ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ; କୋରାପୁଟ, ରାୟଗଡ଼ା ଓ ମାଲକାନଗିରିରେ କଡ଼ା ସୁରକ୍ଷା

କୋରାପୁଟ: ଆଜିଠାରୁ ଆରମ୍ଭ ହୋଇଛି ମାଓବାଦୀଙ୍କ ସହିଦ ସପ୍ତାହ ପାଳନ। ଅଗଷ୍ଟ ୩ ତାରିଖ ଯାଏଁ ଏହା ଚାଲିବ। ଏହାକୁ ଦୃଷ୍ଟିରେ ରଖି କୋରାପୁଟ, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ସଜାଗ ରହିବାକୁ ସୁରକ୍ଷାକର୍ମୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କାରଣ ସହିଦ ସପ୍ତାହ ପାଳନ ବେଳେ ମାଓବାଦୀମାନେ ଅଘଟଣା ଘଟାଇବାକୁ ଉଦ୍ୟମ କରନ୍ତି। ସୁରକ୍ଷା ଦୃଷ୍ଟି କୋଣରୁ ଏହି ତିନି ଜିଲ୍ଲାର ବିଭିନ୍ନ ରୁଟ୍‌ରେ ସରକାରୀ ବସ୍ ଚଳାଚଳକୁ ବନ୍ଦ କରାଯାଇଛି। […]

mao-banner

Rakesh Mallick
  • Published: Thursday, 28 July 2016
  • , Updated: 28 July 2016, 08:15 AM IST

କୋରାପୁଟ: ଆଜିଠାରୁ ଆରମ୍ଭ ହୋଇଛି ମାଓବାଦୀଙ୍କ ସହିଦ ସପ୍ତାହ ପାଳନ। ଅଗଷ୍ଟ ୩ ତାରିଖ ଯାଏଁ ଏହା ଚାଲିବ। ଏହାକୁ ଦୃଷ୍ଟିରେ ରଖି କୋରାପୁଟ, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ସଜାଗ ରହିବାକୁ ସୁରକ୍ଷାକର୍ମୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କାରଣ ସହିଦ ସପ୍ତାହ ପାଳନ ବେଳେ ମାଓବାଦୀମାନେ ଅଘଟଣା ଘଟାଇବାକୁ ଉଦ୍ୟମ କରନ୍ତି।

ସୁରକ୍ଷା ଦୃଷ୍ଟି କୋଣରୁ ଏହି ତିନି ଜିଲ୍ଲାର ବିଭିନ୍ନ ରୁଟ୍‌ରେ ସରକାରୀ ବସ୍ ଚଳାଚଳକୁ ବନ୍ଦ କରାଯାଇଛି।

ମାଓବାଦୀଙ୍କ ସହିଦ ସପ୍ତାହ ପାଳନକୁ ଦୃଷ୍ଟିରେ ରଖି କୋରାପୁଟ ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜିଲ୍ଲାର ବିଭିନ୍ନ ପ୍ରବେଶ ପଥରେ ନାକାବନ୍ଦୀ କରି ଯାନବାହାନଗୁଡ଼ିକୁ ଯାଞ୍ଚ କରାଯାଉଛି। ଜିଲ୍ଲାର ଜୟପୁରରୁ ଭଦ୍ରାଞ୍ଚଳମ, ମାଲକାନଗିରି ଓ ରାୟଗଡ଼ା ଆଦି ଅଞ୍ଚଳକୁ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି।

ରାୟଗଡ଼ା ପୋଲିସ୍‌ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଶେଷ କରି ମୁନିଗୁଡ଼ା, କଲ୍ୟାଣସିଂହପୁର, ବିଷମକଟକ ଓ ଚନ୍ଦ୍ରପୁର ଅଞ୍ଚଳରେ କମ୍ବିଂକୁ ଜୋରଦାର କରାଯାଇଛି। ନିୟମଗିରି ପାହାଡ଼ରେ ମାଓବାଦୀମାନେ କ୍ୟାମ୍ପ୍‌ କରିଥିବା ସନ୍ଦେହ କରି ସର୍ଚ୍ଚ ଅପରେସନ୍‌ କରାଯାଉଛି। ସେହିଭଳି ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡି ସୀମାରେ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରାଯାଇଛି।

ରାୟଗଡ଼ା ଅତିରିକ୍ତ ଏସ୍‌ପି ଶାନ୍ତନୁ କୁମାର ମହାନ୍ତି କହିଛନ୍ତି,“ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଏସ୍‌ଏଫ୍ ଓ ଏସ୍‌ଓଜି ଯବାନଙ୍କୁ ମୁତୟନ କରାଯାଇଛି। ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ କମ୍ବିଂକୁ ଜୋରଦାର କରାଯାଇଛି।”

ମାଲକାନଗିରି ଜିଲ୍ଲା ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଭିନ୍ନ ସ୍ଥାନରେ ବିଏସ୍‌ଏଫ୍‌, ଏସ୍‌ଓଜି ଓ ଅନ୍ୟ ସୁରକ୍ଷାକର୍ମୀମାନେ କଡ଼ା ନଜର ରଖିଛନ୍ତି। କାଲିମେଳା, ଚିତ୍ରକୋଣ୍ଡା ଓ ବିଚ୍ଛିନ୍ନାଞ୍ଚଳରେ ମାଓବାଦୀମାନେ ପୋଷ୍ଟର ମାରି ସହିଦ ଦିବସରେ ସାମିଲ ହେବାକୁ ସାଧାରଣ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି। ତେଣୁ ଏହି ଅଞ୍ଚଳଗୁଡ଼ିକରେ ବିଶେଷ ଭାବେ ଦୃଷ୍ଟି ରଖିଛନ୍ତି ସୁରକ୍ଷାକର୍ମୀ। ଜିଲ୍ଲାରେ ସରକାରୀ ଚଳାଚଳକୁ ବନ୍ଦ କରି ଦିଆଯାଇଛି।

Related story