

lulu-mohapatra

Rakesh Mallick
  • Published: Thursday, 07 January 2016
  • , Updated: 07 January 2016, 10:40 AM IST

ଖୋର୍ଦ୍ଧା:‘ଖୋର୍ଦ୍ଧାରୁ ଫୁଲବାଣୀ ଯାଉଛି। ସାହସ ଥିଲେ ଅଟକାଇକି ଦେଖାଅ। ତା’ପରେ ସେମାନେ କିପରି ଘରୁ ନ ବାହାରିବେ ତାହା ମୁଁ ଚିନ୍ତା କରିବି।’ ଗୁରୁବାର ବିଜେଡିକୁ ଏହି ଚ୍ୟାଲେଞ୍ଜ୍ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର। ଛାତ୍ର କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ରାଜ୍ୟର ମନ୍ତ୍ରୀମାନଙ୍କୁ ଅଣ୍ଡା ମାଡ଼ କରାଯାଉଥିବା ବେଳେ ଗତକାଲି ବିଜେଡି ପକ୍ଷରୁ କୁହାଯାଇଥିଲା ‘ଯେସାକୁ ତେସା ନୀତି’ ଅବଲମ୍ବନ କରାଯିବ। ଆଉ ବିଜେଡିର ଏହି ଚେତବାନୀକୁ ଲୁଲୁ ଚ୍ୟାଲେଞ୍ଜ୍ କରି ଆଜି ଏହି ଭଳି ମନ୍ତବ୍ୟ ଦେଇଛନ୍ତି।

ଖୋର୍ଦ୍ଧା ଆସିଥିବା ଅବସରରେ ଲୁଲୁ କହିଥିଲେ, ‘ବିଜେଡିର ଯେସାକୁ ତେସା କଥାକୁ ମୁଁ ଗତକାଲି ବି ଚ୍ୟାଲେଞ୍ଜ୍ କରି ଥିଲି। ଆଜି ବି କରୁଛି। ସେଥିପାଇଁ ମୁଁ ଆସିଛି ଖୋର୍ଦ୍ଧା। ସେଥିପାଇଁ ଯାଉଛି ଫୁଲବାଣୀ, ନାୟଗଡ଼, ବେଗୁନିଆ ଓ ବୋଲଗଡ଼। ମୁଁ ପ୍ରସ୍ତୁତ ଅଛି। ମୋତେ କାଉଣ୍ଟର କରି ଦେଖନ୍ତୁ, ତା’ପରେ ସେମାନେ କିପରି ଘରୁ ନବାହାରିବେ, ତାହା ଚିନ୍ତା କରିବି।’

ଏହା ସହିତ ସେ ମନ୍ତ୍ରୀମାନଙ୍କ ଉପରକୁ ଛାତ୍ର କଂଗ୍ରେସ କର୍ମୀଙ୍କ ଅଣ୍ଡା ମାଡ଼ ଘଟଣାକୁ ସେ ସ୍ୱାଗତ କରିଛନ୍ତି। ଲୁଲୁ କହିଥିଲେ, ପିଲା ଯାହା କରିଛନ୍ତି ତାହାକୁ ମୁଁ ଗତକାଲି ବି ସ୍ୱାଗତ କରିଥିଲି। ଆଜି ବି ତାହାକୁ ସ୍ୱାଗତ କରୁଛି। ଏଥିପାଇଁ ସେମାନଙ୍କୁ ମୁଁ ଆନ୍ତରିକ ଧନ୍ୟବାଦ ଦେଉଛି। କାର୍ଯ୍ୟ ସିଦ୍ଧି ନ ହେଲା ପର୍ଯ୍ୟନ୍ତ ଏଭଳି କାର୍ଯ୍ୟକ୍ରମ ଜାରି ରଖିବାକୁ ଅନୁରୋଧ କରିଛି।

ଅଣ୍ଡା ମାଡ଼ ନେଇ ପିସିସିର ସମର୍ଥନ ରହିଛି ନା ପିସିସି ବାଦ୍ ଲୁଲୁଙ୍କ ନିର୍ଦ୍ଦେଶରେ ଏଭଳି କରାଯାଉଛି ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରେ ସେ ଏହାର କିଛି ସିଧାସଳଖ ଉତ୍ତର ଦେଇ ନ ଥିଲେ। ଲୁଲୁ କହିଥିଲେ, ମୁଁ କଂଗ୍ରେସ ପରିବାର ଭିତରୁ ଆସିଛି। ପିସିସିରୁ ମୁଁ ବାଦ୍ ନୁହେଁ। ଆମେ ପିଲାଙ୍କ ଦାବି ଓ ଲଢ଼େଇ ମନୋବୃତିକୁ ପ୍ରଶଂସା କରୁଛୁ ଓ ଧନ୍ୟବାଦ ଦେଉଛୁ।

ଯୁବ କଂଗ୍ରେସର କାର୍ଯ୍ୟକ୍ରମଗୁଡ଼ିକୁ ସଫଳ କରିବା ପାଇଁ ସେ ଉଦ୍ୟମ କରୁଛନ୍ତି ବୋଲି ଲୁଲୁ କହିଛନ୍ତି। ଯୁବ କଂଗ୍ରେସର ଅନେକ କାର୍ଯ୍ୟକ୍ରମ ରହିଛି। ଆଗାମୀ ଦିନରେ କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀ ଆସିବାର କାର୍ଯ୍ୟକ୍ରମ ରହିଛି। ତାରିଖ ସ୍ଥିର ହୋଇ ନାହିଁ। ତାଙ୍କ ସହିତ ସଚୀନ ପାଇଲଟ୍, ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଗୁଲାମନବୀ ଆଜାଦ ପ୍ରମୁଖ ଆସିବାର କାର୍ଯ୍ୟକ୍ରମ ରହିଛି।

ଲୁଲୁ ଆଜି ପୁଣି ଥରେ କହିଥିଲେ ଯେ ୨୦୧୬ କଂଗ୍ରେସ ପାଇଁ ଟର୍ଣ୍ଣିଂ ପଏଣ୍ଟ ହେବ। ତେବେ ସେ ସ୍ପଷ୍ଟ କରି ନ ଥିଲେ ଯେ କଂଗ୍ରେସ ପାଇଁ ଏହା କେଉଁ ପ୍ରକାର ଟର୍ଣ୍ଣିଂ ପଏଣ୍ଟ ହେବ। ସେ କେବଳ ଏତିକି କହିଥିଲେ ଯେ ଅପେକ୍ଷା କରନ୍ତୁ। ଜାନୁଆରୀ ମାସଟା ଉଭୟ କଂଗ୍ରେସ ଓ ଓଡ଼ିଶା ପାଇଁ ଟର୍ଣ୍ଣିଂ ପଏଣ୍ଟ୍ ହେବ।

ଅନ୍ୟପକ୍ଷରେ ଲୁଲୁଙ୍କ ମନ୍ତବ୍ୟକୁ ସମାଲୋଚନା କରିଛି ବିଜେଡି। ଦଳର ମୁଖପାତ୍ର ତଥା ବିଧାୟକ ସମୀର ଦାଶ କହିଛନ୍ତି ଯେ କଂଗ୍ରେସ ଗୁଣ୍ଡାଗର୍ଦିର ରାଜନୀତି କରେ। ଏକଦା ଏହି ଗୁଣ୍ଡାଗର୍ଦିର ନେତୃତ୍ୱ ନେଉଥିଲେ ବ୍ରହ୍ମଗିରିର ପୂର୍ବତନ ବିଧାୟକ (ଲୁଲୁ)। ସେଥିଯୋଗୁଁ ଓଡ଼ିଶାବାସୀ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଛନ୍ତି।  ଦଳ ନିଜ ସତ୍ତା ହରାଇଛି। ସତ୍ତା ପାଇଁ କଂଗ୍ରେସର ଅଣ୍ଡା ରାଜନୀତିକୁ ରାଜ୍ୟବାସୀ ଗ୍ରହଣ କରିବେ ନାହିଁ। ସେ (ଲୁଲୁ) ଘରୁ ବାହାରି ନ ପାରିବା କଥା କହୁଛନ୍ତି। ସମୟ କହିବ କିଏ ଘରୁ ବାହାରି ପାରିବ ଓ କିଏ ଘରୁ ବାହାରି ପାରିବ ନାହିଁ।

Related story