ମାଲକାନଗିରିରେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ ମୃତକଙ୍କ ସଂଖ୍ୟା ୪୦ ଛୁଇଁଲା

ମାଲକାନଗିରି: ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ମାଲକାନଗିରି ମୁଖ୍ୟ ଡାକ୍ତରଖାନାରେ ଗତକାଲି ରାତିରେ ଆଉ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଜିଲ୍ଲାରେ ଏହି ରୋଗରେ ମୃତ୍ୟୁ ସଂଖ୍ୟା ୪୦ରେ ପହଞ୍ଚିଛି। ଏବେବି ୬୦ରୁ ଅଧିକ ଶିଶୁ ମାଲକାନଗିରି ଡାକ୍ତରଖାନାରେ ଏହି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ରୋଗକୁ କିଭଳି ନିୟନ୍ତ୍ରଣ କରାଯିବ ତାହା ଏବେ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍ ହୋଇଛି। ଘୁଷୁରିମାନେ ଏହି ରୋଗର କାରଣ ହୋଇଥିବାରୁ ସେମାନଙ୍କୁ ଜନବସତିଠାରୁ ଦୂରେଇ […]

malkan1

Rakesh Mallick
  • Published: Friday, 07 October 2016
  • , Updated: 07 October 2016, 10:27 AM IST

ମାଲକାନଗିରି: ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ମାଲକାନଗିରି ମୁଖ୍ୟ ଡାକ୍ତରଖାନାରେ ଗତକାଲି ରାତିରେ ଆଉ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଜିଲ୍ଲାରେ ଏହି ରୋଗରେ ମୃତ୍ୟୁ ସଂଖ୍ୟା ୪୦ରେ ପହଞ୍ଚିଛି। ଏବେବି ୬୦ରୁ ଅଧିକ ଶିଶୁ ମାଲକାନଗିରି ଡାକ୍ତରଖାନାରେ ଏହି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

ଏହି ରୋଗକୁ କିଭଳି ନିୟନ୍ତ୍ରଣ କରାଯିବ ତାହା ଏବେ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍ ହୋଇଛି। ଘୁଷୁରିମାନେ ଏହି ରୋଗର କାରଣ ହୋଇଥିବାରୁ ସେମାନଙ୍କୁ ଜନବସତିଠାରୁ ଦୂରେଇ ରଖିବା ପାଇଁ ପଦକ୍ଷେପ ନେଉଛି ପ୍ରାଣୀ ସମ୍ପଦ ବିଭାଗ। କେଉଁ ଗାଁରେ କେତେ ଘୁଷୁରି ଅଛନ୍ତି ଜାଣିବା ପାଇଁ ସର୍ଭେ ଚାଲିଛି। ତା’ସହିତ ପ୍ରାୟ ଦେଢ଼ ଶହ ଘୁଷୁରିଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଆକ୍ରାନ୍ତ ଘୁଷୁରିମାନେ କିଭଳି ଅନ୍ୟ ଗାଁକୁ ନଯିବେ ସେ ନେଇ ମଧ୍ୟ ଦୃଷ୍ଟି ଦିଆଯାଉଛି। ଗାଁରୁ ଘୁଷୁରୀମାନଙ୍କୁ ଗୋଡ଼ ବାନ୍ଧି ପ୍ରାୟ ୩ କିଲୋମିଟର ଦୂରରେ ତିଆରି ଏନ୍‌କ୍ଲୋଜରରେ ଛଡ଼ାଯାଉଛି। ତା’ସହିତ ଏହି ରୋଗର ପ୍ରାଦୁର୍ଭାବ ରୋକିବାକୁ ମଶାଙ୍କୁ ନିପାତ କରିବାକୁ ଗାଁଗୁଡ଼ିକରେ ଔଷଧ ସ୍ପ୍ରେ କରାଯାଉଛି ଏବଂ ମଶାରୀ ବଣ୍ଟା ଯାଉଛି। ପଞ୍ଚାୟତ ଓ ସ୍ୱାସ୍ଥ୍ୟ କର୍ମୀମାନେ ଘର ଘର ବୁଲି ଏନ୍‌ସେଫାଲାଇଟିସ୍‌ର ଭୟାବହତା ସମ୍ପର୍କରେ ଲୋକଙ୍କୁ ବୁଝାଉଛନ୍ତି।

Related story