ମହାନଦୀ ପାଣି ଋଷିକୂଲ୍ୟା ବେସିନକୁ ଦେବା ପାଇଁ ଚିଠି ଲେଖିଥିଲେ ୨୦ ବିଜେଡି ସାଂସଦ: ଜୁଏଲ

ଭୁବନେଶ୍ୱର: “ରାଜ୍ୟ ସରକାର ନିଜ ଦାୟିତ୍ୱ ନ ତୁଲାଇ ରାଜନୀତି କରୁଛନ୍ତି ” ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଅଭିଯୋଗ କରିଛନ୍ତି। ମହାନଦୀର ବଳକା ପାଣିକୁ ଋଷିକୁଲ୍ୟା ବେସିନକୁ ଦେବା ପାଇଁ ୨୦ଜଣ ବିଜେଡି ସାଂସଦ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀଙ୍କୁ ଲେଖିଥିବା ଚିଠି ଦେଖାଇ ଜୁଏଲ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗୁମୁଡୁମାହା ଓ ନଗଡ଼ା ଘଟଣାରୁ ସରକାର ଲୋକଙ୍କ ନଜର ହଟାଇବାକୁ ସରକାର ମହାନଦୀକୁ ପ୍ରସଙ୍ଗ କରୁଛନ୍ତି ବୋଲି ସେ କହିଛନ୍ତି। ସେ କହିଛନ୍ତି, […]

jual

Rakesh Mallick
  • Published: Thursday, 18 August 2016
  • , Updated: 18 August 2016, 09:24 PM IST

ଭୁବନେଶ୍ୱର: “ରାଜ୍ୟ ସରକାର ନିଜ ଦାୟିତ୍ୱ ନ ତୁଲାଇ ରାଜନୀତି କରୁଛନ୍ତି ” ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଅଭିଯୋଗ କରିଛନ୍ତି। ମହାନଦୀର ବଳକା ପାଣିକୁ ଋଷିକୁଲ୍ୟା ବେସିନକୁ ଦେବା ପାଇଁ ୨୦ଜଣ ବିଜେଡି ସାଂସଦ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀଙ୍କୁ ଲେଖିଥିବା ଚିଠି ଦେଖାଇ ଜୁଏଲ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗୁମୁଡୁମାହା ଓ ନଗଡ଼ା ଘଟଣାରୁ ସରକାର ଲୋକଙ୍କ ନଜର ହଟାଇବାକୁ ସରକାର ମହାନଦୀକୁ ପ୍ରସଙ୍ଗ କରୁଛନ୍ତି ବୋଲି ସେ କହିଛନ୍ତି।

ସେ କହିଛନ୍ତି, “୨୦୧୫ ମେ ୨୩ରେ ବିଜେଡିର ୨୦ ଜଣ ସାଂସଦ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀଙ୍କୁ ଚିଠି ଲେଖି ମହାନଦୀର ପାଣିକୁ ଋଷିକୁଲ୍ୟା ବେସିନକୁ ଦେବା ସପକ୍ଷରେ ଓକିଲାତି କରିଛନ୍ତି। ବର୍ଷାଦିନେ ୨୦ ବିସିଏମ୍‌ (ବିଲିଅନ କ୍ୟୁବିକ ମିଟର) ପାଣି ମହାନଦୀରୁ ସମୁଦ୍ରକୁ ଚାଲିଯାଉଛି। ଏହି ପାଣିକୁ ଋଷିକୁଲ୍ୟା ବେସିନକୁ ଡାଇଭର୍ଟ ପାଇଁ ଲେଖିଛନ୍ତି ବିଜେଡି ସାଂସଦ। ହୀରାକୁଦରେ ଆଉ ଏକ ସ୍ପିଲୱେ ନିର୍ମାଣ କରିବାକୁ ମଧ୍ୟ ବିଜେଡି ସାଂସଦମାନେ ପ୍ରସ୍ତାବ ଦେଇଛନ୍ତି। ଏହାସହ ମହାନଦୀର ଶାଖା ନଦୀ ଇବ-ଅଙ୍ଗ ଓ ତେଲରେ ପାଣି କମ ରହୁଥିବାରୁ ଏସବୁ ନଦୀକୁ ମଧ୍ୟ ମହାନଦୀ ପାଣି ଛାଡିବାକୁ ସେମାନେ ଚିଠିରେ ଅନୁରୋଧ କରିଛନ୍ତି।”

ସେ କହିଛନ୍ତି, “ମହାନଦୀ ସମ୍ପର୍କରେ କିଛି ସୂଚନା ନ ଥିବା ସରକାର କହୁଛନ୍ତି। କିନ୍ତୁ ୨୦ ଜଣ ସାଂସଦ ଏପରି ଚିଠି ଦେଉଛନ୍ତି। ଏ ଚିଠି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି ନା ନାହିଁ? ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ବିଜେଡିରେ ପତ୍ରଟିଏ ବି ହଲେ ନାହିଁ। ସାଂସଦମାନେ ଚିଠି ଲେଖିଛନ୍ତି ମାନେ ମୁଖ୍ୟମନ୍ତ୍ରୀ ଏ ବିଷୟରେ ଅବଗତ ଅଛନ୍ତି। ପ୍ରକୃତ ସତ୍ୟ କ’ଣ ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ନିକଟରେ ସ୍ପଷ୍ଟ କରନ୍ତୁ।”

ଜୁଏଲଙ୍କ ମନ୍ତବ୍ୟର ଜବାବ ଦେଇଛି ବିଜେଡି। ବିଜେଡି ସାଂସଦ ସିର୍ଦ୍ଧାନ୍ତ ମହାପାତ୍ର କହିଛନ୍ତି, “ଦକ୍ଷିଣ ଓଡ଼ିଶାରେ ପାନୀୟଜଳ ସମସ୍ୟା ରହିଛି। ବଳକା ପାଣି ଆସି ପାରିଲେ ଏହି ସମସ୍ୟାର ସମାଧାନ ହୋଇ ପାରିବ ବୋଲି ଆମେ କହିଛୁ। ରାଜନୀତି ଯେମିତି ଚାଲିଛି ଏ ବିଷୟରେ ଆମର କିଛି କହିବାର ନାହିଁ। ଓଡ଼ିଶାକୁ ସୁଖା କରି ଛତିଶଗଡ଼କୁ ସବୁ ପାଣି ଦେଇ ଦେବା ଚିନ୍ତାଧାରାରେ ଆମେ ନାହୁଁ। ଉଭୟ ରାଜ୍ୟର ଲୋକେ କିପରି ସଠିକ ଉପାୟରେ ପାଣି ପାଇବେ ସେ ନେଇ ଉଚିତ ପଦକ୍ଷେପ ନିଆଯାଉ।”

Related story