ମହିମାଙ୍କୁ ରିମାଣ୍ଡରେ ନେବାକୁ କୋଲିଆରୀ ପୋଲିସ୍‌କୁ ମିଳିଲାନି ଅନୁମତି

ଭୁବନେଶ୍ୱର: ୨୦୧୧ କୋଲିଆରୀ ଗୁଳିକାଣ୍ଡ ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କୁ ଆଜି ତାଳଚେର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଅନୁଗୋଳର କୋଲିଆରୀ ପୋଲିସ୍‌ ତାଙ୍କୁ ୭ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା। ମାତ୍ର ଏସ୍‌ଡିଜେଏମ୍‌ କୋର୍ଟ ପୋଲିସର ଏହି ଜାମିନ୍‌ ଆବେଦନକୁ ଖାରଜ କରିଦେଇଛନ୍ତି। ପରେ ମହିମାଙ୍କୁ ସମାଗୋଳ ଜେଲକୁ ଅଣାଯାଇଥିଲା। ମହିମା ଜେଲରେ ପହଞ୍ଚିବା ପରେ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମହିମାଙ୍କ ଜାମିନ୍‌ ଆବେଦନର ଶୁଣାଣି […]

mahima

Rakesh Mallick
  • Published: Monday, 09 January 2017
  • , Updated: 10 January 2017, 07:22 AM IST

ଭୁବନେଶ୍ୱର: ୨୦୧୧ କୋଲିଆରୀ ଗୁଳିକାଣ୍ଡ ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କୁ ଆଜି ତାଳଚେର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଅନୁଗୋଳର କୋଲିଆରୀ ପୋଲିସ୍‌ ତାଙ୍କୁ ୭ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା। ମାତ୍ର ଏସ୍‌ଡିଜେଏମ୍‌ କୋର୍ଟ ପୋଲିସର ଏହି ଜାମିନ୍‌ ଆବେଦନକୁ ଖାରଜ କରିଦେଇଛନ୍ତି। ପରେ ମହିମାଙ୍କୁ ସମାଗୋଳ ଜେଲକୁ ଅଣାଯାଇଥିଲା। ମହିମା ଜେଲରେ ପହଞ୍ଚିବା ପରେ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମହିମାଙ୍କ ଜାମିନ୍‌ ଆବେଦନର ଶୁଣାଣି ଆସନ୍ତା ୧୭ ତାରିଖରେ ଜଗତସିଂହପୁର ଜିଲ୍ଲା ଦୌରାଜଜ୍‌ କୋର୍ଟରେ ହେବ।

Related story