‘ମାଲକାନଗିରି ଡାକ୍ତରଖାନାରୁ ୨୩ ଜଣ ଏନ୍‌ସେଫାଲାଇଟିସ୍‌ ଆକ୍ରାନ୍ତ ଶିଶୁ ନିଖୋଜ ଅଛନ୍ତି’

ମାଲକାନଗିରି: ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୨୩ଜଣ ପିଲା ନିଖୋଜ ହୋଇଯାଇଛନ୍ତି। ସେମାନଙ୍କର କୌଣସି ଖୋଜଖବର ନାହିଁ ବୋଲି କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝି ଆଜି ଅଭିଯୋଗ କରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ଏହି ପିଲାମାନଙ୍କ ସଂପର୍କରେ ସୂଚନା ନ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟସଚିବଙ୍କ ନାଁରେ ଥାନାରେ ଏତଲା ଦିଆଯିବ ବୋଲି ସେ କହିଛନ୍ତି। ପ୍ରଦୀପ କହିଛନ୍ତି,“ସରକାର ସଚ୍ଚିବାଳୟରେ ବସି ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ସ୍ଥିତି ସମୀକ୍ଷା […]

pradeep-majhi

pradeep-majhi

Rakesh Mallick
  • Published: Monday, 10 October 2016
  • Updated: 11 October 2016, 11:53 AM IST

Sports

Latest News

pradeep-majhiମାଲକାନଗିରି: ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୨୩ଜଣ ପିଲା ନିଖୋଜ ହୋଇଯାଇଛନ୍ତି। ସେମାନଙ୍କର କୌଣସି ଖୋଜଖବର ନାହିଁ ବୋଲି କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝି ଆଜି ଅଭିଯୋଗ କରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ଏହି ପିଲାମାନଙ୍କ ସଂପର୍କରେ ସୂଚନା ନ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟସଚିବଙ୍କ ନାଁରେ ଥାନାରେ ଏତଲା ଦିଆଯିବ ବୋଲି ସେ କହିଛନ୍ତି।

ପ୍ରଦୀପ କହିଛନ୍ତି,“ସରକାର ସଚ୍ଚିବାଳୟରେ ବସି ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ସ୍ଥିତି ସମୀକ୍ଷା କରୁଥିବା ବେଳେ ଏଠାରେ ଆମର ଗୋଟିଏ ପରେ ଗୋଟିଏ ଆଦିବାସୀ ଛୁଆ ଗାଏବ ହେବାରେ ଲାଗିଛନ୍ତି। ସରକାରଙ୍କୁ ବର୍ତ୍ତମାନ ପ୍ରଶ୍ନ ଏହି ୨୩ ଜଣ ଛୁଆ ଗଲେ କୁଆଡ଼େ? ଯଦି ସେମାନଙ୍କ ଦେହରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଭୂତାଣୁ ଥିଲା ତା’ହେଲେ ସେମାନଙ୍କୁ ଏଠାରେ କାହିଁକି ଅଟକା ଗଲା ନାହିଁ?”

ସେ କହିଛନ୍ତି,“ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ମାଲକାନଗିରିରେ ୪୨-୪୩ ଜଣ ଶିଶୁ ମରିଛନ୍ତି ବୋଲି ସରକାର କହୁଛନ୍ତି। ଆମ ପାଖରେ ଯାହା ସୂଚନା ଅଛି ପାଖାପାଖି ୧୦୦ ଶିଶୁଙ୍କର ଏହି ରୋଗରେ ମୃତ୍ୟୁ ହେଲାଣି। ସରକାରୀ ଗଣତିକୁ କମ୍ କରିବା ପାଇଁ ଏହି ୨୩ ଛୁଆଙ୍କୁ ମେଡିକାଲର ପଛଗେଟ୍ ଦେଇ ଗାଏବ କରି ଦିଆଯାଇଛି। ମେଡିକାଲ୍ କର୍ତ୍ତୃପକ୍ଷ ଦାବି କରିଛନ୍ତି ଯେ ସେ ଛୁଆମାନଙ୍କୁ ତାଙ୍କ ପରିବାର ଲୋକେ ନେଇ ଯାଇଛନ୍ତି। ତା’ହେଲେ ଏଠାରେ ଦାୟିତ୍ୱରେ ଥିବା ଚିକିତ୍ସାଧିକାରୀ, ପୋଲିସ୍ ଓ ଅନ୍ୟ କର୍ମଚାରୀମାନେ କ’ଣ କରୁଥିଲେ?”

ସେ ଆହୁର କହିଛନ୍ତି,“ଆମେ ବର୍ତ୍ତମାନ ଜାଣିବା ପାଇଁ ଚାହୁଁଛୁ ସେ ଛୁଆମାନଙ୍କର ଖୋଜଖବର କ’ଣ? ସେମାନେ କୁଆଡ଼େ ଗଲେ? ସେମାନେ କେଉଁ ପରିସ୍ଥିତିରେ ଅଛନ୍ତି? ସେମାନେ ମୃତ ନା ଜୀବିତ? ୨୪ ଘଣ୍ଟା ମଧ୍ୟରେ ଆମକୁ ଏହାର ଉତ୍ତର ନ ମିଳିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କ ନାଁରେ ଫୌଜଦାରୀ ମାମଲା ରୁଜୁ କରାଯିବ। ଆମେ ସେମାନଙ୍କ ନାଁରେ ଏତଲା ଦେବୁ। ସେମାନଙ୍କୁ ଗିରଫ କରିବାକୁ ଦାବି କରିବୁ।”

ପ୍ରଦୀପ କହିଛନ୍ତି ଯେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରୁ ୨୩ ଜଣ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଆକ୍ରାନ୍ତଙ୍କୁ ଗାଏବ କରାଯିବା ନେଇ ତାଙ୍କ ପାଖରେ ପ୍ରମାଣ ଅଛି।

ସେ କହିଛନ୍ତି,“ଏହାର ଅଡିଓ ପ୍ରମାଣ ଆମ ପାଖରେ ଅଛି। ସମସ୍ତ ପ୍ରକାର ତଥ୍ୟଗତ ପ୍ରମାଣ ଆମ ପାଖରେ ଅଛି। ସେଥିରୁ ପୂରା ସ୍ପଷ୍ଟ ହେଉଛି ଯେ ସରକାର ୨୩ଟି ଛୁଆଙ୍କୁ ଗାଏବ କରି ଦେଇଛନ୍ତି।”

ପ୍ରଦୀପ ଦେଇଥିବା ଅଡିଓରେ ମାଲକାନଗିରି ମେଡିକାଲ୍‌ ମ୍ୟାନେଜର୍ ଓ ଏଡିଏମ୍‌ଓ ଶଶିଭୂଷଣ ମହାପାତ୍ରଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପର ବୋଲି କୁହାଯାଉଛି।

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ ଡାକ୍ତର କଲ୍ୟାଣ ସରକାର କହିଛନ୍ତି,“ଅନେକ କେସ୍‌ରେ ଚିକିତ୍ସା ଚାଲିଥିବା ବେଳେ ବାପାମା’ମାନେ ସେମାନଙ୍କ ଛୁଆଙ୍କୁ ନେଇ ଚାଲି ଯାଉଛନ୍ତି। ଏଣୁ ଡାକ୍ତରଖାନାରୁ ଏମିତି ଚାଲିଯାଉଥିବା ଲୋକଙ୍କ ଉପରେ ନଜର ରଖିବାକୁ କର୍ମଚାରୀମାନଙ୍କୁ କୁହାଯାଇଛି।

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ପୁଣି ୧୦ ଜଣ ଜାପାନିଜ୍ ଏନ୍‌ସେଫାଲାଇଟିସ୍ ଆକ୍ରାନ୍ତ ଶିଶୁଙ୍କୁ ଭର୍ତ୍ତି କରାଯାଇଛି। ୧୫ରୁ ଅଧିକ ଶିଶୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story