ମହାନଦୀ ବିବାଦ: ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେଡିର ଧାରଣା

ବରଗଡ଼: ମହାନଦୀର ଉପମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ୍‌ ନିର୍ମାଣକୁ ବିଜୁ ଜନତା ଦଳ ବିରୋଧ କରି ଆଜି ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି। ଗତକାଲି ସମ୍ୱଲପୁର ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ବିଜେଡି କର୍ମୀ ଓ ନେତାମାନେ ଧାରଣାରେ ବସିଥିଲେ। ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ୧୫ଟି ଜିଲ୍ଲାରେ ପର୍ଯ୍ୟାୟକ୍ରମେ ଚାଲିବ। ମହାନଦୀକୁ ଶୁଷ୍କ କରିବା ଲାଗି ଛତିଶଗଡ଼ ସରକାର ଯୋଜନା କରୁଥିବା ବିଜେଡି ଅଭିଯୋଗ କରିଛି।  ତେଣୁ ତୁରନ୍ତ ବ୍ୟାରେଜ୍‌ ନିର୍ମାଣ କାମ […]

baragada

Rakesh Mallick
  • Published: Tuesday, 26 July 2016
  • , Updated: 26 July 2016, 03:26 PM IST

ବରଗଡ଼: ମହାନଦୀର ଉପମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ୍‌ ନିର୍ମାଣକୁ ବିଜୁ ଜନତା ଦଳ ବିରୋଧ କରି ଆଜି ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି।

ଗତକାଲି ସମ୍ୱଲପୁର ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ବିଜେଡି କର୍ମୀ ଓ ନେତାମାନେ ଧାରଣାରେ ବସିଥିଲେ।

ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ୧୫ଟି ଜିଲ୍ଲାରେ ପର୍ଯ୍ୟାୟକ୍ରମେ ଚାଲିବ। ମହାନଦୀକୁ ଶୁଷ୍କ କରିବା ଲାଗି ଛତିଶଗଡ଼ ସରକାର ଯୋଜନା କରୁଥିବା ବିଜେଡି ଅଭିଯୋଗ କରିଛି।  ତେଣୁ ତୁରନ୍ତ ବ୍ୟାରେଜ୍‌ ନିର୍ମାଣ କାମ ବନ୍ଦ କରିବାକୁ ସିଡବ୍ଲୁସି ଓ କେନ୍ଦ୍ର ସରକାରଙ୍କ ନିକଟରେ ପୂର୍ବରୁ ଦଳ ଦାବି କରିଛି।

Related story