ମହାନଦୀ ପ୍ରସଙ୍ଗ: ଦାମଙ୍କ ଅଭିମାନ, ଗଲେନି ବିଜେଡି ସଭାମଞ୍ଚକୁ

ଭୁବନେଶ୍ୱର: ଦଳ ଉପରେ ବରିଷ୍ଠ ବିଜେଡି ନେତା ତଥ ଦଳର ଉପସଭାପତି ଦାମୋଦର ରାଉତ ଅଭିମାନ କରିଛନ୍ତି। ଏତେ ଅଭିମାନ କରିଛନ୍ତି ଯେ ମହାନଦୀ ପ୍ରସଙ୍ଗକୁ ନେଇ ଆଜି ବସିଥିବା ପ୍ରସ୍ତୁତି ବୈଠକରେ ସେ ସଭାମଞ୍ଚରେ ବସି ନ ଥିଲେ। ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପସଭାପତିମାନଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ହେଲେ ଦାମ ମଞ୍ଚ ଉପରକୁ ନ ଯାଇ ତଳେ ଆଗ ଧାଡ଼ିରେ ବସିଥିଲେ। ବୈଠକ ପରିଚାଳନା କରୁଥିବା ଦଳୀୟ ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ର […]

dama

Rakesh Mallick
  • Published: Monday, 07 November 2016
  • , Updated: 07 November 2016, 09:04 PM IST

ଭୁବନେଶ୍ୱର: ଦଳ ଉପରେ ବରିଷ୍ଠ ବିଜେଡି ନେତା ତଥ ଦଳର ଉପସଭାପତି ଦାମୋଦର ରାଉତ ଅଭିମାନ କରିଛନ୍ତି। ଏତେ ଅଭିମାନ କରିଛନ୍ତି ଯେ ମହାନଦୀ ପ୍ରସଙ୍ଗକୁ ନେଇ ଆଜି ବସିଥିବା ପ୍ରସ୍ତୁତି ବୈଠକରେ ସେ ସଭାମଞ୍ଚରେ ବସି ନ ଥିଲେ।

ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପସଭାପତିମାନଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ହେଲେ ଦାମ ମଞ୍ଚ ଉପରକୁ ନ ଯାଇ ତଳେ ଆଗ ଧାଡ଼ିରେ ବସିଥିଲେ। ବୈଠକ ପରିଚାଳନା କରୁଥିବା ଦଳୀୟ ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କୁ ମଞ୍ଚକୁ ଡାକିଥିଲେ। ହେଲେ ସେ ଯାଇ ନ ଥିଲେ। ପରେ ମନ୍ତ୍ରୀ ଦେବୀ ମିଶ୍ର ଆସି ତାଙ୍କୁ ମଞ୍ଚ ଉପରକୁ ଯିବାକୁ ଅନୁରୋଧ କରିଥିଲେ ମଧ୍ୟ ସେ ତାଙ୍କ ଅନୁରୋଧ ରକ୍ଷା କରି ନ ଥିଲେ।

ଆଣ୍ଠୁରେ ଯନ୍ତ୍ରଣା ଯୋଗୁଁ ଦାମ ମଞ୍ଚକୁ ଯାଇ ନ ଥିଲେ ବୋଲି କହିଛନ୍ତି। ହେଲେ ମହାନଦୀ ପ୍ରସଙ୍ଗରେ ବିଧାନସଭାରେ ତାଙ୍କୁ କହିବାକୁ ସୁଯୋଗ ମିଳି ନ ଥିବାରୁ ସେ ଅଭିମାନ କରିଥିବା ଚର୍ଚ୍ଚା ହେଉଛି।

ବିଜେଡି ସାଧାରଣ ସମ୍ପାଦକ ଦେବୀପ୍ରସାଦ ମିଶ୍ର କହିଛନ୍ତି,“ବିଧାନସଭାରେ କହିବାକୁ ଦିଆ ନ ଯିବାରୁ ଦାମ ବାବୁ ଅଭିମାନ କରିଛନ୍ତି ଯାହା କୁହାଯାଉଛି ତାହା ସମ୍ପୂର୍ଣ୍ଣ ଭୁଲ। ସେ ନିଜେ ସ୍ପଷ୍ଠ କରିଛନ୍ତି ତାଙ୍କ ଆଣ୍ଠୁରେ ଯନ୍ତ୍ରଣା ଥିବାରୁ ସେ ମଞ୍ଚ ଉପରକୁ ଯାଇ ନ ଥିଲେ। ଏହା ଉପରେ ମନ୍ତବ୍ୟ ଦେବା ଠିକ୍‌ ହେବ ନାହିଁ।”

Related story