ମାଲକାନଗିରି: ବିଚ୍ଛିନ୍ନାଞ୍ଚଳରେ ମାଓବାଦୀଙ୍କ ମେଳି

ମାଲକାନଗିରି: ମାଲକାନଗିରି ବିଚ୍ଛିନ୍ନାଞ୍ଚଳର ଯନ୍ତ୍ରୀଠାରେ ୬ଟି ପଞ୍ଚାୟତର ଲୋକଙ୍କୁ ନେଇ ଗତକାଲି ମାଓବାଦୀମାନେ ମେଳି କରିଥିବା ଜଣାପଡ଼ିଛି। ଲୋକମାନଙ୍କୁ ଏକ ଲଞ୍ଚ୍‌ ଓ ଦୁଇଟି ଭୁଟୁଭୁଟି ସହାୟତାରେ ମେଳିକୁ ନିଆଯାଇଥିଲା। ଏଥିରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ  ବର୍ଜନ ସହ ମିଲିସିଆକୁ ଦୃଢ କରିବା ଲାଗି ଆହ୍ୱାନ ଦିଆଯାଇଛି। ମାଲକାନଗିରି ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଛନ୍ତି,“ଗତକାଲି ମାଓବାଦୀମାନେ ଯନ୍ତ୍ରୀ ଗ୍ରାମରେ ଏକ ମେଳି କରିଥିଲେ। ୬ଟି ଗାଁର ଲୋକଙ୍କୁ ଏହି ମେଳିରେ ଯୋଗଦେବାକୁ ଜୋର ଜବରଦସ୍ତ ଉଠାଇ ନେଇଥିଲେ। […]

maoist-

Rakesh Mallick
  • Published: Sunday, 02 October 2016
  • , Updated: 02 October 2016, 06:35 PM IST

ମାଲକାନଗିରି: ମାଲକାନଗିରି ବିଚ୍ଛିନ୍ନାଞ୍ଚଳର ଯନ୍ତ୍ରୀଠାରେ ୬ଟି ପଞ୍ଚାୟତର ଲୋକଙ୍କୁ ନେଇ ଗତକାଲି ମାଓବାଦୀମାନେ ମେଳି କରିଥିବା ଜଣାପଡ଼ିଛି। ଲୋକମାନଙ୍କୁ ଏକ ଲଞ୍ଚ୍‌ ଓ ଦୁଇଟି ଭୁଟୁଭୁଟି ସହାୟତାରେ ମେଳିକୁ ନିଆଯାଇଥିଲା। ଏଥିରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ  ବର୍ଜନ ସହ ମିଲିସିଆକୁ ଦୃଢ କରିବା ଲାଗି ଆହ୍ୱାନ ଦିଆଯାଇଛି।

ମାଲକାନଗିରି ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଛନ୍ତି,“ଗତକାଲି ମାଓବାଦୀମାନେ ଯନ୍ତ୍ରୀ ଗ୍ରାମରେ ଏକ ମେଳି କରିଥିଲେ। ୬ଟି ଗାଁର ଲୋକଙ୍କୁ ଏହି ମେଳିରେ ଯୋଗଦେବାକୁ ଜୋର ଜବରଦସ୍ତ ଉଠାଇ ନେଇଥିଲେ। ସରକାରୀ ଲଞ୍ଚ ଓ ଡଙ୍ଗାରେ ସେମାନଙ୍କୁ ନିଆଯାଇଥିଲା। ଯେଉଁମାନେ ଆଦିବାସୀଙ୍କ ସ୍ୱାର୍ଥ ପାଇଁ ଲଢୁଥିବା କହିଛନ୍ତି ସେମାନେ ଆଦିବାସୀଙ୍କ ଗମନାଗମନ ପାଇଁ ଉଦ୍ଦିଷ୍ଟ ଏକମାତ୍ର ଡଙ୍ଗାକୁ ଅଟକାଉଛନ୍ତି। ଏବେର ସ୍ଥିତିରେ ମାଓବାଦୀଙ୍କ ଲୋକ ସମ୍ପର୍କ ହ୍ରାସ ପାଉଥିବାରୁ ଏପରି ମେଳି କରିଛନ୍ତି। ଆମେ ଜନସାଧାରଣଙ୍କୁ ଅନୁରୋଧ କରୁଛୁ, ମାଓବାଦୀଙ୍କ ମିଥ୍ୟା ପ୍ରଚାରରେ ପ୍ରବାଭିତ ନ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ।”

Related story