ମହିମାଙ୍କୁ ଭୁବନେଶ୍ୱର ଆଣିଲା ପୋଲିସ୍‌

ଭୁବନେଶ୍ୱର: ବ୍ୟାଙ୍କକରୁ ଧରାପଡ଼ିଥିବା ଓଏସ୍‌ଏଲ୍ ମୁଖ୍ୟ ତଥା ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ସହଯୋଗୀ ବସନ୍ତ କୁମାର ବଳଙ୍କୁ ଆଜି ଭୁବନେଶ୍ୱର ଅଣାଯାଇଛି। ଥାଇଲାଣ୍ଡ ପୋଲିସ ଉଭୟଙ୍କୁ ହସ୍ତାନ୍ତର କରିବା ପରେ ସେମାନଙ୍କୁ କୋଲକାତା ଦେଇ ଭୁବନେଶ୍ୱର ଅଣାଯାଇଛି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଉଭୟଙ୍କୁ ସିଧା କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଉଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ସେମାନଙ୍କୁ ଆଣିବାକୁ ଓଡ଼ିଶା ପୋଲିସ୍‌ର ଏକ ୬ ଜଣିଆ ଟିମ୍ ଥାଇଲାଣ୍ଡ ଯାଇଥିଲା। ମହିମା ମିଶ୍ର […]

mahima-mishra

Rakesh Mallick
  • Published: Monday, 26 December 2016
  • , Updated: 26 December 2016, 09:14 PM IST

ଭୁବନେଶ୍ୱର: ବ୍ୟାଙ୍କକରୁ ଧରାପଡ଼ିଥିବା ଓଏସ୍‌ଏଲ୍ ମୁଖ୍ୟ ତଥା ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ସହଯୋଗୀ ବସନ୍ତ କୁମାର ବଳଙ୍କୁ ଆଜି ଭୁବନେଶ୍ୱର ଅଣାଯାଇଛି। ଥାଇଲାଣ୍ଡ ପୋଲିସ ଉଭୟଙ୍କୁ ହସ୍ତାନ୍ତର କରିବା ପରେ ସେମାନଙ୍କୁ କୋଲକାତା ଦେଇ ଭୁବନେଶ୍ୱର ଅଣାଯାଇଛି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଉଭୟଙ୍କୁ ସିଧା କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଉଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ସେମାନଙ୍କୁ ଆଣିବାକୁ ଓଡ଼ିଶା ପୋଲିସ୍‌ର ଏକ ୬ ଜଣିଆ ଟିମ୍ ଥାଇଲାଣ୍ଡ ଯାଇଥିଲା।

ମହିମା ମିଶ୍ର ଓ ବସନ୍ତ ବଳ ଅଟକ ଥିବା ନେଇ ଥାଇଲାଣ୍ଡର ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ  ଗତକାଲି ଏନେଇ ସ୍ପଷ୍ଟ କରିଥିଲେ ଓଡ଼ିଶା ଡିଜିପି କେ.ବି ସିଂ। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ ଓଡ଼ିଶା ପୋଲିସ୍‌ର ଅନୁରୋଧ କ୍ରମେ ଶନିବାର ସକାଳେ ଥାଇଲାଣ୍ଡ ପୋଲିସ୍ ମହିମା ଓ ବସନ୍ତଙ୍କୁ ଏକ ହୋଟେଲ୍‌ରୁ ଧରିବା ସହ ଅଟକ ରଖିଛି।

ସିୱେଜ ସିପିଂ କର୍ପୋରେସନ୍ ଜିଏମ୍ ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟା ମାମଲାରେ ଜଗତସିଂହପୁର ପୋଲିସ୍ ମହିମାଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଥିଲା। ଗିରଫଦାରୀ ଏଡ଼ାଇବା ପାଇଁ ମହିମା ଓ ବସନ୍ତ ସେମାନଙ୍କ ପରିବାରର ସଦସ୍ୟଙ୍କ ସହ କିଛି ସୁରକ୍ଷାକର୍ମୀଙ୍କୁ ସାଥୀରେ ନେଇ ପର୍ଯ୍ୟଟକ ଭିସାରେ କାଠମାଣ୍ଡୁ ଦେଇ ବ୍ୟାଙ୍କକ ପଳାଇଥିଲେ।

ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଜଗତସିଂହପୁର ପୋଲିସ୍ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କୁ ଗିରଫ କରି ସାରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଶ୍ରମିକ ନେତା ତଥା କଂଗ୍ରେସ ନେତା ବାପି ସର୍ଖେଲ।

Related story