ମହାନଦୀ ପ୍ରସଙ୍ଗ: ବରଗଡ଼ରେ ବିଜୁ ମହିଳା ଜନତା ଦଳର କଳସ ଶୋଭାଯାତ୍ରା

ବରଗଡ଼: ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ଆଜି ବରଗଡ଼ରେ ବିଜୁ ମହିଳା ଜନତା ଦଳ କଳସ ଶୋଭାଯାତ୍ରା କରିଛି। ଦଳର ମହିଳା କର୍ମୀମାନେ ଜିରା ନଦୀରୁ ଜଳ ଉଠାଇ ସହର ପରିକ୍ରମା କରିବା ପରେ ଗାନ୍ଧୀ ଛକ ନିକଟରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀ, କେନ୍ଦ୍ର ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଫଟୋ ଉପରେ କଳସ ଭାଙ୍ଗି ଥିଲେ। ଏଥିରେ ବିଜେଡି ବିଧାୟିକା ତଥା […]

baragada

Rakesh Mallick
  • Published: Saturday, 20 August 2016
  • , Updated: 20 August 2016, 12:44 PM IST

ବରଗଡ଼: ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ଆଜି ବରଗଡ଼ରେ ବିଜୁ ମହିଳା ଜନତା ଦଳ କଳସ ଶୋଭାଯାତ୍ରା କରିଛି। ଦଳର ମହିଳା କର୍ମୀମାନେ ଜିରା ନଦୀରୁ ଜଳ ଉଠାଇ ସହର ପରିକ୍ରମା କରିବା ପରେ ଗାନ୍ଧୀ ଛକ ନିକଟରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀ, କେନ୍ଦ୍ର ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଫଟୋ ଉପରେ କଳସ ଭାଙ୍ଗି ଥିଲେ। ଏଥିରେ ବିଜେଡି ବିଧାୟିକା ତଥା ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ,ବିଧାୟିକା ପ୍ରମିଳା ମଲ୍ଲିକ ଓ  ବିଜେଡିର ବରିଷ୍ଠ ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର  ପ୍ରମୁଖ ସାମିଲ ହୋଇଥିଲେ।

ଦଳ ଅଭିଯୋଗ କରିଛି ଯେ, ମହାନଦୀରେ ଛତିଶଗଡ଼ ସରକାର ଯେଉଁସବୁ ବୃହତ୍‌ ଯୋଜନା କରିଛନ୍ତି ତାହା ଓଡ଼ିଶା ସରକାରଙ୍କ ବିନା ଅନୁମତିରେ ହୋଇଛି। ଏହା କାର୍ଯ୍ୟକ୍ଷମ ହେଲେ ହୀରାକୁଦ ଜଳଭଣ୍ଡାରର ଜଳ ପ୍ରବାହ କମିବା ସହ ଓଡ଼ିଶା ବହୁ ପରିମାଣରେ କ୍ଷତିଗ୍ରସ୍ତ ହେବ। ଏହାଦ୍ୱାରା ପଶ୍ଚିମ, ମଧ୍ୟ ଓ ଉପକୂଳ ଓଡ଼ିଶାର ୪୭୩ ବର୍ଗ କିଲୋମିଟର ଅଞ୍ଚଳରେ ଜଳ ସଞ୍ଚରଣ କ୍ଷମତା ଓ ଜଳସେଚନ ବିପର୍ଯ୍ୟସ୍ତ ହେବ।

ବିଜୁ ମହିଳା ଦଳ ପକ୍ଷରୁ ଆଜି ବରଗଡ଼ରେ କଳସ ଶୋଭାଯାତ୍ରା କରାଯାଇଥିବା ବେଳେ ଆସନ୍ତାକାଲି ଝାରସୁଗୁଡ଼ାରେ,୨୨ରେ ସମ୍ବଲପୁରରେ, ୨୩ରେ ଦେବଗଡ଼ରେ, ୨୪ରେ ବଲାଙ୍ଗିରରେ ଓ ୨୫ ତାରିଖରେ ସୁବର୍ଣ୍ଣପୁରରେ ଏହି ଯାତ୍ରା ଅନୁଷ୍ଠିତ ହେବ।

Related story