ଏନ୍‌ସେଫାଲାଇଟିସ୍‌ ମୃତ୍ୟୁ ସଂଖ୍ୟା ୯୦କୁ ବୃଦ୍ଧି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଥମିବାର ନାଁ ଧରୁନି। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁମାନେ ହେଲେ କୋରକୋଣ୍ଡା ବ୍ଲକ ଚିତାପାରି ଗାଁର ଦେବୀକା ପୂଜାରୀ, କୁଡୁମୁଲୁଗୁମ୍ମା ବ୍ଲକ କଣ୍ଡେଲର ଗାଁର ଶାଲିନୀ ଖରା ଓ ପଡ଼ିଆ ବ୍ଲକର ମୋଟୁରୁ ଅଡମା। ଏମାନେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ଆଜି ମୃତ୍ୟୁ ବରଣ କରିଥିବା ପିଲାଙ୍କୁ ମିଶାଇ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୯୦ରେ ପହଞ୍ଚିଛି। ଗତକାଲି ଏନ୍‌ସେଫାଲାଇଟିସ୍‌ରେ […]

malkangiri15

Rakesh Mallick
  • Published: Saturday, 05 November 2016
  • , Updated: 06 November 2016, 07:11 AM IST

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଥମିବାର ନାଁ ଧରୁନି। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁମାନେ ହେଲେ କୋରକୋଣ୍ଡା ବ୍ଲକ ଚିତାପାରି ଗାଁର ଦେବୀକା ପୂଜାରୀ, କୁଡୁମୁଲୁଗୁମ୍ମା ବ୍ଲକ କଣ୍ଡେଲର ଗାଁର ଶାଲିନୀ ଖରା ଓ ପଡ଼ିଆ ବ୍ଲକର ମୋଟୁରୁ ଅଡମା। ଏମାନେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ଆଜି ମୃତ୍ୟୁ ବରଣ କରିଥିବା ପିଲାଙ୍କୁ ମିଶାଇ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୯୦ରେ ପହଞ୍ଚିଛି।

ଗତକାଲି ଏନ୍‌ସେଫାଲାଇଟିସ୍‌ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁ ଚିକିତ୍ସାଧୀନ ଅବସ୍ଥାରେ ୨ ଶିଶୁଙ୍କ ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷରେ ଆଜି ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ବ୍ୟାପିବାର କାରଣ ଖୋଜିବା ପାଇଁ ୧୨ ଜଣିଆ କେନ୍ଦ୍ରୀୟ ଟିମ୍‌ ମାଲକାନଗିରି ଯାଇଛି। ଏହି ଟିମ୍‌ ୩ ଭାଗରେ ବିଭକ୍ତ ହୋଇ ଦାନିଗୁଡ଼ା, ବଦଲି ଓ ପାଲକୋଣ୍ଡା ଯାଇ ଲୋକଙ୍କ ସହିତ ଆଲୋଚନା କରିଛନ୍ତି।

ଏନ୍‌ଭିବିଡିସିପି ଯୁଗ୍ମ ନିର୍ଦ୍ଦେଶକ ମଦନମୋହନ ପ୍ରଧାନ କହିଛନ୍ତି,“ରୋଗ ବ୍ୟାପିବାର ପ୍ରକୃତ କାରଣ ଜାଣିବା ପାଇଁ ଆମେ ଗାଁକୁ ଯାଇ ଅଙ୍ଗନୱାଡ଼ି କର୍ମୀ, ଏଏନ୍‌ଏମ୍‌ ଓ ଶିକ୍ଷକମାନଙ୍କ ସହିତ ଆଲୋଚନା କରୁଛୁ।”

Related story