ମହାନଦୀ ବିବାଦ: ମୁଖ୍ୟମନ୍ତ୍ରୀ କହିଲେ, ତ୍ରୈପାକ୍ଷିକ ବୈଠକ ପାଇଁ ସରକାର ପ୍ରସ୍ତୁତ

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ସଂପର୍କିତ ଆଲୋଚନା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା।ତ୍ରୈପାକ୍ଷିକ ବୈଠକରେ ଓଡ଼ିଶା ପକ୍ଷରୁ କ’ଣ ସବୁ ଯୁକ୍ତି ଉପସ୍ଥାପନ କରାଯିବ ସେ ନେଇ ବୈଠକରେ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରାଯାଇଛି। ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଥିଲେ,“ମହାନଦୀ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି। ୧୭ ତାରିଖରେ ଦିଲ୍ଲୀରେ ହେବାକୁ ଥିବା ବୈଠକ ପାଇଁ ଆମେ ପୂରା ପ୍ରସ୍ତୁତ ଅଛୁ। ସାଧାରଣ ଲୋକ, ସଂଗଠନ ଓ ରାଜନୈତିକ ଦଳଗୁଡ଼ିକ ଠାରୁ […]

cm-meeting

Rakesh Mallick
  • Published: Monday, 12 September 2016
  • , Updated: 13 September 2016, 04:19 PM IST

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ସଂପର୍କିତ ଆଲୋଚନା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା।ତ୍ରୈପାକ୍ଷିକ ବୈଠକରେ ଓଡ଼ିଶା ପକ୍ଷରୁ କ’ଣ ସବୁ ଯୁକ୍ତି ଉପସ୍ଥାପନ କରାଯିବ ସେ ନେଇ ବୈଠକରେ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରାଯାଇଛି।

ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଥିଲେ,“ମହାନଦୀ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି। ୧୭ ତାରିଖରେ ଦିଲ୍ଲୀରେ ହେବାକୁ ଥିବା ବୈଠକ ପାଇଁ ଆମେ ପୂରା ପ୍ରସ୍ତୁତ ଅଛୁ। ସାଧାରଣ ଲୋକ, ସଂଗଠନ ଓ ରାଜନୈତିକ ଦଳଗୁଡ଼ିକ ଠାରୁ ମହାନଦୀ ପ୍ରସଙ୍ଗରେ ମତ ନିଆଯାଉଛି। ଯିଏ ଚାହିଁବେ ଏ ପ୍ରସଙ୍ଗରେ ମତ ଦେଇ ପାରିବେ।”

ବୈଠକରେ  ଜଙ୍ଗଲ  ଓ ପରିବେଶ ମନ୍ତ୍ରୀ  ବିକ୍ରମ କେଶରୀ  ଆରୁଖ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ଶିଳ୍ପମନ୍ତ୍ରୀ ଦେବୀ ମିଶ୍ର ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଉଷା ଦେବୀ ଉପସ୍ଥିତ ଥିଲେ। ଏହାସହ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ, ଉନ୍ନୟନ କମିଶନର ଓ ଜଳ ସମ୍ପଦ ସଚିବ ମଧ୍ୟ ଉପସ୍ଥିତ ଅଛନ୍ତି। କେନ୍ଦ୍ରରେ ତ୍ରୈପାକ୍ଷିକ ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ବୈଠକ ଡାକିଥିଲେ।

ମହାନଦୀ ପ୍ରସଙ୍ଗରେ ସରକାର ସମସ୍ତଙ୍କ ମତ ଲୋଡ଼ିବା କଥାକୁ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ସ୍ୱାଗତ କରିଛନ୍ତି। ସେ କହିଛନ୍ତି,“ବିଳମ୍ବରେ ହେଲେ ବି ସରକାର ନିଜ ଭୁଲ୍ ବୁଝି ପାରିଛନ୍ତି। ମହାନଦୀ ପ୍ରସଙ୍ଗରେ ସମସ୍ତଙ୍କ ମତାମତ ଲୋଡ଼ିବା ସ୍ୱାଗତଯୋଗ୍ୟ କଥା। ଏ ପ୍ରସଙ୍ଗରେ ସରକାର ସର୍ବଦଳୀୟ ବୈଠକ ବି ଡାକି ପାରିଥାଆନ୍ତେ। ପୋଲାଭରମ ଓ ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାର କରିଥିବା ପାପକୁ ଏବେ ପ୍ରାୟଶ୍ଚିତ କରିବାକୁ ଚାହୁଁଛନ୍ତି। ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ କ’ଣ କରିଗଲେ ତାହା ରାଜ୍ୟ ସରକାର ନ ଜାଣିପାରିବା ଦୁର୍ଭାଗ୍ୟଜନକ ବିଷୟ।”

ଜୁଏଲ କହିଛନ୍ତି,“ନରସିଂହ ମିଶ୍ର ବର୍ସଦଳୀୟ ବୈଠକ ଡାକିଥିଲେ ତାକୁ ମାନିଥିଲେ ତାଙ୍କର କ’ଣ ଅସୁବିଧା ହୋଇଥାନ୍ତି। ଏତେଦିନ ହେଲା ଓଡ଼ିଶାରେ ସରକାର କରିଛନ୍ତି, ହେଲେ ଛତିଶଗଡ଼ କ’ଣ କରୁଛି ଜାଣି ପାରିଲେ ନାହିଁ। ଯଦି କେନ୍ଦ୍ର ସରକାର କି ଛତିଶଗଡ଼ ସରକାର ତଥ୍ୟ ଦେଲେ ନାହିଁ ତେବେ କେଉଁ ଆଧାରରେ ତୁମେ ଅନ୍ୟାୟ ହୋଇଛି ବୋଲି କହୁଛ। ପୋଲାଭରମ୍‌ ଓ ମହାନଦୀ ପ୍ରସଙ୍ଗରେ ଯେଉଁ ପାପ କରିଛନ୍ତି ତାର ପ୍ରାୟଶ୍ଚିତ ପାଇଁ ଚେଷ୍ଟା କରୁଛନ୍ତି। ମହାନଦୀ ପ୍ରସଙ୍ଗରେ ଆସନ୍ତା ୧୭ ତାରିଖରେ ଦିଲ୍ଲୀରେ ହେବାକୁ ଥିବା ବୈଠକରୁ ଭଲ ଫଳାଫଳ ବାହାରିବ ବୋଲି ଆଶା।”

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ଲୋକଙ୍କୁ ଦେଖାଇ ହେବା ପାଇଁ ସମସ୍ତେ ମତାମତ ଦିଅନ୍ତୁ ବୋଲି କହୁଛନ୍ତି।  ମତାମତ ଉପରେ କ’ଣ ଆଲୋଚନା ହେବ ? ମୋ ମତରେ ଏହା ମୂଲ୍ୟହୀନ। ଏବେ ବି ସମୟ ଅଛି ସର୍ବଦଳୀୟ ବୈଠକ ଡାକି ଓଡ଼ିଶାର ସମସ୍ୟା, ମହାନଦୀର ସମସ୍ୟା ଉପରେ ଆଲୋଚନା କରନ୍ତୁ।”

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ଜୁଏଲ ବାବୁ ଓଡ଼ିଶାର ଜନସାଧାରଣଙ୍କୁ ଭଣ୍ଡାଇବା ଭଳି କଥା କହୁଛନ୍ତି। ଜୁଏଲ ଓରାମ ଏବଂ ବିରୋଧୀ ଦଳ ନେତା ଏ ପ୍ରସଙ୍ଗ ଉଠାଇବା ପୂର୍ବରୁ ନିଜ ଦଳର ସଭାପତିଙ୍କୁ ପଚାରନ୍ତୁ କହିଁକି ବସନ୍ତ ବାବୁ ଏବଂ ପିସିସି ସଭାପତି ଗଲେନାହିଁ।”

ମହାନଦୀ ପ୍ରସଙ୍ଗରେ ଗତକାଲି ବିଜେଡିର ଫ୍ୟାକ୍ଟ୍ ଫାଇଣ୍ଡିଂ ଟିମ୍ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଥିଲା। ଟିମ୍ ତା’ ରିପୋର୍ଟରେ ଉଲ୍ଲେଖ କରିଛି ଯେ ମହାନଦୀ ଉପରେ ଛତିଶଗଡ଼ ସରକାର ନିର୍ମାଣ କରୁଥିବା ପ୍ରକଳ୍ପ ଯୋଗୁଁ ଓଡ଼ିଶାର ବ୍ୟାପକ କ୍ଷତି ହେବ। ଜଳ ସେଚନ ନାଁରେ ପିପିପି ମୋଡ୍‌ରେ ପ୍ରକଳ୍ପ କରି ଶିଳ୍ପାନୁଷ୍ଠାନଗୁଡ଼ିକୁ ଛତିଶଗଡ଼ ସରକାର ପାଣି ଯୋଗାଇ ଦେଉଛନ୍ତି। କେନ୍ଦ୍ର ଜଳ ଆୟୋଗ, ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ବିନା ଅନୁମତିରେ ତଥା ଓଡ଼ିଶାର ମତାମତ ନ ନେଇ ଛତିଶଗଡ଼ ସରକାର ପ୍ରକଳ୍ପ ନିର୍ମାଣ କରୁଥିବା କଥା ଏହି ରିପୋର୍ଟରେ ଦର୍ଶାଯାଇଛି।

Related story