ମହାନଦୀ ଜଳ ବିବାଦ; ଛତିଶଗଡକୁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲର ଭର୍ତ୍ସନା

ନୂଆଦିଲ୍ଲୀ: ଛତିଶଗଡ ସରକାରକୁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ଭର୍ତ୍ସନା କରିଛନ୍ତି। ଛତିଶଗଡ ମଞ୍ଜୁର କରିଥିବା ପ୍ରକଳ୍ପଗୁ଼ଡିକ ଯୋଗୁଁ ଓଡିଶାର ମହାନଦୀ ଅବବାହିକା ପ୍ରଭାବିତ ହେଉଥିବା ନେଇ ଦାଏର ଏକ ମାମଲାର ଶୁଣାଣି ବେଳେ କଡା ଭର୍ତ୍ସନା କରିଛନ୍ତି ଗ୍ରୀନ୍ ଟ୍ରିବ୍ୟୁନାଲ ଇଷ୍ଟର୍ଣ୍ଣ ବେଞ୍ଚ। କୋର୍ଟରେ ହାଜର ହୋଇ ନ ଥିବାରୁ ଛତିଶଗଡ ସରକାରକୁ କଡା ଚେତାବନୀ ବି ଦେଇଛନ୍ତି ଟ୍ରିବ୍ୟୁନାଲ। ଆସନ୍ତା ଜୁଲାଇ ୬ ତାରିଖ ସୁଦ୍ଧା ହାଜର ହୋଇ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। […]

mahanadi-bridge-in-chatis

Rakesh Mallick
  • Published: Thursday, 18 May 2017
  • , Updated: 18 May 2017, 07:51 PM IST

ନୂଆଦିଲ୍ଲୀ: ଛତିଶଗଡ ସରକାରକୁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ଭର୍ତ୍ସନା କରିଛନ୍ତି। ଛତିଶଗଡ ମଞ୍ଜୁର କରିଥିବା ପ୍ରକଳ୍ପଗୁ଼ଡିକ ଯୋଗୁଁ ଓଡିଶାର ମହାନଦୀ ଅବବାହିକା ପ୍ରଭାବିତ ହେଉଥିବା ନେଇ ଦାଏର ଏକ ମାମଲାର ଶୁଣାଣି ବେଳେ କଡା ଭର୍ତ୍ସନା କରିଛନ୍ତି ଗ୍ରୀନ୍ ଟ୍ରିବ୍ୟୁନାଲ ଇଷ୍ଟର୍ଣ୍ଣ ବେଞ୍ଚ। କୋର୍ଟରେ ହାଜର ହୋଇ ନ ଥିବାରୁ ଛତିଶଗଡ ସରକାରକୁ କଡା ଚେତାବନୀ ବି ଦେଇଛନ୍ତି ଟ୍ରିବ୍ୟୁନାଲ। ଆସନ୍ତା ଜୁଲାଇ ୬ ତାରିଖ ସୁଦ୍ଧା ହାଜର ହୋଇ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜବାବ ଦାଖଲ ନ କଲେ ଏକତରଫା ରାୟ ଦେବାକୁ ଟ୍ରିବ୍ୟୁନାଲ ଛତିଶଗଡ଼ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

ସେହିପରି ଗତ ୫ ବର୍ଷ ମଧ୍ୟରେ ଛତିଶଗ଼ଡ ସରକାର ମଞ୍ଜୁର କରିଥିବା ସମସ୍ତ ପ୍ରକଳ୍ପର ବିସ୍ତୃତ ତାଲିକା ପ୍ରସ୍ତୁତ କରିବା ଲାଗି ଟ୍ରିବ୍ୟୁନାଲ ଓଡିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Related story