ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲା: ମୋଷ୍ଟ ୱାଣ୍ଟେଡ୍‌ ଅଶୋକ ବିହାରି ଗିରଫ

ପାରାଦୀପ: ନାମ ବଦଳାଇ ପୋଲିସ୍‌କୁ ବାରମ୍ବାର ଧୂଳି ଚଟାଉଥିବା   ମୋଷ୍ଟ  ୱାଣ୍ଟେଡ୍‌ ଅଶୋକ ବିହାରି ଶେଷରେ ଧରାପଡ଼ିଛି।  ସିୱେଜ ସିପିଂ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ପାରାଦୀପ ପୋଲିସ୍‌ ତାକୁ ପଶ୍ଚିମବଙ୍ଗ ହାୱଡ଼ା ତିଲଖାନା ବସ୍ତିରୁ ଆଜି ସକାଳେ ଗିରଫ କରିଛି। ତାକୁ ସିଜେଏମ୍‌ କୋର୍ଟରେ ହାଜର ପରେ ଟ୍ରାନଜିଟ୍‌ ରିମାଣ୍ଡରେ ଓଡ଼ିଶା ଅଣାଯିବ। ପୋଲିସ୍‌ ଆଖିରୁ ଖସିବାକୁ ବାରମ୍ବାର ସେ ନାଁ ବଦଳାଉଥିଲା। କେତେବେଳେ କାଦିର ଖାଁ ତ କେତେବେଳେ ନିଜ ନାଁ ରାଜୁ […]

paradeep-1

Rakesh Mallick
  • Published: Sunday, 19 March 2017
  • , Updated: 19 March 2017, 12:00 PM IST

ପାରାଦୀପ: ନାମ ବଦଳାଇ ପୋଲିସ୍‌କୁ ବାରମ୍ବାର ଧୂଳି ଚଟାଉଥିବା   ମୋଷ୍ଟ  ୱାଣ୍ଟେଡ୍‌ ଅଶୋକ ବିହାରି ଶେଷରେ ଧରାପଡ଼ିଛି।  ସିୱେଜ ସିପିଂ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ପାରାଦୀପ ପୋଲିସ୍‌ ତାକୁ ପଶ୍ଚିମବଙ୍ଗ ହାୱଡ଼ା ତିଲଖାନା ବସ୍ତିରୁ ଆଜି ସକାଳେ ଗିରଫ କରିଛି। ତାକୁ ସିଜେଏମ୍‌ କୋର୍ଟରେ ହାଜର ପରେ ଟ୍ରାନଜିଟ୍‌ ରିମାଣ୍ଡରେ ଓଡ଼ିଶା ଅଣାଯିବ। ପୋଲିସ୍‌ ଆଖିରୁ ଖସିବାକୁ ବାରମ୍ବାର ସେ ନାଁ ବଦଳାଉଥିଲା। କେତେବେଳେ କାଦିର ଖାଁ ତ କେତେବେଳେ ନିଜ ନାଁ ରାଜୁ ଓ ଫରିଦା ଅହମ୍ମଦ ବୋଲି ପରିଚୟ ଦେଉଥିଲେ।

ଏହି ହତ୍ୟାକାଣ୍ଡରେ ମହିମା ମିଶ୍ର ଓ କଂଗ୍ରେସ ନେତା ବାପି ସର୍ଖେଲ ମଧ୍ୟ ଗିରଫ ହୋଇଛନ୍ତି।

Related story