ମହାନଦୀ ବିବାଦ: ଛତିଶଗଡ଼-ଓଡ଼ିଶା ମୁହାଁମୁହିଁ

ଭୁବନେଶ୍ୱର: ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର ନିର୍ମାଣ କରୁଥିବା ବ୍ୟାରେଜ୍‌ ଓ ଜଳଭଣ୍ଡାରକୁ ନେଇ ଛତିଶଗଡ଼ ଓ ଓଡ଼ିଶା ସରକାର ମୁହାଁମୁହିଁ ହୋଇଛନ୍ତି। ଓଡ଼ିଶା ସରକାର ଏହି ପ୍ରକଳ୍ପ ଗୁଡିକୁ ବିରୋଧ କରିବାକୁ ଛତିଶଗଡ଼ ଜଳସମ୍ପଦ ମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ପ୍ରକଳ୍ପକୁ ନେଇ ଓଡ଼ିଶା ସରକାରଙ୍କ ଭୁଲ ଧାରଣା ସୃଷ୍ଟି ହୋଇଛି। ଆମ ପ୍ରକଳ୍ପ ଦ୍ୱାରା ଓଡ଼ିଶାର କିଛି କ୍ଷତି ହେବନାହିଁ।” ବ୍ରିଜମୋହନ କହିଛନ୍ତି, “କେଉଁଠି ନା କେଉଁଠି ଓଡ଼ିଶା ସରକାର […]

mahanadi

Rakesh Mallick
  • Published: Wednesday, 06 July 2016
  • , Updated: 06 July 2016, 08:37 PM IST

ଭୁବନେଶ୍ୱର: ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର ନିର୍ମାଣ କରୁଥିବା ବ୍ୟାରେଜ୍‌ ଓ ଜଳଭଣ୍ଡାରକୁ ନେଇ ଛତିଶଗଡ଼ ଓ ଓଡ଼ିଶା ସରକାର ମୁହାଁମୁହିଁ ହୋଇଛନ୍ତି। ଓଡ଼ିଶା ସରକାର ଏହି ପ୍ରକଳ୍ପ ଗୁଡିକୁ ବିରୋଧ କରିବାକୁ ଛତିଶଗଡ଼ ଜଳସମ୍ପଦ ମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ପ୍ରକଳ୍ପକୁ ନେଇ ଓଡ଼ିଶା ସରକାରଙ୍କ ଭୁଲ ଧାରଣା ସୃଷ୍ଟି ହୋଇଛି। ଆମ ପ୍ରକଳ୍ପ ଦ୍ୱାରା ଓଡ଼ିଶାର କିଛି କ୍ଷତି ହେବନାହିଁ।”

ବ୍ରିଜମୋହନ କହିଛନ୍ତି, “କେଉଁଠି ନା କେଉଁଠି ଓଡ଼ିଶା ସରକାର ଭୁଲ ବୁଝୁଛନ୍ତି। ସମ୍ପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ କରାଯାଇ ଓଡ଼ିଶାକୁ ଦିଆଯିବ। ଏହାକୁ ନେଇ କୌଣସି ବିବାଦ ନାହିଁ। ହୀରାକୁଦ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ।”

ବିଜେଡି ଛତିଶଗଡ଼ ଜଳସମ୍ପଦ ମନ୍ତ୍ରୀଙ୍କ ଏପରି ବିବୃତିକୁ ପ୍ରତ୍ୟାଖାନ କରିଛି। ସରକାରୀ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ କହିଛନ୍ତି, “ଛତିଶଗଡ଼ ସରକାର ଭୁଲ ବୁଝୁଛନ୍ତି ଓ ବିବାଦ ସୃଷ୍ଟି କରୁଛନ୍ତି। ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଆମେ ଲଢେଇ କରିବୁ।”

ଓଡ଼ିଶା ସରକାର ଛତିଶଗଡ଼ ସରକାରଙ୍କୁ ପ୍ରକଳ୍ପର ବିସ୍ତୃତ ରିପୋର୍ଟ ମାଗିବା ପରେ ଅନ୍ତଃରାଜ୍ୟ ବିବାଦ ବଢିବାରେ ଲାଗିଛି। ଛତିଶଗଡ଼ ସରକାର ମହାନଦୀର ଶାଖା ନଦୀରେ ୬ରୁ ଅଧିକ ଜଳସେଚନ ପ୍ରକଳ୍ପ, ଅର୍ପା ଭାଇନସାଂଝର, ପାଇରୀ-ମହାନଦୀ ସଂଯୋଗୀକରଣ ଓ ତଣ୍ଡୁଲା ଜଳଭଣ୍ଡାର ନିର୍ମାଣ କରୁଛନ୍ତି। ଛତିଶଗଡ଼ ସରକାର ଏସବୁ ପ୍ରକଳ୍ପର ଡିପିଆର ପ୍ରସ୍ତୁତ କରିଥିବାରୁ ଓଡ଼ିଶା ସରକାର ଚିନ୍ତାରେ ପଡିଛନ୍ତି। ମହାନଦୀ ଛତିଶଗଡ଼-ଓଡ଼ିଶାର କୋ-ବେସିନ ପାଟନର ହୋଇଥିବାରୁ ପ୍ରକଳ୍ପର ଡିପିଆର ପ୍ରସ୍ତୁତ ପୂର୍ବରୁ ଓଡ଼ିଶା ସରକାର ସହିତ ଆଲୋଚନା କରିବାର ଆବଶ୍ୟକତା ଥିଲା। ମାତ୍ର ଛତିଶଗଡ଼ ସରକାର ଏପରି କରି ନ ଥିବାରୁ ଓଡ଼ିଶା ସରକାର ଏହାକୁ ବିରୋଧ କରୁଛନ୍ତି।

ପୂର୍ବତନ ସିଡବ୍ଲ୍ୟୁସି ସଦସ୍ୟ ହିମାଂଶୁ ଠାକର କହିଛନ୍ତି, “ଅନ୍ୟ ନଦୀ ଭଳି ମହାନଦୀ ଉପରେ କୌଣସି ବିବାଦ ନାହିଁ। ଓଡ଼ିଶାର ଏପରି ବିରୋଧ ଠିକ୍‌ ଓ ସେ ବିରୋଧ କରିବା ଦରକାର। ମାତ୍ର ଓଡ଼ିଶାକୁ ଏପରି ବିରୋଧ ବହୁ ଆଗରୁ କରାଯିବାର ଥିଲା। ଓଡ଼ିଶା ଏହାର ବିରୋଧ କଲେ ଇଣ୍ଟର ଷ୍ଟେଟ୍‌ ୱାଟର ଡିସ୍‌ପ୍ୟୁଟ୍‌ ଟ୍ରିବୁନାଲ ବସିବ। ତେଣୁ ଉଭୟ ରାଜ୍ୟର ସରକାର ବସି ନିଷ୍ପତ୍ତି କରିବା ଦରକାର।”

Related story