ବାଃ ବାଃରେ ବିଧାୟକ! ଜୋତା ତିନ୍ତିଯିବ ବୋଲି କର୍ମୀ କାନ୍ଧରେ ପାରହେଲେ ନାଳ, ଦେଖନ୍ତୁ ଭିଡ଼ିଓ

Ordigital Desk
  • Published: Wednesday, 12 July 2017
  • , Updated: 12 July 2017, 02:13 PM IST
<p>ମାଲକାନଗିରି: ଆଗରେ ନାଳ । ଏପଟେ ଠିଆ ହୋଇଛନ୍ତି ମାନ୍ୟବର ବିଧାୟକ। ନାଳ ସେପଟେ କାମ। ପାର ହେବେ କେମିତି? ସମର୍ଥକ ଓ କର୍ମୀ ଅଣ୍ଟା ଭିଡ଼ିଲେ। ବିଧାୟକଙ୍କୁ ନାଳ ପାର କରାଇ ଦେଲେ। ତେବେ &nbsp;କେମିତି ଓ କେଉଁଠି ଘଟିଥିଲା ଏମତି ଖବର?</p> <p>ବିଧାୟକଙ୍କ ରାଜକୀୟ ଠାଣି। ପାଦ ତଳେ ଲାଗୁନି। ଟେକି ଟେକି ନେଉଛନ୍ତି କର୍ମୀ। ଏହା ବିହାର, ରାଜସ୍ଥାନ ଓ ହରିୟାଣା ପରି ରାଜ୍ୟ ଯେଉଁଠି ପ୍ରାୟ ସବୁ ବେଳେ ବିଧାୟକଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଥାଏ, ସେଠି ଘଟିନି। ଘଟଣାଟି ଆମ ଓଡ଼ିଶାରେ। ରାଜନୀତିକୁ ନେଇ କାଦୁଅ ଫିଙ୍ଗା ଫିଙ୍ଗି ଏଠାରେ ବହୁତ ହେଉଥିଲେ ମଧ୍ୟ କୌଣସି ବିଧାୟକ କି ମନ୍ତ୍ରୀଙ୍କୁ ଏମିତ ଅବତାରରେ କେହି ଦେଖିନଥିଲେ ଓଡ଼ିଶାରେ। କେବେ କହି ଘଟି ନ ଥିଲା। କହୁଛୁ ମାଲକାନଗିରି ବିଜେଡି ବିଧାୟକ ମାନସ ମାଡ଼କାମୀଙ୍କ ବିଷୟରେ।</p> <p>ସୂଚନା ଅନୁଯାୟୀ ମାନସ ମୋଟୁ ଅଞ୍ଚଳକୁ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ପାଇଁ ଯାଇଥିଲେ। ଏଥିପାଇଁ ତାଙ୍କୁ କାମ ଦେଖିବାକୁ ବିଭିନ୍ନ ସ୍ଥାନ ଯିବାକୁ ପଡ଼ିଥିଲା। ଗୋଟେ ଜାଗା ସବୁସେଠାରେ ଆରମ୍ଭ ହୋଇଥିବା ଫେରି ସେବା ଦେଖିବା କାର୍ଯ୍ୟକ୍ରମ ଥିଲା। ବିଧାୟକ ଯିବାବେଳେ ବାଟରେ ଏକ ନାଳ ପଡ଼ିଥିଲା। ଯେଉଁଠି ପୋଲ ବି ନ ଥିଲା। ନାଳରେ ପଶି ପାର ହେଲେ ବାବୁଙ୍କ ଦାମୀ ଜୋତା ଓଦା ହୋଇଯିବାର ଡର ଥିଲା। ବଡ଼ ସମସ୍ୟା ଥିଲା ବିଧାୟକ ମହାଶୟ ନାଳ କେମିତି ପାରି ହେବେ। କିଛି ସମୟ ଅପେକ୍ଷା ପରେ ଆଗେଇ ଆସିଥିଲେ ଦୁଇଜଣ କର୍ମୀ। ବିଧାୟକଙ୍କୁ ଟେକି ଟେକି ନାଳ ପାର କରି ଦେଇଥିଲେ। ଜୋତା ବି ଓଦା ହୋଇ ନ ଥିଲା। ରାଜକୀୟ ଢଙ୍ଗରେ ବିଧାୟକ ସମର୍ଥଙ୍କ ଗହଣରେ ଦୋହଲୀ ଦୋହଲୀ ନାଳ ପାରି ହୋଇଥିଲେ।</p> <p>ଏନେଇ ବିଧାୟକଙ୍କୁ ଯୋଗାଯୋଗ ମତାମତ ମିଳିପାରିନାହିଁ। ନିଜର ଗୁଣ ଯୋଗୁଁ ବିଧାୟକଙ୍କୁ ଏପରି ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିଛି। ଯଦି ନାଳରେ ପୋଲଟିଏ ନିର୍ମାଣ କରିଥାଆନ୍ତେ ବିଧାୟକଙ୍କୁ ଏପରି ପରିସ୍ଥିତି ସାମ୍ନାକୁ ପଡ଼ି ନଥାନ୍ତା। ବିଧାୟକମାନେ ବାରମ୍ବାର ଏପରି ପରିସ୍ଥିତି ସାମ୍ନା କଲେ ସେମାନଙ୍କର ଚେତାପଶିବ ଓ &nbsp;ଜନତାଙ୍କ ଦୁଃଖ ବୁଝିପାରିବେ।</p>

Related story