ମାଲକାନଗିରି ଏନକାଉଣ୍ଟର ପ୍ରତିବାଦରେ ୩ରେ ଓଡ଼ିଶା ସମେତ ୫ ରାଜ୍ୟରେ ମାଓବାଦୀଙ୍କ ବନ୍ଦ ଡାକରା

ମାଲକାନଗିରି: ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ମାଓ ଏନକାଉଣ୍ଟର ପ୍ରତିବାଦରେ ଓଡ଼ିଶା ସମେତ ୫ଟି ରାଜ୍ୟରେ ଆସନ୍ତା ୩ ତାରିଖରେ ଦିନିକିଆ ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ।ସିପିଆଇ ମାଓବାଦୀ ସେଣ୍ଟ୍ରେଲ କମିଟି ପକ୍ଷରୁ ଏନେଇ ପ୍ରେସ୍‌ ରିଲିଜ୍‌ ଦ୍ୱାରା ଏହି ସୂଚନା ଦିଆଯାଇଛି। ଓଡ଼ିଶା ସମେତ ଛତିଶଗଡ଼,ଆନ୍ଧ୍ର,ତେଲେଙ୍ଗାନା ଓ ମହାରାଷ୍ଟ୍ରରେ ବନ୍ଦ ଡାକରା ଦିଆଯାଇଛି। ଅକ୍ଟୋବର ୨୪ ତାରିଖରେ ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ଆନ୍ଧ୍ର ଓ ଓଡ଼ିଶା ପୋଲିସ୍‌ର ମିଳିତ ଏନ୍‌କାଉଣ୍ଟରରେ ୨୮ ଜଣ ମାଓବାଦୀ ନିହତ ହୋଇଥିଲେ। ଯେଉଁଥିରେ ବହୁ ଟପ୍‌ […]

maoists

Rakesh Mallick
  • Published: Saturday, 29 October 2016
  • , Updated: 30 October 2016, 09:10 AM IST

ମାଲକାନଗିରି: ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ମାଓ ଏନକାଉଣ୍ଟର ପ୍ରତିବାଦରେ ଓଡ଼ିଶା ସମେତ ୫ଟି ରାଜ୍ୟରେ ଆସନ୍ତା ୩ ତାରିଖରେ ଦିନିକିଆ ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ।ସିପିଆଇ ମାଓବାଦୀ ସେଣ୍ଟ୍ରେଲ କମିଟି ପକ୍ଷରୁ ଏନେଇ ପ୍ରେସ୍‌ ରିଲିଜ୍‌ ଦ୍ୱାରା ଏହି ସୂଚନା ଦିଆଯାଇଛି। ଓଡ଼ିଶା ସମେତ ଛତିଶଗଡ଼,ଆନ୍ଧ୍ର,ତେଲେଙ୍ଗାନା ଓ ମହାରାଷ୍ଟ୍ରରେ ବନ୍ଦ ଡାକରା ଦିଆଯାଇଛି।

ଅକ୍ଟୋବର ୨୪ ତାରିଖରେ ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ଆନ୍ଧ୍ର ଓ ଓଡ଼ିଶା ପୋଲିସ୍‌ର ମିଳିତ ଏନ୍‌କାଉଣ୍ଟରରେ ୨୮ ଜଣ ମାଓବାଦୀ ନିହତ ହୋଇଥିଲେ। ଯେଉଁଥିରେ ବହୁ ଟପ୍‌ ମାଓ ନେତା ଥିଲେ।

୨୮ ତାରିଖରେ ମାଓବାଦୀଙ୍କ ଇଷ୍ଟ ଡିଭିଜନ୍ କମିଟି ସଂପାଦକ କୈଳାସ ଏକ ଅଡିଓ ଟେପ୍ ଜାରି କରି ଏନ୍‌କାଉଣ୍ଟର ପାଇଁ ସେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଥିଲେ।

Related story