ଏନସେଫାଲାଇଟିସ୍‌ ମୃତ୍ୟୁ ସଂଖ୍ୟା ୧୦୦ ଟପିଲା

ମାଲକାନଗିରି: ଜାପାନିଜ ଏନ୍‌ସେଫାଲାଇଟିସ୍‌ରେ ମାଲକାନଗିରି ଜିଲ୍ଲାରେ ମୃତ୍ୟୁସଂଖ୍ୟା ୧୦୦ ଟପିଯାଇଛି। ଆଜି ସକାଳେ ୩ ଜଣ ଶିଶୁଙ୍କ ମୃତ୍ୟୁ ପରେ ମୃତ୍ୟୁସଂଖ୍ୟା ୧୦୨ରେ ପହଞ୍ଚିଛି। ଆଜି ସକାଳେ ଜିଲ୍ଲା ଚିକିତ୍ସାଳୟରେ ଆଖି ବୁଜିଥିବା ଶିଶୁମାନେ ହେଲେ କୋରକୋଣ୍ଡା ବ୍ଲକ ଡଙ୍ଗାଗୁଡ଼ା ଗାଁର ଲିଲୁ କୁମାର ହାଲୁଆ (୧), ସୋଲକୋଣ୍ଡାର ପ୍ରୀତି ସୋଢ଼ୀ (୨), ମାଲକାନଗିରି ବ୍ଲକ ଦରିଗୁଡ଼ା ଗାଁର ସୁରେନ୍ଦ୍ର ମାଢ଼ୀ ଓ ଦାନୀଗୁଡ଼ା ଗାଁର ମହେନ୍ଦ୍ର ମାଢ଼ୀ। ଏହି ରୋଗକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ଓ […]

malkan1

Rakesh Mallick
  • Published: Friday, 11 November 2016
  • , Updated: 12 November 2016, 08:30 AM IST

ମାଲକାନଗିରି: ଜାପାନିଜ ଏନ୍‌ସେଫାଲାଇଟିସ୍‌ରେ ମାଲକାନଗିରି ଜିଲ୍ଲାରେ ମୃତ୍ୟୁସଂଖ୍ୟା ୧୦୦ ଟପିଯାଇଛି। ଆଜି ସକାଳେ ୩ ଜଣ ଶିଶୁଙ୍କ ମୃତ୍ୟୁ ପରେ ମୃତ୍ୟୁସଂଖ୍ୟା ୧୦୨ରେ ପହଞ୍ଚିଛି।

ଆଜି ସକାଳେ ଜିଲ୍ଲା ଚିକିତ୍ସାଳୟରେ ଆଖି ବୁଜିଥିବା ଶିଶୁମାନେ ହେଲେ କୋରକୋଣ୍ଡା ବ୍ଲକ ଡଙ୍ଗାଗୁଡ଼ା ଗାଁର ଲିଲୁ କୁମାର ହାଲୁଆ (୧), ସୋଲକୋଣ୍ଡାର ପ୍ରୀତି ସୋଢ଼ୀ (୨), ମାଲକାନଗିରି ବ୍ଲକ ଦରିଗୁଡ଼ା ଗାଁର ସୁରେନ୍ଦ୍ର ମାଢ଼ୀ ଓ ଦାନୀଗୁଡ଼ା ଗାଁର ମହେନ୍ଦ୍ର ମାଢ଼ୀ।

ଏହି ରୋଗକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏକାଧିକ ପଦକ୍ଷେପ ନେଉଥିବା କହୁଛନ୍ତି। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ସହ ଗାଁ ଗୁଡିକରେ ଡାକ୍ତରୀ ଟିମ୍‌ ରହି ଚିକିତ୍ସା କରୁଛନ୍ତି। ଘୁଷୁରୀଙ୍କୁ ଜନବସତିଠାରୁ ଦୂରରେ ରଖାଯାଇଛି। ଏହି ରୋଗ ବ୍ୟାପିଥିବା ଗାଁ ଗୁଡିକରେ ଯୁଦ୍ଧକାଳୀନ ଭିତ୍ତିରେ ସଫା କରାଯାଉଛି। ହେଲେ ରୋଗ ନିୟନ୍ତ୍ରଣ ହେବାର ନାଁ ନେଉନାହିଁ। ଏହି ରୋଗରେ ପ୍ରତିଦିନ କୋମଳମତି ଶିଶୁଙ୍କ ଜୀବନ ଯାଉଛି।

ଗତକାଲି ଏନ୍‌ସେଫାଲାଇଟିସ୍‌ ଜିଲ୍ଲାରେ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ମୃତ ଶିଶୁ ଦ୍ୱୟ କୋରକୋଣ୍ଡା ବ୍ଲକ୍ ଚିକପାଲୀର ୭ ବର୍ଷର ମଙ୍ଗରାଜ ମାଡ଼କାମୀ ଓ ବାୟାନାୟକଗୁଡ଼ା ଗାଁର ୨ ବର୍ଷର ଶିଶୁ ଗୋବିନ୍ଦ କୋପେ।

Related story