ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲା: ଶିଳ୍ପପତି ମହିମା ମିଶ୍ର ଗିରଫ

ଭୁବନେଶ୍ୱର: ପାରାଦୀପ ସିୱେଜ ସିପିଂ କମ୍ପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମହିମା ମିଶ୍ର ଓ ତାଙ୍କ ସହଯୋଗୀ ବସନ୍ତ ବଳଙ୍କୁ ଥାଇଲାଣ୍ଡ ପୋଲିସ୍‌ ବ୍ୟାଙ୍କକର ଏକ ହୋଟେଲରୁ ଗିରଫ କରିଛି। ବ୍ୟାଙ୍କକ୍‌ ପୋଷ୍ଟରେ ଏକ ଫଟୋ ପ୍ରକାଶ ପାଇବା ପରେ ଆଜି ଓଡ଼ିଶା ପୋଲିସ ଡିଜି କେ.ବି.ସିଂହ ଏହା ସ୍ପଷ୍ଟ କରିଛନ୍ତି। ଡିଜି କହିଛନ୍ତି,“ମହିମାଙ୍କୁ ଆଣିବା ପାଇଁ ଆଜି ଓଡ଼ିଶାର ୬ ଜଣିଆ ପୋଲିସ୍‌ ଟିମ୍‌ ଥାଇଲାଣ୍ଡ ଯାଇଛନ୍ତି। ଆସନ୍ତାକାଲି ଥାଇଲାଣ୍ଡ ମହିମାଙ୍କୁ ଭାରତକୁ […]

mahima-mishra

Rakesh Mallick
  • Published: Sunday, 25 December 2016
  • , Updated: 26 December 2016, 03:31 PM IST

ଭୁବନେଶ୍ୱର: ପାରାଦୀପ ସିୱେଜ ସିପିଂ କମ୍ପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମହିମା ମିଶ୍ର ଓ ତାଙ୍କ ସହଯୋଗୀ ବସନ୍ତ ବଳଙ୍କୁ ଥାଇଲାଣ୍ଡ ପୋଲିସ୍‌ ବ୍ୟାଙ୍କକର ଏକ ହୋଟେଲରୁ ଗିରଫ କରିଛି। ବ୍ୟାଙ୍କକ୍‌ ପୋଷ୍ଟରେ ଏକ ଫଟୋ ପ୍ରକାଶ ପାଇବା ପରେ ଆଜି ଓଡ଼ିଶା ପୋଲିସ ଡିଜି କେ.ବି.ସିଂହ ଏହା ସ୍ପଷ୍ଟ କରିଛନ୍ତି।

ଡିଜି କହିଛନ୍ତି,“ମହିମାଙ୍କୁ ଆଣିବା ପାଇଁ ଆଜି ଓଡ଼ିଶାର ୬ ଜଣିଆ ପୋଲିସ୍‌ ଟିମ୍‌ ଥାଇଲାଣ୍ଡ ଯାଇଛନ୍ତି। ଆସନ୍ତାକାଲି ଥାଇଲାଣ୍ଡ ମହିମାଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିବେ। ମହିମାଙ୍କୁ ଓଡ଼ିଶା ଆଣିବା ପରେ ତାଙ୍କୁ ଗିରଫ କରାଯିବ। ମହିମା ଦିଲ୍ଲୀ, ଗୁଡ଼ଗାଓଁ, ଚଣ୍ଡିଗଡ଼, ଅମୃତସର ଓ କାଠମାଣ୍ଡୁର ପଞ୍ଚ ତାରକା ହୋଟେଲରେ ରହୁଥିଲେ। ତାଙ୍କୁ ଧରିବା ପାଇଁ ୧୨ଟି ଏଜେନ୍ସି ସହଯୋଗ କରିଛନ୍ତି।”

ମହିମା ଓ ବସନ୍ତ ସେମାନଙ୍କ ପରିବାର ସଦସ୍ୟଙ୍କ ସହ କିଛି ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ନେଇ ପର୍ଯ୍ୟଟକ ଭିସାରେ ନେପାଳ ଦେଇ ବ୍ୟାଙ୍କକ ଯାଇଥିଲେ।

ସିୱେଜ ସିପିଂ କଂପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଫେରାର ଥିବା ମହିମା ମିଶ୍ରଙ୍କ ନାଁରେ ଜଗତସିଂହପୁର ପୋଲିସ୍‌ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି କରିଥିଲା।

ଉତ୍କଳ ଷ୍ଟିଭଡୋର୍ସ ଆସୋସିଏସନ୍‌ ସଭାପତି ପି.କେ. ନାୟକ କହିଛନ୍ତି,“ପୋଲିସ୍‌ ଯେଉଁ ପ୍ରକ୍ରିୟା ଆରମ୍ଭ କରିଥିଲା ସେଥିରେ ସଫଳ ହୋଇଛି। ସେଥିପାଇଁ ଉତ୍କଳ ଷ୍ଟିଭଡୋର୍ସ ଆସୋସିଏସନ୍‌ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ଆଶା କରୁଛି ପୋଲିସ୍‌ ଯେଉଁ ପଦକ୍ଷେପ ନେଇଛି ଆଗକୁ ତ୍ୱରାନ୍ୱିତ କରିବ ଓ ଦୋଷୀକୁ ଉଚିତ ଦଣ୍ଡ ଦେବ।”

Related story