ମହାନଦୀ ବିବାଦ ପ୍ରସଙ୍ଗରେ ବିଧାନସଭାରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା-ଛତିଶଗଡ଼ ମହାନଦୀ ବିବାଦ ପ୍ରସଙ୍ଗରେ ଆଜି ବିଧାନସଭାରେ ଶୂନ୍ୟକାଳରେ ବିବୃତି ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଥିଲେ,“ମହାନଦୀ ହେଉଛି ଓଡ଼ିଶାର ଲାଇଫ୍‌ଲାଇନ୍‌। ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ମୋ ସରକାର ସବୁ ପ୍ରକାର ଉଦ୍ୟମ କରୁଛି। ଛତିଶଗଡ଼ ସରକାର ମହାନଦୀ ଉପରେ ନିର୍ମାଣ କରୁଥିବା ପ୍ରକଳ୍ପ ବିରୋଧରେ ଗତକାଲି ସୁପ୍ରିମ୍‌କୋର୍ଟରେ ଏକ ଇନ୍‌ଞ୍ଜକ୍ସନ ସୁଟ୍ ଦାଏର କରାଯାଇଛି। ତା’ପୂର୍ବରୁ ନଭେମ୍ବର ୨୨ ତାରିଖରେ ଆନ୍ତଃରାଜ୍ୟ ଜଳ ବିବାଦ ଆଇନ ୧୯୫୬ ଅନୁଯାୟୀ […]

naveen

Rakesh Mallick
  • Published: Saturday, 03 December 2016
  • , Updated: 03 December 2016, 11:00 PM IST

ଭୁବନେଶ୍ୱର: ଓଡ଼ିଶା-ଛତିଶଗଡ଼ ମହାନଦୀ ବିବାଦ ପ୍ରସଙ୍ଗରେ ଆଜି ବିଧାନସଭାରେ ଶୂନ୍ୟକାଳରେ ବିବୃତି ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେ କହିଥିଲେ,“ମହାନଦୀ ହେଉଛି ଓଡ଼ିଶାର ଲାଇଫ୍‌ଲାଇନ୍‌। ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ମୋ ସରକାର ସବୁ ପ୍ରକାର ଉଦ୍ୟମ କରୁଛି। ଛତିଶଗଡ଼ ସରକାର ମହାନଦୀ ଉପରେ ନିର୍ମାଣ କରୁଥିବା ପ୍ରକଳ୍ପ ବିରୋଧରେ ଗତକାଲି ସୁପ୍ରିମ୍‌କୋର୍ଟରେ ଏକ ଇନ୍‌ଞ୍ଜକ୍ସନ ସୁଟ୍ ଦାଏର କରାଯାଇଛି। ତା’ପୂର୍ବରୁ ନଭେମ୍ବର ୨୨ ତାରିଖରେ ଆନ୍ତଃରାଜ୍ୟ ଜଳ ବିବାଦ ଆଇନ ୧୯୫୬ ଅନୁଯାୟୀ ଏକ ଟ୍ରିବ୍ୟୁନାଲ୍ ଗଠନ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ବୈଧାନିକ ଅଭିଯୋଗ କରାଯାଇଥିଲା।”

ମୁଖ୍ୟମନ୍ତ୍ରୀ କହିଥିଲେ,“ହୀରାକୁଦ ପ୍ରକଳ୍ପର ୧୯୭୪ ଡିପିଆର ଅନୁଯାୟୀ ହୀରାକୁଦ ଡ୍ୟାମ୍‌ରେ ଅତିକମ୍‌ରେ ୧୨.୨୮ ମିଲିୟନ ଏକର ଫିଟ୍ ଜଳ ପ୍ରବାହିତ ହେବା ନେଇ ଆମେ ଦାବି କରିଛୁ। ଏହା ବାଦ୍‌ ୩.୬୭ ମିଲିୟନ ଏକର ଫିଟ୍‌ର ଅତିରିକ୍ତ ଜଳ ପ୍ରବାହ ପାଇଁ ଆମେ ଦାବି କରିଛୁ।”

ସେ କହିଥିଲେ,“ମହାନଦୀ ପ୍ରସଙ୍ଗ ନେଇ ବିଭିନ୍ନ ସଂଗଠନ, ରାଜନୈତିକ ଦଳ, କୃଷକ ସଂଗଠନ ଓ ଅନେକ ବ୍ୟକ୍ତି ବହୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ। ସେଥିପାଇଁ ସେମାନଙ୍କୁ ଧନ୍ୟବାଦ।”

ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ଏଡ଼ାଇ ଯିବା ପାଇଁ ମୁଖ୍ୟମନ୍ତ୍ରୀ ମହାନଦୀ ପ୍ରସଙ୍ଗରେ ଗୃହରେ ବିବୃତି ଦେଇଛନ୍ତି। ମିଛ ବାହାବା ନେବାକୁ ମୁଖ୍ୟମନ୍ତ୍ରୀ ବିବୃତି ଦେଇଛନ୍ତି। ଏ ପ୍ରସଙ୍ଗରେ ପ୍ରଥମେ ଟ୍ରିବ୍ୟୁନାଲ୍ ଗଲେ, ପରେ ସୁପ୍ରିମ୍‌କୋର୍ଟ ଗଲେ? ଏହା କେତେ ଯୁକ୍ତିଯୁକ୍ତ?”

Related story