ଏନ୍‌ସେଫାଲାଇଟିସ୍ ମୃତ୍ୟୁ ସଂଖ୍ୟା ୭୭ ଛୁଇଁଲା

ମାଲକାନଗିରି: ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଆଜି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଜିଲ୍ଲାରେ ଏହି ରୋଗରେ ମୃତ ଶିଶୁଙ୍କ ସଂଖ୍ୟା ୭୭ ଛୁଇଁଛି। ଆଜି ସକାଳେ ଦୁଇଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ମୃତ ଶିଶୁ ଦ୍ୱୟ ମଧ୍ୟରୁ ଗୋଟିଏ ଝିଅ ଓ ଗୋଟିଏ ପୁଅ। ମୃତ ଶିଶୁକନ୍ୟାର ନାଁ ସୁଶିଳା ପଡ଼ିଆମୀ (୨)। ତା’ ଘର ମାଲକାନଗିରି ବ୍ଲକ୍ ଅନ୍ତର୍ଗତ ଦାନିଗୁଡ଼ା ଗାଁରେ। ତା’ ବଡ଼ ଭାଇ ମଧ୍ୟ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ […]

malkangiri

Rakesh Mallick
  • Published: Sunday, 30 October 2016
  • , Updated: 30 October 2016, 11:00 PM IST

ମାଲକାନଗିରି: ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଆଜି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଜିଲ୍ଲାରେ ଏହି ରୋଗରେ ମୃତ ଶିଶୁଙ୍କ ସଂଖ୍ୟା ୭୭ ଛୁଇଁଛି।

ଆଜି ସକାଳେ ଦୁଇଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ମୃତ ଶିଶୁ ଦ୍ୱୟ ମଧ୍ୟରୁ ଗୋଟିଏ ଝିଅ ଓ ଗୋଟିଏ ପୁଅ। ମୃତ ଶିଶୁକନ୍ୟାର ନାଁ ସୁଶିଳା ପଡ଼ିଆମୀ (୨)। ତା’ ଘର ମାଲକାନଗିରି ବ୍ଲକ୍ ଅନ୍ତର୍ଗତ ଦାନିଗୁଡ଼ା ଗାଁରେ। ତା’ ବଡ଼ ଭାଇ ମଧ୍ୟ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛି।

ମୃତ ଶିଶୁପୁତ୍ରର ନାଁ ଲକ୍ଷ୍ମା ମାଡ଼କାମୀ (୪)।  ତା’ ଘର କାଲିମେଳା ବ୍ଲକ୍ ଅନ୍ତର୍ଗତ ଗମ୍ଫାକୋଣ୍ଡା ଗାଁରେ।

ସେହିପରି ରାତିରେ ଛତିଶଗଡ଼ ଜିଲ୍ଲା ଆମପରାର ଜଣେ ଏନ୍‌ସେଫାଲାଇଟିସ୍‌ ରୋଗୀଙ୍କ ମାଲକାନଗିରିରେ ମୃତ୍ୟୁ ଘଟିଛି।

ଗତକାଲି ଜାପାନିଜ ଏନ୍‌ସେଫାଲାଇଟିସ୍‌ରେ ଜିଲ୍ଲାରେ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ଜଣେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ଜିଲ୍ଲାର କାଲିମେଳା ଡାକ୍ତରଖାନାରେ ପ୍ରାଣ ହରାଇଥିଲା।

ଶୁକ୍ରବାର ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା।

Related story