ପ୍ରଦୀପ ମହାରଥୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼

ବଲାଙ୍ଗିର: ବଲାଙ୍ଗିର ଗସ୍ତରେ ଯାଇଥିବା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଗାଡି ଉପରକୁ ଆଜି ଅଣ୍ଡାମାଡ଼ ହୋଇଛି। ଏହି ଘଟଣାରେ ପୋଲିସ୍‌ ୮ ଜଣ ବିଜେପି କର୍ମୀଙ୍କୁ ଅଟକ ରଖିଛି। ଆଜି ମନ୍ତ୍ରୀଙ୍କ ଗାଡ଼ି ସର୍କିଟ ହାଉସ୍‌ ଅଭିମୁଖେ ଯାଉଥିବା ବେଳେ ସୁଦପଡ଼ା ଲେଭଲକ୍ରସିଂରେ ଗେଟ୍‌ ପଡ଼ିଥିଲା। ଫଳରେ କିଛି ସମୟ ପାଇଁ ମନ୍ତ୍ରୀଙ୍କ ଗାଡ଼ି ସେଠାରେ ଅଟକିଥିଲା। ଏହି ସମୟରେ ପୂର୍ବରୁ ଛପି ରହିଥିବା କେତେକ ବିଜେପି କର୍ମୀ ମନ୍ତ୍ରୀଙ୍କ ଉପରକୁ ଅଣ୍ଡା ମାଡ଼ କରିଥିଲେ। […]

pradeep-maharathy

Rakesh Mallick
  • Published: Tuesday, 13 September 2016
  • , Updated: 13 September 2016, 10:03 PM IST

ବଲାଙ୍ଗିର: ବଲାଙ୍ଗିର ଗସ୍ତରେ ଯାଇଥିବା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଗାଡି ଉପରକୁ ଆଜି ଅଣ୍ଡାମାଡ଼ ହୋଇଛି। ଏହି ଘଟଣାରେ ପୋଲିସ୍‌ ୮ ଜଣ ବିଜେପି କର୍ମୀଙ୍କୁ ଅଟକ ରଖିଛି।

ଆଜି ମନ୍ତ୍ରୀଙ୍କ ଗାଡ଼ି ସର୍କିଟ ହାଉସ୍‌ ଅଭିମୁଖେ ଯାଉଥିବା ବେଳେ ସୁଦପଡ଼ା ଲେଭଲକ୍ରସିଂରେ ଗେଟ୍‌ ପଡ଼ିଥିଲା। ଫଳରେ କିଛି ସମୟ ପାଇଁ ମନ୍ତ୍ରୀଙ୍କ ଗାଡ଼ି ସେଠାରେ ଅଟକିଥିଲା। ଏହି ସମୟରେ ପୂର୍ବରୁ ଛପି ରହିଥିବା କେତେକ ବିଜେପି କର୍ମୀ ମନ୍ତ୍ରୀଙ୍କ ଉପରକୁ ଅଣ୍ଡା ମାଡ଼ କରିଥିଲେ। ମାତ୍ର ଅଣ୍ଡା ମନ୍ତ୍ରୀଙ୍କ ଗାଡ଼ିରେ ବାଜିଥିଲା। ପରେ ପୋଲିସ୍‌ କଡା ସୁରକ୍ଷା ମଧ୍ୟରେ ମନ୍ତ୍ରୀଙ୍କୁ ସର୍କିଟ ହାଉସ୍‌କୁ ନେଇଯାଇ ଥିଲେ। ସେଠାରେ ମଧ୍ୟ ବିଜେପି କର୍ମୀମାନେ ତାଙ୍କୁ କଳାପତାକା ଦେଖାଇଥିଲେ।

ଅଗଷ୍ଟ ୨୮ ତାରିଖରେ କୃଷି ମନ୍ତ୍ରୀ ଖୋଲାଖୋଲି ଭାବେ କହିଥିଲେ ତାଙ୍କ ବଲାଙ୍ଗିର ଗସ୍ତକୁ ବିରୋଧ କଲେ ସେ ପିପିଲିକୁ କୌଣସି କେନ୍ଦ୍ର ମନ୍ତ୍ରୀଙ୍କୁ ପୁରାଇ ଦେବେନି।

Related story