ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆଉ ଜଣେ ଶିଶୁ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ କମିବାର ନାଁ ଧରୁନି। ଆଜି ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ୫ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ ହେଲେ ବରଜା ଗାଁର ମନୋଜ ବରଜା। ଏହା ସହିତ ଏହି ରୋଗରେ ୪୬ ଦିନରେ ମୃତ୍ୟୁ ସଂଖ୍ୟା ୬୮ ଦିନରେ ପହଞ୍ଚିଛି। ଗତକାଲି ରୀତା ମାଡ଼କାମୀ (୪) ଓ ସ୍ୱାତୀ ହନ୍ତାଳ (୨) ନାମକ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଥିଲା। ରୀତାର ଘର କୋରକଣ୍ଡା ବ୍ଲକ୍‌ର […]

malkangiri

Rakesh Mallick
  • Published: Monday, 24 October 2016
  • , Updated: 24 October 2016, 11:01 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ କମିବାର ନାଁ ଧରୁନି। ଆଜି ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ୫ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ ହେଲେ ବରଜା ଗାଁର ମନୋଜ ବରଜା। ଏହା ସହିତ ଏହି ରୋଗରେ ୪୬ ଦିନରେ ମୃତ୍ୟୁ ସଂଖ୍ୟା ୬୮ ଦିନରେ ପହଞ୍ଚିଛି।

ଗତକାଲି ରୀତା ମାଡ଼କାମୀ (୪) ଓ ସ୍ୱାତୀ ହନ୍ତାଳ (୨) ନାମକ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଥିଲା। ରୀତାର ଘର କୋରକଣ୍ଡା ବ୍ଲକ୍‌ର କାମବେଡ଼ା ଗାଁରେ। ସ୍ୱାତୀର ଘର ଖଇରପୁଟ ବ୍ଲକ୍‌ର ଲମତାଗୁଡ଼ାରେ।

ଅନ୍ୟପକ୍ଷରେ କେନ୍ଦ୍ରୀୟ ଟିମ୍‌ ମାଲକାନଗିରି ଜିଲ୍ଲାର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ନିୟନ୍ତ୍ରଣରେ ରହିଛି ବୋଲି କହୁଥିବା ବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ଜଣେ ଶିଶୁ ମୃତ୍ୟକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ନେବା ପରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଆଜି ସନ୍ଧ୍ୟାରେ ଜାପାନିଜ୍‌ ଏନ୍‌ସେଫାଲାଇସ୍‌ ଉପରେ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ମାଲକାନଗିରି ଜିଲ୍ଲାରେ ଏବେ ସୁଦ୍ଧା ୬୦ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଜେଇରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ମାଲକାନଗିରି ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଡିସେମ୍ୱରରେ କେନ୍ଦ୍ର କୋଟିଏ ମଶାରୀ ଦେବ। ସେହିପରି ନଭେମ୍ୱର ଦ୍ୱିତୀୟ ସପ୍ତାହରେ ଟୀକାକରଣ ପାଇଁ ତାଲିମ ଦିଆଯିବ।

Related story