ବିଜେପି କର୍ମୀଙ୍କୁ ମାଡ଼ ଘଟଣା: କେଭି କହିଲେ, ଅଭିଯୁକ୍ତଙ୍କୁ ଗିରଫ ନ କଲା ପର୍ଯ୍ୟନ୍ତ ଧାରଣା ଜାରି ରହିବ

ଭୁବନେଶ୍ୱର: ବୌଦ୍ଧ ଜିଲ୍ଲା ମନମୁଣ୍ଡାରେ ଦୁଇ ମନ୍ତ୍ରୀଙ୍କୁ ବିଜେପି କର୍ମୀ କଳାପତାକା ପ୍ରଦର୍ଶନ କରୁଥିବା ବେଳେ ବିଜେଡି ନେତା ସେମାନଙ୍କୁ ମାଡ଼ ମାରିବା ଘଟଣାର ଅନୁଧ୍ୟାନ ପାଇଁ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ବିଜେପି ବିଧାୟକ ଦଳ ମନମୁଣ୍ଡା ଗସ୍ତରେ ଯାଇଥିଲେ। ସେମାନେ ଘଟଣାର ଅନୁଧ୍ୟାନ କରିବା ସହିତ ସୋନପୁରର ମେଡିକାଲରେ ଆହତ ଦଳୀୟ କର୍ମୀମାନଙ୍କୁ ଭେଟିଥିଲେ। ଅଭିଯୁକ୍ତମାନଙ୍କୁ ଗିରଫ ନ କଲା ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖରେ ଧାରଣା ଦିଆଯିବ ବୋଲି ବିଜେପି ବିଧାୟକ ଦଳ ନେତା କନକ […]

k.v

Rakesh Mallick
  • Published: Saturday, 30 July 2016
  • , Updated: 30 July 2016, 07:59 PM IST

ଭୁବନେଶ୍ୱର: ବୌଦ୍ଧ ଜିଲ୍ଲା ମନମୁଣ୍ଡାରେ ଦୁଇ ମନ୍ତ୍ରୀଙ୍କୁ ବିଜେପି କର୍ମୀ କଳାପତାକା ପ୍ରଦର୍ଶନ କରୁଥିବା ବେଳେ ବିଜେଡି ନେତା ସେମାନଙ୍କୁ ମାଡ଼ ମାରିବା ଘଟଣାର ଅନୁଧ୍ୟାନ ପାଇଁ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ବିଜେପି ବିଧାୟକ ଦଳ ମନମୁଣ୍ଡା ଗସ୍ତରେ ଯାଇଥିଲେ। ସେମାନେ ଘଟଣାର ଅନୁଧ୍ୟାନ କରିବା ସହିତ ସୋନପୁରର ମେଡିକାଲରେ ଆହତ ଦଳୀୟ କର୍ମୀମାନଙ୍କୁ ଭେଟିଥିଲେ। ଅଭିଯୁକ୍ତମାନଙ୍କୁ ଗିରଫ ନ କଲା ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖରେ ଧାରଣା ଦିଆଯିବ ବୋଲି ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି।

ଏହି ଘଟଣାର ପ୍ରତିବାଦରେ ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସ୍ଥାନୀୟ ବିଜେପି ନେତା ଓ କର୍ମୀମାନେ ଘଟଣାର ପ୍ରତିବାଦରେ ବିକ୍ଷୋଭ କରିଥିଲେ। ଏହାସହ ପିକେଟିଂ କରି ସରକାରୀ ଅଫିସକୁ ବିଜେପି କର୍ମୀ ବନ୍ଦ ମଧ୍ୟ କରିଥିଲେ।

ଦୁଇ ମନ୍ତ୍ରୀ ସଂଜୟ ଦାସବର୍ମା ଓ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦେବାକୁ ବିଜେପି ଦାବି କରିଛି।

ଅନ୍ୟପକ୍ଷରେ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ସଫେଇ ଦେଇଛନ୍ତି ଯେ ବିଜେପି କର୍ମୀ ବିଜେଡି ନେତାଙ୍କ ଉପରେ ଆକ୍ରମଣ କରିଥିଲେ।

ଗତକାଲି ବୌଦ୍ଧ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିଜେଡି ପକ୍ଷରୁ ଆୟୋଜିତ ହୋଇଥିବା ବିକ୍ଷୋଭ ଓ ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ମନମୁଣ୍ଡାରେ କଳାପତାକା ଦେଖାଇଥିବା ବିଜେପି କର୍ମୀଙ୍କୁ ବିଜେଡି ବିଧାୟକ ଓ କର୍ପୋରେଟର ନିସ୍ତୁକ ମାଡ଼ ମାରିଥିଲେ।

Related story