ସମାଗୋଳ ଜେଲ୍‌କୁ ଫେରିଲେ ମହିମା

ପାରାଦୀପ: ସିୱେଜ୍ ସିପିଂ କଂପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଗିରଫ ଶିଳ୍ପପତି ମହିମା ମିଶ୍ର ଆଜି ପୁଣି ସମାଗୋଳ ଜେଲ୍‌କୁ ଫେରିଛନ୍ତି। ରିମାଣ୍ଡ ଅବଧି ସରି ଯିବା ପରେ ଆଜି ପାରାଦୀପ ପୋଲିସ୍ ତାଙ୍କୁ କୁଜଙ୍ଗ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିଥିଲା। କୋର୍ଟରେ ହାଜର ପରେ ତାଙ୍କୁ ସମାଗୋଳ ଜେଲ୍‌କୁ ପଠାଇ ଦିଆଯାଇଥିଲା। ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ପାରାଦୀପ ପୋଲିସ୍ ତାଙ୍କୁ ଜାନୁଆରୀ ୧ରୁ ୪ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ଆଣିଥିଲା। ପ୍ରଥମେ […]

mahima

Rakesh Mallick
  • Published: Thursday, 05 January 2017
  • , Updated: 05 January 2017, 11:33 AM IST

ପାରାଦୀପ: ସିୱେଜ୍ ସିପିଂ କଂପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଗିରଫ ଶିଳ୍ପପତି ମହିମା ମିଶ୍ର ଆଜି ପୁଣି ସମାଗୋଳ ଜେଲ୍‌କୁ ଫେରିଛନ୍ତି। ରିମାଣ୍ଡ ଅବଧି ସରି ଯିବା ପରେ ଆଜି ପାରାଦୀପ ପୋଲିସ୍ ତାଙ୍କୁ କୁଜଙ୍ଗ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିଥିଲା। କୋର୍ଟରେ ହାଜର ପରେ ତାଙ୍କୁ ସମାଗୋଳ ଜେଲ୍‌କୁ ପଠାଇ ଦିଆଯାଇଥିଲା।

ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ପାରାଦୀପ ପୋଲିସ୍ ତାଙ୍କୁ ଜାନୁଆରୀ ୧ରୁ ୪ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ଆଣିଥିଲା।

ପ୍ରଥମେ ପାରାଦୀପ ପୋଲିସ୍ ମହିମାଙ୍କୁ ଡିସେମ୍ବର ୨୯ ତାରିଖରୁ ଚାରି ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ପାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟ ଖରାପ ରହିବାକୁ ପୋଲିସ୍ କୋର୍ଟରେ ପୁଣି ଆବେଦନ କରି ରିମାଣ୍ଡ ତାରିଖ ବଦଳାଇଥିଲା।

ଅନ୍ୟପକ୍ଷରେ ମହିମାଙ୍କ ଅଡୁଆ ଆହୁରି ବଢ଼ିଛି। ୨୦୧୩ କଟକ ପ୍ରେସ୍ ଛକ ବୋମାମାଡ଼ ଘଟଣାରେ କମିଶନରେଟ୍‌ ପୋଲିସ୍‌ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିବ ବୋଲି ସୂଚନା ଦେଇଥିବା ବେଳେ ଜଲାରାମ ଟ୍ରାନ୍ସପୋର୍ଟ ଗୁଳିକାଣ୍ଡ ମାମଲାରେ ତାଙ୍କୁ ରିମାଣ୍ଡରେ ନେବାକୁ କୁଜଙ୍ଗ ଜେଏମ୍‌ଏଫ୍‌ସି କୋର୍ଟରେ ଆବେଦନ କରିଛି ଅନୁଗୋଳ କୋଲିଆରୀ ଥାନା ପୋଲିସ୍‌।

ମହିମା ଓ ତାଙ୍କ ସହଯୋଗୀ ବସନ୍ତ ବଳଙ୍କୁ ଗତମାସରେ ଓଡ଼ିଶା ପୋଲିସ୍ ବ୍ୟାଙ୍କକ୍‌ରୁ ଆଣିବା ପରେ ଗିରଫ କରିଥିଲା।

Related story