ମାଲକାନଗିରି: ପୋଲିସ୍‌ ଏନକାଉଣ୍ଟରରେ ୭ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁରରେ ପୋଲିସ୍‌ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟରେ ୭ଜଣ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣ ମହିଳା ମାଓବାଦୀ ଅଛନ୍ତି। ଘଟଣାସ୍ଥଳରୁ ପୋଲିସ ୨ଟି ଇନସାସ ଓ ୪ଟି ବନ୍ଧୁକ ସହ ବହୁ ମାଓ ସାମଗ୍ରୀ ଜବତ କରିଛି। ମାଓବାଦୀମାନେ କ୍ୟାମ୍ପ କରିଥିବା ସୂଚନା ମିଳିବା ପରେ ପୋଲିସ୍‌, ଏସଟିଏଫ ଓ ଡିଆରଜି ଯବାନମାନେ କମ୍ବିଂ ଅପରେସନ କରିଥିଲେ। ମାଓବାଦୀମାନେ ପୋଲିସ୍‌ଙ୍କ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ। […]

Maobadi, malkangiri

Rakesh Mallick
  • Published: Wednesday, 22 February 2017
  • , Updated: 22 February 2017, 02:54 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁରରେ ପୋଲିସ୍‌ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟରେ ୭ଜଣ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣ ମହିଳା ମାଓବାଦୀ ଅଛନ୍ତି। ଘଟଣାସ୍ଥଳରୁ ପୋଲିସ ୨ଟି ଇନସାସ ଓ ୪ଟି ବନ୍ଧୁକ ସହ ବହୁ ମାଓ ସାମଗ୍ରୀ ଜବତ କରିଛି।

ମାଓବାଦୀମାନେ କ୍ୟାମ୍ପ କରିଥିବା ସୂଚନା ମିଳିବା ପରେ ପୋଲିସ୍‌, ଏସଟିଏଫ ଓ ଡିଆରଜି ଯବାନମାନେ କମ୍ବିଂ ଅପରେସନ କରିଥିଲେ। ମାଓବାଦୀମାନେ ପୋଲିସ୍‌ଙ୍କ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ। ପରେ ପାଲଟା ଜବାବ ପୋଲିସ୍‌ ଦେଇଥିଲା।

ଅନ୍ୟପକ୍ଷରେ ସୁକମା ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟି ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ରାୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Related story