କୁଆଁରୀ ଝିଅ ଚନ୍ଦ୍ର ଗ୍ରହଣ ଦେଖିଲେ ଅଶୁଭ! ଜାଣନ୍ତୁ ଏହି ସମୟରେ କ’ଣ କରିବା ଉଚିତ୍‌

ଆଜି ମାଘ ପୂର୍ଣ୍ଣମୀ। ୨୦୧୮ ମସିହାରେ ଆଜି ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି। ଜ୍ୟୋତିଷ ବିଦ୍ୟା ଅନୁଯାୟୀ ଏହି ଦିନଟି ବିଶେଷ ଶୁଭ ହୋଇ ନ ଥାଏ। ତେଣୁ ଶାସ୍ତ୍ରବିତ୍‌ଙ୍କ ମତରେ ଏହି ବିରଳ ଦୃଶ୍ୟକୁ କୁଆଁରୀ ଝିଅ ଓ ପୁଅମାନେ ଦେଖିବା ଅନୁଚିତ। ସେହିପରି ଏହି ଖାସ ଦିନ ପାଇଁ  କିଛି ଉପାୟ ବତାଇଛନ୍ତି ଶାସ୍ତ୍ରବିତ୍‌ । ତେଣୁ ଆସନ୍ତୁ ଜାଣିବା ଗ୍ରହଣ ସମୟରେ କ’ଣ କରିବା ଉଚିତ ଓ କ’ଣ ଅନୁଚିତ୍‌।   ଗ୍ରହଣ ଆରମ୍ଭ […]

moon

moon

Rakesh Mallick
  • Published: Wednesday, 31 January 2018
  • Updated: 31 January 2018, 06:45 PM IST

Sports

Latest News

ଆଜି ମାଘ ପୂର୍ଣ୍ଣମୀ। ୨୦୧୮ ମସିହାରେ ଆଜି ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି। ଜ୍ୟୋତିଷ ବିଦ୍ୟା ଅନୁଯାୟୀ ଏହି ଦିନଟି ବିଶେଷ ଶୁଭ ହୋଇ ନ ଥାଏ। ତେଣୁ ଶାସ୍ତ୍ରବିତ୍‌ଙ୍କ ମତରେ ଏହି ବିରଳ ଦୃଶ୍ୟକୁ କୁଆଁରୀ ଝିଅ ଓ ପୁଅମାନେ ଦେଖିବା ଅନୁଚିତ। ସେହିପରି ଏହି ଖାସ ଦିନ ପାଇଁ  କିଛି ଉପାୟ ବତାଇଛନ୍ତି ଶାସ୍ତ୍ରବିତ୍‌ । ତେଣୁ ଆସନ୍ତୁ ଜାଣିବା ଗ୍ରହଣ ସମୟରେ କଣ କରିବା ଉଚିତ ଓ କଅନୁଚିତ୍‌।  

ଗ୍ରହଣ ଆରମ୍ଭ ପୂର୍ବରୁ କରନ୍ତୁ ଏହି କାମ: ଗ୍ରହଣ ଲାଗିବା ପୂର୍ବରୁ ଖାଦ୍ୟ ପଦାର୍ଥରେ କୁଶ କିମ୍ବା ତୁଳସୀ ପକାଇଦିଅନ୍ତୁ। ଯାହାଦ୍ୱାରା ଏଗୁଡ଼ିକ ଗ୍ରହଣ ଯୋଗୁଁ ଦୂଷିତ ହେବ ନାହିଁ। ଶୁଖିଲା ଖାଦ୍ୟରେ ଏଗୁଡ଼ିକ ପକାଇବା ଆବଶ୍ୟକ ନୁହେଁ। ଗ୍ରହଣ ଲାଗିଥିବା ସମୟରେ କିଛି ଖାଆନ୍ତୁ ନାହିଁ। 

କୁଆଁରୀ ଝିଅମାନେ ଗ୍ରହଣ ଦେଖନ୍ତୁ ନାହିଁ: ଶାସ୍ତ୍ରମତରେ  ଚନ୍ଦ୍ର ଗ୍ରହଣରେ ଜହ୍ନକୁ ଦୂଷିତ ବୋଲି ବିଚାର କରାଯାଏ।  ତେଣୁ ଏହାର ଛା ଅଶୁଭ ହୋଇଥାଏ। କୁଆଁରୀ ଝିଅ ଓ ପୁଅଙ୍କ ଉପରେ ଏହି ଛା ପଡ଼ିଲେ ଅଶୁଭ ହୋଇଥାଏ। ବାସ୍ତବରେ ଗ୍ରହଣ ଲାଗିଥିବା ସମୟରେ ଚନ୍ଦ୍ର ଉଗ୍ର ହୋଇଯାଏ ତେଣୁ ଏହି ସମୟରେ କୁଆଁରୀ ଝିଅ ଓ ପୁଅମାନେ ଚାନ୍ଦକୁ ଦେଖିଲେ ଏହାର କୁପ୍ରଭାବ ପଡ଼ିଥାଏ। ଓ ବିବାହରେ ବିଳମ୍ବ ହୋଇଥାଏ ସେହିପରି ଅନେକ ସମସ୍ୟା ଦେଖାଦେଇଥାଏ। ଏହା ବ୍ୟତୀତ ଠିକ୍ ହୋଇଯାଇଥିବା ବିବାହ ଭାଙ୍ଗି ଯାଇଥାଏ।  

ଗ୍ରହଣ ସରିବା ପରେ କରନ୍ତୁ ଏହି କାମ: ଗ୍ରହଣ ସରିବା ପରେ ତୁରନ୍ତ ସ୍ନାନ କରନ୍ତୁ। ଏହାପରେ ଯେଉଁ ଜିନିଷକୁ ଦାନ କରିବାକୁ ଚାହୁଁଛନ୍ତି ତାକୁ ସ୍ପର୍ଶ କରି ରଖିଦିଅନ୍ତୁ ଓ ପରଦିନ ଏହାକୁ ଦାନ କରିଦିଅନ୍ତୁ। ଗ୍ରହଣ ପରେ ସ୍ନାନ ସାରି ଭଗବାନଙ୍କୁ ପୂଜା ପାଠ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos